ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ କ୍ରୀଡା ଦିବସ ପାଳିତ

ଢେଙ୍କାନାଳ ମୁନିସିପାଲଟି ୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅଦ୍ଯ ତା୨୯.୦୮.୨୦୨୨ ରିଖ ସୋମବାର ରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ପୌରୋହିତ୍ୟ କରି କ୍ରୀଡା ଦିବସ ର ମହତ୍ତ୍ବ ଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରି କ୍ରୀଡା ଆମଜୀବନ ଉପରେ ସୁପ୍ରଭାବ ପକାଇ ଥାଏ ଓଏହା ଦ୍ବାରା ମନ ଓ ପ୍ରାଣ ସୁସ୍ଥ ରହେ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ। ଖେଳ ଶିକ୍ଷକ ଶ୍ରୀ ରସାନନ୍ଦ ପ୍ରଧାନ ହକି ସମ୍ରାଟ ଧ୍ୟାନଚାନ୍ଦଙ୍କ ର ଜୀବନ କିପରି ହକି ଖେଳ ପ୍ରତି ସମର୍ପିତ ଥିଲା ତାହା ବର୍ଣ୍ଣନା କରିଥିଲେ। ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ଖେଳ ଉପରେ ନିଜର ବକ୍ତବ୍ୟ ରଖି ଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ବଳରାମ ସାହୁ ରାଇମୋହନ ପୂର୍ତ୍ତି, କୃଷ୍ଣ କୁମାର ବେହେରା ଶ୍ରାବଣୀ ଦେହୁରୀ ପ୍ରଭୃତି ଖେଳ ର ଉପକାରିତା ଉପରେ ବକ୍ତୃତା ପ୍ରଦାନ କରି ପୁରସ୍କୃତ ହୋଇଥିଲେ। ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ତୃପ୍ତି ରାଣୀ ପାତ୍ର ଙ୍କ କବିତା ତୁମେ ଗଢିଛଏ ସୁନାର ସଂସାର

Sunil Chandra Nayak

ଲଡୁଗାଁ ଶାରଦୀୟ ଦୁର୍ଗାପୂଜା ସାଂସ୍କୃତିକ ସନ୍ଧ୍ୟାରେ ଯୋଗଦେଲେ ଜୁନାଗଡ଼ ବିଧାୟକ

Sunil Chandra Nayak

ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସରକାରଙ୍କ UAS ପ୍ରଚଳନ କାର୍ଯ୍ୟକ୍ରମକୁ ବିରୋଧ

Sunil Chandra Nayak

Leave a Comment

error: Content is protected !!