ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଶାରଦୀୟ ବାର୍ତ୍ତା

ଶାରଦୀୟ ବାର୍ତ୍ତା

ଦୁଃଖ ସାତ ସିଆଁ
କ୍ଳେଶ ଫି ଦିନିଆଁ।
ଦୁର୍ଗମ ଜୀବନ
ଦୁର୍ଗା ଆବାହନ।
ଦୁଃଖ ଅସୁମାରୀ
ସୁମରେ କୁମାରୀ।
ଅନ୍ୟାୟ ଅନୀତି
ଲାଞ୍ଛିତ ଜଗତି।
ପାପ ଭର୍ତ୍ତି ମହୀ
ପ୍ରାପ୍ୟ ପ୍ରାପ୍ତି ଦେହୀ।
ଅର୍ଥ କାରବାର
ବ୍ୟର୍ଥ ନାରୀ ସ୍ୱର।
ଦିବସ ଅନ୍ଧାର
ବଶ କାମାନ୍ଧା ର।
ଜାଗ ମହାମାୟୀ
ରକ୍ତ ମୁହାଁ ହୋଇ l
ନାଶ ସବୁ ପାପ
ଧର୍ମ ସତ୍ତା ଲେପ l
ଲେଖୁ ଦେବୀ ପୀଠ 
ମରିବେ ପାପିଷ୍ଠ l
ଆସ ଅବତରି
ଦେବୀ ରୁପ ଧରି।
ଜୟ ଜୟ ଦେବୀ
ଶାନ୍ତି ମୈତ୍ରୀ ସ୍ରାଵୀ l
ଶାରଦୀୟ ବାର୍ତ୍ତା
 ଲୁପ୍ତ ପାପ ସତ୍ତା ।

ନାୟକ ଅକ୍ଷୟ ରାଜହସ୍ତୀ

ଢେ଼ଙ୍କାନାଳ

Related posts

ଜୀ ସାର୍ଥକରେ ଖୁବଶୀଘ୍ର ଆସୁଛି ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’

Sunil Chandra Nayak

ଗୋପବନ୍ଧୁ ପାଠାଗାରରେ କର୍କଟ ରୋଗ ସଚେତନତା ଶିବିର

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଆଜି ନୂଆଖାଇ

Sunil Chandra Nayak

Leave a Comment

error: Content is protected !!