ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଅବିନାଶୀ ଆତ୍ମା

ଅବିନାଶୀ ଆତ୍ମା

ଅରୁପରୁ ରୂପ ଅବ୍ୟକ୍ତ ଚେତନା
ତୁମେ ଅବିନାଶୀ ଆତ୍ମା
ଅଚିନ୍ତ୍ୟ ଭାବନା ଅଣାକାର ବ୍ରହ୍ମ
ଓଁକାରୁ ଉତ୍ପନ ସିନା
ସୃଷ୍ଟି ସ୍ଥିତି ଆଉ ପ୍ରଳୟ ବିଲୟ
ସବୁରି ମୂଳରେ ତୁମେ
ଅନାଦିରୁ ଆଦି ବ୍ୟାପ୍ତ ଚରାଚରେ
ଆକାର ସାକାର ବ୍ରହ୍ମେ
ନିର୍ଜୀବ ସଜିବ ତୁମରି ଘଟନ
ପ୍ରକୃତି ପୁରୁଷ ହୋଇ
ବିଶ୍ୱ ଚରାଚର ତୁମରି ଉତ୍ପନ୍ନ
ତୁମେତ ଜଗତ ସାଇଁ
ସକଳ ଆଧାର ନିରାକାର ରୂପେ
ପାଳନ କରତ୍ତା ହୋଇ
ଅବିନାଶୀ ଆତ୍ମା ଅରୂପ ସ୍ୱରୂପେ
ସର୍ବତ୍ର ତୁମେହିଁ ରହି
ପାଳନ କରୁଛ ମହୀ

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ 

Related posts

ଧର୍ମଗଡ଼ ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ୨୦୨୨ ନିମନ୍ତେ ଧର୍ମଗଡ଼ ପ୍ରଶାସନର ପ୍ରସ୍ତୁତି ବୈଠକ

Sunil Chandra Nayak

ମହାମହିମ ଦ୍ରୋପଦି.. ଭାରତର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଦ୍ରୌପଦୀ ମୁର୍ମୁ..

Sunil Chandra Nayak

ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଅର୍ଚ୍ଚନା ନାଗ କେଳେ ଙ୍କ।ରି, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ରେ ସଂପୃକ୍ତ ବିଜେଡି ନେତାଙ୍କୁ ତଦନ୍ତ ପରିସର ଭୁକ୍ତ ନେଇ ଦାବିପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!