ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲ୍ୟବିବାହ ନିବାରଣ ପାଇଁ ଗଡିଲା ସଚେତନତା ରଥ

ଢେଙ୍କାନାଳ,(ମ ନି ସ)29/10/ ବାଲ୍ୟବିବାହ ନିବାରଣ ଓ ମହିଳା ହିଂସା ବିରୋଧରେ ସଚେତନତା କରିବା ପାଇଁ ଜିଲ୍ଲାରେ ରଥ ପରିକ୍ରମା ଆରମ୍ଭ ହୋଇଛି । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ସବୁଜ ପତାକା ଦେଖାଇ ଏହାକୁ ଉଦ୍ଘାଟନ କରିଥିଲେ । ବାଲ୍ୟବିବାହ ଆଇନତଃ ଏକ ଦଣ୍ଡନୀୟ ଅପରାଧ । ବାଲ୍ୟ ବିବାହ ଓ ମହିଳାମାନଙ୍କ ଉପରେ ହେଉଥିବା ହିଂସା ସମାଜ ପାଇଁ ବ୍ୟାଧି ବା କଳଙ୍କ । ଏହା ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ରୀତିମତ ଜନସଚେତନତାର ଆବଶ୍ୟକତା ରହିଛି । ବାଲ୍ୟବିବାହ, ଶିଶୁ ଶ୍ରମିକ, କନ୍ୟାଭ୍ରୁଣ ହତ୍ୟା, ଶିଶୁ ନିର୍ଯାତନା ଓ ମହିଳା ହିଂସା ପରି କୁପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ବିଲୋପ କରିବା ପାଇଁ ଲାଗି ଜିଲ୍ଲା ପ୍ରଶାସନ ଦ୍ୱାରା ବାଲ୍ୟ ବିବାହ ନିବାରଣ ଓ ମହିଳା ହିଂସା ବିରୋଧି ସଚେତନତା ରଥ ପରିକ୍ରମା କରିଛି । ଏହି ରଥ ଜିଲ୍ଲାର ସମସ୍ତ ୮ଟି ବ୍ଲକ୍ ଯାଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବ ବୋଲି କୁହାଯାଇଛି । ରଥ ଉଦ୍ଘାଟନୀ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଯୋଗଦାନ କରିଥିଲେ ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଆମପାଣି ପୋଲିସ ଦ୍ୱାରା ସାର ବୋଝେଇ ମିନିଟ୍ରକ ଅଟକ, ତଦନ୍ତ କଲେ ଜିଲ୍ଲା କୃଷି ଅଧିକାରୀ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଲୁହରେ ଲେଖୁଛି ଚିଠି 

Sunil Chandra Nayak

ବେକରେ ଓଢଣୀ ଦେଇ ମହିଳାଙ୍କ ଆତ୍ମହତ୍ଯା

Leave a Comment

error: Content is protected !!