ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଭୋଟ୍‌ ଖେଲ୍‌

   ଭୋଟ୍‌ ଖେଲ୍‌

ଜନେ ଜିତ୍‌ଲେଁ ଜନେ ହାର୍‌ବା ନିଶ୍ଚେ
ଇଟା ଆଏ ଭୋଟର୍‌ ନିୟମ୍‌ 
ଜିତା ହରା ଖେଲ୍‌ ମାସ୍‌ ମାସ୍‌ ଦିନ୍‌ ଖେଲି
ହେଉଥିସନ୍‌ ହୋ ବମ୍‌। ୧
ଗୀତା ଭାଗବତ୍‌ ଅନ୍‌ସାରେଁ ନି’ଚଲନ୍‌
ଅସ୍‌ଲି କଥା ହେଲା ପେଟ୍‌
ନେତାମାନେ ଆସି ଜନ୍‌ତା ପର୍‌ଜା ଠାନେ
ହର୍‌ମିଶା ହେଲେ ଭେଟ୍‌। ୨
ଜିତ୍‌ବାର୍‌ ଆଶେଁ କୁଷାଫୁଲା କଥା
କହି କର୍‌ଲେ ସଂତୁଷ୍ଟି 
ଭୋଟର୍‌ ଭାଏ ବୁହେନ୍‌ ଘାଏକେଁ ଗରିବ୍‌
ହେଇ କର୍‌ଲେ ଅରଷ୍ଟି। ୩
ଅରଷ୍ଟିଆ ଲୁକ୍‌କୁଁ ଯାହା କିଛି ଦର୍‌କାର୍‌
ତାର୍‌ ବଦଲେଁ ଦେଲେ ଟଁକା
ଅମ୍‌କାନୁ ଖାଇ ଢିମ୍‌କାକେ ଭୋଟ୍‌ ଦେଲେ
ଜନେ ଛାଟ୍‌, ଜନେ ବଁକା। ୪
କିଛି ବଛର୍‌ ଆଘୋନୁ ସର୍‌କାରୀ ଲୁକେ
ନି’କରନ୍‌ ଭୋଟ୍‌ ପ୍ରଚାର୍‌
ଅସ୍‌ଲି ଲୋକ୍‌ ସରକାରର୍‌ ସେବାକାରୀ
ଇ ଧଂଦାନୁ ଥିଲେ ବାହାର୍‌। ୫
ଏଭେ ସେମାନେ ଜହ ପ୍ରଚାର୍‌ କରୁଥିଲେ
ବନି ମାହାଗିରି ସିଆନ୍‌
ସୁଧ୍‌ରି ଯ’ ବାବୁ ରେ ମୋବାଇଲ୍‌ ଯୁଗ୍‌ ପରେ
ନେତା ରଖିଛନ୍‌ ଧିଆନ୍‌। ୬
ଯେ ଜିତୁ ହାରୁ ତୁମର୍‌ କାଣା ଯାଉଛେ
ତୁମେ ସର୍‌କାରୀ ଚାକ୍‌ରିଆ
ଧାନ୍‌ ଖେଡ଼େ ତୁମେ ଫି’ମାସେଁ ଦାଏସ
କେଭେଁ କେନ୍‌ତା ମାହାଲିଆ। ୭
ଜିତ୍‌ଲା ନେତାର୍‌ ଗୁନ୍‌ ଗାଇଛ ବଏଲେଁ
ରହିପାର୍‌ବ ଟିକେ ଥାବେଁ
ହାର୍‌ଲା ନେତାର୍‌ ପଛ୍‌ ଧରିଥିଲ ଯଦି
ବଏରି ବନ୍‌ବ ନିଶ୍ଚେ ଏଭେଁ। ୮ 
ଲୁକେ କହୁଥିଲେ ଆଁଖଲ୍‌ ଝରେଇ ଚିପୋ
ନାଟକ୍‌ କରୁଛେ ନେତା
ନେତା ଜିତ୍‌ଲା ହେଲେଁ ଚୁପ୍‌ରାକୁଟା ଲୁକର୍‌
