ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡ଼- ମନ୍ତ୍ରୀ ଜଗନ୍ନାଥ ସରକା ଓ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ଦ୍ବାରା ଅଖିମୁଠି ଅନୁକୂଳ

ରାୟଗଡ଼ା ୩/୫:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମନ୍ତ୍ରୀ ଜଗନ୍ନାଥ ସାରକା ଓ ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ ରାୟଗଡ଼ ବ୍ଲକର ଵୀର ନାରାୟଣପୁର ଗ୍ରାମରେ ଜିଲ୍ଲା ସ୍ତରୀୟ କୃଷକ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଖିମୂଠୀ ଅନୁକୂଳ କରିଛନ୍ତି, ଏହି କାର୍ଯ୍ୟ କ୍ରମରେ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ସନ୍ଧ୍ୟାରାଣୀ ପୁରେକ ଯୋଗ ଦେଇ ଅଖିମୁଠି ଅନୁକୂଳ କରିଥିଲେ। ଭୂମି ପୂଜା ପରେ ମନ୍ତ୍ରୀ ସାରକା ଆଖିମୁଠି ଅନୁକୂଳ କରି     ଲଙ୍ଗଳ  ବୁଲାଇ କୃଷି ରଥ କୁ ଉଦ୍ଘାଟନ କରିଥିଲେ। ଅକ୍ଷୟ ତୃତୀୟାରେ ଚାଷୀ ମାନେ ଯେପରି ତାଙ୍କର ଚାଷ କୁ ଠିକ୍ ସମୟରେ କରିପାରିବେ କୌଣସି ଅର୍ଥ ବାଧକ ସାଜିବ ନାହିଁ ସେଥିପାଇଁ କାଳିଆ ଯୋଜନା ସହାୟତା ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଥିବା ମନ୍ତ୍ରୀ ଶ୍ରୀ ସ।ରକା ପ୍ରକାଶ କରିଥିଲେ। ଏହି କାର୍ଯକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରି ବଳଦେବ ମହାପାତ୍ର ସମେତ ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଓ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟ ସରକାରୀ ଅଧିକାରି ସମେତ ଆଖପାଖ ଗ୍ରାମର ଶତାଧିକ ଲୋକ ଯୋଗ ଦେଇଥିଲେ।

ରାୟଗଡ ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଗୌତମ କଚିମ ଙ୍କ କବିତା ମୋବାଇଲ ପାଠ ପଢ଼ା

ଢ଼େଙ୍କାନାଳ – ନଗାରୀ ସ୍ଥିତ ବୈଷୟିକ ଉଚ୍ଚ ବିଦ୍ୟାପୀଠ ରେ ୫ଟି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶୁଭ ଦୀପାବଳୀ

Sunil Chandra Nayak

Leave a Comment

error: Content is protected !!