ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମାନ୍ୟ କଥାକୁ ନେଇ ଛୁରାମାଡ , ଜଣେ ମୃତ, ୩ ଗୁରୁତ

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ଏଗାର ନମ୍ବର ୱାଡ଼ ପୁଟୁପଡାରେ ଏକ ଅଭାବନୀୟ ଘଟଣା ଘଟିଛି । ସାମନ୍ୟ କଥାକୁ ନେଇ ଗଣ୍ଡଗୋଳ ହେବା ସହ ପରେ ପ୍ରତିଶୋଧ ପାଇଁ ଛୁରାମାଡ କରିବାରୁ ପୁଟୁପଡାର ପ୍ରଭାକର ଶବର ବୟସ (୪୦) ନାମକ ଜନୈକ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କ ମଧ୍ୟରୁ ପୁଟୁପଡାର ଦୁଇ ଜଣ ସୁରେନ୍ଦ୍ର ଶବର ଏବଂ ଦେବେନ୍ଦ୍ର ଶବରଙ୍କୁ ଚିକିତ୍ସା ପାଇଁ ରାୟପୁର ଏବଂ ସାହୁପଡା ଗ୍ରାମର ସାଗର ସାହୁଙ୍କୁ ନୂଆପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅଭିଯୋଗ ପାଇଁ ଖଡିଆଳ ପୁଲିସ ପକ୍ଷରୁ ଏସଡିପିଓ ସନ୍ତକ ଜେନା ଏବଂ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଚିଂ ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ସାହୁପଡାର ସାଗର ସାହୁ ଶୌଚ କରିବା ପାଇଁ ପୁଟୁପଡା ନିକଟରେ ଥିବା କେନାଲ୍ ନିକଟକୁ ଯାଇଥିଲେ । ରାସ୍ତାକଡରେ ସାଗର ଶୈାଚ କରୁଥିବାବେଳେ ପୁଟୁପଡାର ସୁରେନ୍ଦ୍ର ଏବଂ ଦେବେନ୍ଦ୍ର ଆସି ମନା କରିଥିଲେ | ଉକ୍ତ ଘଟଣାକୁ ନେଇ ଗଣ୍ଡଗୋଳ ହେବା ସହ ମାଡପିଟ ହୋଇଥିଲା । ତେବେ ଏହା ପରେ ସୁରେନ୍ଦ୍ର ଏବଂ ଦେବେନ୍ଦ୍ର ଆସି ଗାଁରେ ଥିବା ପ୍ରହରୀ ମଣ୍ଡପ ନିକଟରେ ବସିଥିବାବେଳେ ସାଗର ସାହୁ ପ୍ରତିଶୋଧ ନେବା ପାଇଁ ସାଙ୍ଗରେ ନିରାକାର ସାହୁ ଆସି ପୁଣି ଗଣ୍ଡଗୋଳ କରିଥିଲେ । ଏହି ସମୟରେ ସାଗର ସାହୁ ଛୁରୀରେ ଆକ୍ରମଣ କରୁଥିବାବେଳେ ସାଗରଙ୍କ କବଳରୁ ସୁରେନ୍ଦ୍ର ଏବଂ ଦେବେନ୍ଦ୍ରଙ୍କୁ ଛଡାଇବା ପାଇଁ ପ୍ରଭାକର ଆସିଥିବାବେଳେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ପ୍ରଭାଙ୍କୁ ସ୍ଥାନୀୟ ମିଶନ ହସପିଟାଲରେ ଭର୍ତ୍ତି କରାଯାଇଥିଲା | ତେବେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରୟାଲ ଚାଲେଞ୍ଜ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଧର୍ମଗଡ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ସାବିତ୍ରୀ ବାଈ ଫୁଲେଙ୍କ ପରିନିର୍ବାଣ ଦିବସ ପାଳିତ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଗନ୍ନାଥ ଜଣାଣ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort