ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଅବିନାଶୀ ଆତ୍ମା

ଅବିନାଶୀ ଆତ୍ମା

ଅରୁପରୁ ରୂପ ଅବ୍ୟକ୍ତ ଚେତନା
ତୁମେ ଅବିନାଶୀ ଆତ୍ମା
ଅଚିନ୍ତ୍ୟ ଭାବନା ଅଣାକାର ବ୍ରହ୍ମ
ଓଁକାରୁ ଉତ୍ପନ ସିନା
ସୃଷ୍ଟି ସ୍ଥିତି ଆଉ ପ୍ରଳୟ ବିଲୟ
ସବୁରି ମୂଳରେ ତୁମେ
ଅନାଦିରୁ ଆଦି ବ୍ୟାପ୍ତ ଚରାଚରେ
ଆକାର ସାକାର ବ୍ରହ୍ମେ
ନିର୍ଜୀବ ସଜିବ ତୁମରି ଘଟନ
ପ୍ରକୃତି ପୁରୁଷ ହୋଇ
ବିଶ୍ୱ ଚରାଚର ତୁମରି ଉତ୍ପନ୍ନ
ତୁମେତ ଜଗତ ସାଇଁ
ସକଳ ଆଧାର ନିରାକାର ରୂପେ
ପାଳନ କରତ୍ତା ହୋଇ
ଅବିନାଶୀ ଆତ୍ମା ଅରୂପ ସ୍ୱରୂପେ
ସର୍ବତ୍ର ତୁମେହିଁ ରହି
ପାଳନ କରୁଛ ମହୀ

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ 

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମାଟିତ ମାଟି ଇରମ ମାଟି ।।

Sunil Chandra Nayak

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଓ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

କବିତା – କଣ୍ଢେଇର ବାହାଘର

Sunil Chandra Nayak

Leave a Comment

error: Content is protected !!