ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବୀନ ଙ୍କ ନମ୍ବର ୱାନ୍ ରାଜ୍ୟରେ ବିକାଶ ଖୋଜୁଛି ଗିରଲିମାଲ ଗ୍ରାମ !

ଡାଲଗୁମା:୪/୫- ମ.ନି.ସ:- ସରକାରଙ୍କ ବସୁଧା ପାନୀୟ ଜଳ ପ୍ରକଳ୍ପ ଭଳି ବିଭିନ୍ନ ଯୋଜନାରୁ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ଏକ ପ୍ରକାରର ରୋଜଗାର କରିବା ପାଇଁ ସେମାନଙ୍କ ନିଶାରେ ପରିଣତ ହୋଇଯାଇଛି। ସରକାରଙ୍କ ପକ୍ଷରୁ ବାହାସ୍ପଟ ମାରି କହୁଛନ୍ତି ଯେ, ଲୋକଙ୍କ ପ୍ରତ୍ୟେକ ସମସ୍ଯାକୁ ଆମ୍ଭେ ସମାଧାନ କରିବାକୁ ପ୍ରସ୍ତୁତ ରହିଅଛୁ। ଆମେ ବିକାଶ ଓ ବିଶ୍ବାସକୁ ଗାଁ ଗାଁରେ ପହଁଞ୍ଚିବାରେ ଅବହେଳା କରୁନାହୁଁ। ଲୋକଙ୍କ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ଅବହେଳା କରା ଯାଉନାହିଁ। ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ,  ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରରୁ ଆରମ୍ଭ କରି ସବୁକିଛି ଯୋଗାଇ ଦିଆଯାଉଛି। ଏଭଳି ମିଥ୍ୟା ପ୍ରତିଶ୍ରୁତି ଦେଇ ଡିଣ୍ତିମ ପିଟି ତାଙ୍କ ଦଲାଲ ମାନେ ଗାଁ ମାନଙ୍କରେ ଲୋକଙ୍କୁ ଭକୁଆ କରିବା ସହିତ ଭୋଟ  ବ୍ୟାଙ୍କ  ତିଆରି କରିବା ଓ ଗରିବ ଲୋକଙ୍କ ଠାରୁ ଭୋଟ ହାତେଇବା ତାଙ୍କର ଅଭ୍ଯାସ ରେ ପରିଣତ ହୋଇଛି। ନିର୍ବାଚନରେ ବିଜୟୀ ହୋଇ ଆସନରେ ବସିଗଲେ ସେମାନେ ଇନ୍ଦ୍ର ଚନ୍ଦ୍ର ଙ୍କୁ ମାନିବାକୁ ନାହିଁ, ଏହି ଗରିବ ଜନତାଙ୍କ ଭୋଟରେ ବଡ ହୋଇଗଲା ପରେ ପୁଣି ନେତା ଲୋକଙ୍କୁ ପ୍ରତାରଣା କରିବା ସେମାନଙ୍କ ନିତିଦିନିଆ ଅଭ୍ଯାସରେ ପରିଣତ ହୋଇଯାଇଛି। ଯୋଜନା ନାଁରେ ହରିଲୁଟ ହୋଇଚାଲିଛି। ଲୋକେ ବିଭିନ୍ନ ସମୟରେ ନାନା ପ୍ରକାରର ସମସ୍ଯା ଦେଇ ଗତି କରୁ ଥିବାବେଳେ ସେମାନଙ୍କ ସମସ୍ୟାକୁ ନେଇ ସମାଧାନ କରି ପାରୁନଥିବା ଅଯୋଗ୍ୟ ଲୋକଙ୍କୁ ଆସନରେ ବସାଇ ଲୋକେ ଯେଉଁ ଭୂଲ କରୁଛନ୍ତି ତାହା ଲୋକଙ୍କୁ ହିଁ ଭୋଗିବାକୁ ପଡୁଛି। ଦେଶ ସ୍ବାଧୀନତା ପାଇ ୭୩ ବର୍ଷରେ ପଦାର୍ପଣ କରିସାରିଛି ତଥାପି ଆଜିବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ବିଶୁଦ୍ଧ ପାନୀୟ ଜଳ ଟିକକ ନପାଇ ଲୋକେ ଏବେ ମଧ୍ୟ ଝରଣା, ଗାଡିଆ,ନାଳ ପାଣିକୁ ପାନୀୟ ଜଳ ଭାବରେ ସଂଗ୍ରହ କରି ବ୍ଯବହାର କରୁଥିବା ରାଜ୍ଯରେ ପୁଣି ସରକାର କହୁଛନ୍ତି ଯେ,ଦେଶରେ ଆମ୍ଭେ ନମ୍ବର