ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଖିଲା ଖାଦ୍ୟ ବଣ୍ଟନ କଲେ ବିଜେପି ନେତା

ବାଲେଶ୍ଵର,୨୫/୮/୨୨- ସାମ୍ପ୍ରତିକ ଲଗାଣ ବର୍ଷା ହେବା ଦ୍ବାରା ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ବନ୍ୟା ପରିସ୍ଥିତି ହେଖା ଦେଇଥିଲା । ବହୁ ଗ୍ରାମ ମଧ୍ୟ ପାଣିଘେରରେ ରହିଥିଲା । ଲୋକମାନେ ଘରୁ ବାହାରି ନପାରି ଭୋକ ଉପାସରେ ରହିଥିଲେ । ଲୋକମାନଙ୍କର ଏଭଳି ପରିସ୍ଥିତି ସମୟରେ ଭୋଗରାଇର ବିଜେପି ନେତା ଅଂଶୁମାନ ମହାନ୍ତି କୁସୁଡା ପଞ୍ଚାୟତକୁ ଯାଇ ବନ୍ୟା ପାଣି ଘେର ଭିତରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ଏବଂ ଏଥିସହିତ ମୃତ ଶୁସାନ୍ତ ମହୁରୀଙ୍କ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ବନା ଦେବା ସହିତ କିଛି ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଦାନ କରିଥିଲେ । ଶ୍ରୀ ମହାନ୍ତିଙ୍କର ଏଭଳି କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିଥିବା ଖବର ସଂଗ୍ରହରୁ ଜଣାପଡିଛି ।।ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦୁଇ ଟ୍ରକ ମଧ୍ୟରେ ଧକ୍କା, ଜଣେ ଗୁରୁତର

Sunil Chandra Nayak

ଶ୍ରାବଣ ମାସର ସୋମବାର ରେ ଆଖଣ୍ଡଳମଣିଙ୍କର ବିଶେଷ ପୂଜା

Sunil Chandra Nayak

ଗଞ୍ଜେଇ ଚୋରା ଚାଲାଣ ଅଭିଯୁକ୍ତ ମାନଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ

Sunil Chandra Nayak

Leave a Comment

error: Content is protected !!