ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୁର୍ଟିଗଡ଼ରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଲାଞ୍ଜିଗଡ଼,୦୫/୧୨(ମନିସ)-ଲାଞ୍ଜିଗଡ଼ ବ୍ଲକ ଭୁର୍ଟିଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ଏଥିରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସମେତ ବ୍ଲକସ୍ତରୀୟ ବିଭିନ୍ନ ବିଭାଗ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଭୁର୍ଟିଗଡ଼ ଗ୍ରାମପଞ୍ଚାୟତର ୧୨ ଗୋଟି ୱାର୍ଡ ଅଞ୍ଚଳର ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହିତ ସେଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ! ଭୁର୍ଟିଗଡ଼ ସରପଞ୍ଚ ଦାନାଦେଇ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ଶିବିରରେ ସମିତିସଭ୍ୟା ଶ୍ରୀଦେବୀ ମହାନନ୍ଦ, ନାଏବ ସରପଞ୍ଚ ସୁଶୀଳା ନାଏକଙ୍କ ସମେତ ୱାର୍ଡ ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ ! ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପାଧର ଧରୁଆଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମରୋଜଗାର ସେବକ ଧର୍ମରାଜ ବାଗ, ଯୋଗାଣ ସହାୟକ ବନବାସ ପାତ୍ରଙ୍କ ସମେତ ଭୂଜନ ହାତୀ, କର୍ଣ୍ଣ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ମ.ରାମପୁର ବ୍ଲକ କଂଗ୍ରେସ ର ନୂତନ କର୍ମକର୍ତ୍ତା ନିର୍ବାଚିତ

Sunil Chandra Nayak

ରାଉରକେଲା – ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ନିରୁପମା ପାଣି ଙ୍କ କବିତା ଗଣ ପର୍ବ ରଜ

Sunil Chandra Nayak

Leave a Comment

error: Content is protected !!