ଓଆନ୍। ଏହା କିଭଳି ନମ୍ବର ଓଆନ୍ ଥରେ ବୁଲିଆସନ୍ତୁ ସେହି ଦୁର୍ଗମ ଅଧ୍ଯୁଷିତ ଅଞ୍ଚଳକୁ। ସେଠାରେ ବସବାସ କରୁଥିବା ଲୋକଙ୍କ ଦୁଃଦଶା କେମିତି ଅଛି। ଜୀବନ ଶୈଳୀ କେଉଁ ଭଳି ରହିଅଛି ନିଜ ଆଖିରେ ନିରେଖି ଥରେ ଦେଖନ୍ତୁ,ଏବେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି।ଏହି ସମୟରେ ଲୋକେ ପାଣି ଟିକକ ପାଇଁ କେତେ ଯେ ହସ୍ତସନ୍ତ ହେଉଛନ୍ତି। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ହିଁ ଜାଣିପାରୁଛନ୍ତି, ତାହା ଆମ୍ଭେ କହୁନାହୁଁ ବାସ୍ତବ ଚିତ୍ରକୁ ନେଇ ଏଠାରେ ଉପସ୍ଥାପନ କରାଯାଇଛି। ଯାହାକି କଳାହାଣ୍ଡି ଜିଲ୍ଲାର କୋକସରା ବ୍ଳକ ଅନ୍ତର୍ଗତ ଆମପାଣି ଗ୍ରାମପଞ୍ଚାୟତ ଅଧିନରେ ଥିବା ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଏକ ଗ୍ରାମ ସେହି ଗ୍ରାମ ହେଲା ଗିରଲିମାଲର ଦୃଶ୍ୟ । ଏହି ଗ୍ରାମରେ ବସବାସ କରୁଛନ୍ତି ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର। ଦୀର୍ଘ ୧୨ ବର୍ଷ କାଳ ଏହି ଗ୍ରାମରେ ବସବାସ କରିଥିବା ଜନସାଧାରଣ ଦହନୀୟ ଜୀବନ ଯାପନ କରୁଛନ୍ତି। ଏମାନଙ୍କ ପାଇଁ ସରକାରଙ୍କ ମୌଳିକ ସୁବିଧା ଏକ ପ୍ରକାର ପ୍ରହସନ ପାଲଟିଛି। ଗାଁ କୁ ଯିବା ପାଇଁ ରାସ୍ତା ଖଣ୍ଡକ ନାହିଁ , ବର୍ଷା ଦିନ ଯିବା ତ କାଠିକର ପାଠ , ସ୍ବାସ୍ଥ୍ୟ ସେବା ପାଇଁ କୌଣସି ବ୍ୟବସ୍ଥା ନାହିଁ , ଯଦି କାହାର ସ୍ବାସ୍ଥ୍ୟ ଖରାପ ହୁଏ ତେବେ ତାକୁ ୧୬ କି ମି ଦୂର ରେ ଥିବା ପଡୋଶୀ ଜିଲ୍ଲା ନବରଙ୍ଗପୁର ର ମଇଦଲପୁର କୁ ଯିବା ପାଇଁ ହୁଏ ଅଥବା ବ୍ଲକ ମହକୁମା କୋକସରା ୪୦ କି ମି ଦୂର ରାସ୍ତା ଅତିକ୍ରମ କରି ଯିବାକୁ ପଡ଼ିଥାଏ । ଶିକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ , ୫ କି ମି ଦୂର ରେ ଥିବା କୁଟୁରୁ କୁ କୁନା କୁନା ପିଲାମାନେ ଚାଲିଚାଲି ଆସିଥାନ୍ତି ପାଠ ପଢା ପାଇଁ, କେବଳ ଚାଉଳ ଗଣ୍ଡାକ ମିଳୁଛି ସରକାର ଙ୍କ ଠାରୁ । ଏଭଳି ସ୍ଥଳେ ମୌଳିକ ସୁବିଧା ପାଇବେ କଣ ଏମାନେ ପାନୀୟ ଜଳ ଟିକକ ପାଇଁ କେତେଯେ ହସ୍ତସନ୍ତ ହେଉଛନ୍ତି ତାହା ଅନୁଭବୀ ହିଁ ବୁଝିପାରିବେ। ଗ୍ରୀଷ୍ମପ୍ରବାହ ସମୟ ଏବେ ୪୦ ଡିଗ୍ରୀ କୁ ଟପିଯାଇଛି। ଏହି ସମୟରେ ଲୋକମାନେ ଝରଣା, ନାଳ ଜଳକୁ ପାନୀୟ ଜଳ ଭାବରେ ବ୍ଯବହାର କରୁଛନ୍ତି। ଦିନେ ନୁହେଁ କି ଦୁଇ ଦିନ ନୁହେଁ ଏମିତି ବର୍ଷ ବର୍ଷ ଧରି ଏହିଭଳି ଜୀବନଯାପନ କରିଆସୁଛନ୍ତି। ତେବେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି କି ଯେ,ବସୁଧା ପାନୀୟ ଜଳ ପ୍ରକଳ୍ପ କାହା ସ୍ଵାର୍ଥ ପାଇଁ। ଏନେଇ ଏଠିକାର ବାସିନ୍ଦା ଅନେକ ସମୟରେ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇ ଆସୁଛନ୍ତି। ହେଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ। ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା କର୍ଣ୍ଣ ଗୋଚର କରୁନଥିବା ଅଭିଯୋଗ ହେଉଅଛି। କେବଳ ସରପଞ୍ଚ ଯେତେ ଆସିଛନ୍ତି ସେମାନେ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଛନ୍ତି ବୋଲି ଲୋକେ ପ୍ରକାଶ କରିଛନ୍ତି। ପାନୀୟ ଜଳ ଯୋଗାଣ ନେଇ କୋଟି କୋଟି ଟଙ୍କା ବ୍ଯୟ ବରାଦ କରାଯାଉଛି ହେଲେ ସେ ଅନୁପାତରେ ଦୁର୍ଗମ ଅଞ୍ଚଳ ମାନଙ୍କରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଅବହେଳା କରୁଥିବା ଦେଖିବାକୁ ମିଳୁଥିବା ଜଣାଯାଇଛି। ସରକାରଙ୍କ ଗରିବ ଯୋଜନା କେବଳ ଠିକାଦାର,ଦଲାଲ ଓ ବିଭାଗୀୟ ଅଧିକାରୀ ମାନେ ହିଁ ଫାଇଦ ଉଠାଉଛନ୍ତି।  ତେବେ ପ୍ରଶ୍ନ ଉଠୁଛି ଏଥି ପାଇଁ ଦାୟୀ କିଏ,  ଦୀର୍ଘ ତିରିଶ ବର୍ଷ ଏହି ଅଞ୍ଚଳ ର ପ୍ରରତିନିିଧିତ୍ଵ କରି ଥିବା ଓ ରାଜ୍ୟରେ ଦୁଇଦୁଇ ଥର ମନ୍ତ୍ରୀ ଥିବା ଏକ ନିର୍ଦ୍ଧିଷ୍ଟ ପରିବାର ର ସଦସ୍ୟ ମାନେ ନା ମିଥ୍ୟା ଆଶ୍ଵାସନା ରେ ମାତି ଯାଉଥିବା ସାଧାରଣ ଭୋଟର ତାହା ବିଚାର ଯୋଗ୍ୟ । ପାନୀୟ ଜଳଯୋଗାଣକୁ ନେଇ ସ୍ଥାନୀୟ ସରପଞ୍ଚ ଙ୍କୁ ଜଣାଇବା ପରେ ସରପଞ୍ଚ ପ୍ରକାଶ କରିଛନ୍ତି ଯେ,ନୂତନ ନଳକୂପ ଖନନ ଅତି ଶିଘ୍ର କରାଯିବ। ତେବେ ତୂରନ୍ତ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଡାଲଗୁମା ରୁ ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ।

Related posts

ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ୨୦୨୨ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଭକ୍ତିରେ ଆହେ ଜଗନ୍ନାଥ

Sunil Chandra Nayak

ମେଗାଲିଫ୍ଟ କେନାଲ ରୁ ଅଜଣା ମହିଳା ଙ୍କ ମୃତଦେହ ଠାବ

Sunil Chandra Nayak

Leave a Comment

error: Content is protected !!