ବୁଡ଼ି ବସ୍‌ଲାନ ମାହାଁ ଚେତା ୯
ଯୋ ଜିତା ୱହି ସିକଂଦର୍‌ ବାବୁ ରେ ସତେଁ
ଉହାତେଁ ହେଉଥିଲ ଘାଁଟି
ଖାନାପିନା ସବୁ ଫୁକ୍‌ଟେଁ ଆଉ ନି’ମିଲେ
ଚିପାହେବା ତୁମର୍‌ ଟଁଟି। ୧୦
କବିଭାଇ କେତେ ଦେଉଥିଲେ ତହଁକାନ୍‌
କେନ ଫୁଟ୍‌ବା କେନ୍‌ ଫୁଲ୍‌
ବିନ୍‌ ପୂଜାଥିଁ ବଜେଇ ଚାଲିଥଲେ ଶଂଖ୍‌ 
ନାଇଁ ହେଜି କେନ୍‌ଟା ଭଲ୍‌ ଭୁଲ୍‌। ୧୧
କିଏ ଜିତିଗଲେଁ କେନ୍‌ ଖମ୍‌ ଗାଡ଼ିଦେଇ
ବନାବା କାଏଁ ବାରଅଡ଼ା
ସରଗ୍‌କେ ଚଢ଼ିପାର୍‌ବେ ସବୁ ପାପୀ
ପାପ୍‌ କରି ଗେଦେର୍‌ଗେଁଡ଼ା। ୧୨
ଫୁକ୍‌ଟେ ଯେତ୍‌କି ମଜା ମାରିଛ ନେତାନୁ 
ତାର୍‌ ଭି ହେବା ହିସାବ୍‌
ନେତା କେଭେଁ ନି’ହୁଏ ଲାଗର୍‌ଲେସର୍‌
ଭୋଟ୍‌ ଲାଗି ରଖ୍‌ସନ୍‌ ଭାବ୍‌।୧୩
ଗହଦ୍‌ପୁଛା କମାନି ଜିରି ପାର୍‌ସନ୍‌ ଲୁକେ
ଫୁକଟ୍‌ କମାନି ନାଇଁଅଁଟେ
ଗେଫିଛ ବଏଲେଁ ହଗେଇ ହେବ ନିଶ୍ଚେ 
ପୁଡ଼୍‌ବ ରିସ୍‌ମିର୍‌ ଚୁଁଟେ।୧୪
ଫି’ବଛ୍‌ରେଁ ଭୋଟ୍‌ ଲାଗି ରହିଥାଉ ଯେ
ନେତା ମଂତ୍‌ରି ଆଏବେ ଗାଆଁକେ
ନାଇଁତ ଦର୍ଶନ୍‌ ନି’ମିଲେ ଇ ମାନ୍‌କଁର୍‌
ଗୁହାରି କର୍‌ମା ଯାଇ କାହାକେ? ୧୫

ଗଅଁଲିଆ କବି ସୁଧୀର୍‌ ପଂଡା

Related posts

ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ଆରମ୍ଭ 

Sunil Chandra Nayak

ଢେଙ୍କାନାଳ ଖମାର ସାହି ସେବାଶ୍ରମ ସ୍କୁଲ ଉଚ୍ଛେଦକୁ ନେଇ ଉତ୍ତେଜନା, ଉଛେଦକୁ ସ୍ଥଗିତ ରଖିଲା ପ୍ରଶାସନ

Sunil Chandra Nayak

ରଙ୍ଗ ର ଖେଳ ହୋଲି ରେ ରଙ୍ଗୀନ ହେଲେ ଛାତ୍ର ମହଲ

Sunil Chandra Nayak

Leave a Comment

error: Content is protected !!