ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଭିନ୍ନ ସମସ୍ୟାରେ ବୁଡି ରହିଛି ଇଡିଦା ଗୋଲକ ନାରାୟଣ ହାଇସ୍କୁଲ 

ବାଲେଶ୍ଵର,୨୫/୮/୨୨- ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଶିକ୍ଷା ଜିଲ୍ଲା ଅଧିନରେ ଥିବା ଇଡିଦା ପଞ୍ଚାୟତ ଗୋଲକ ନାରାୟଣ ହାଇସ୍କୁଲ – ୨୦୨୧ ପର୍ଯ୍ଯନ୍ତ ସ୍କୁଲ କମିଟି ସଠିକ ଭାବରେ ପରିଚାଳନା କରିଆସୁଥିବା ବେଳେ ସ୍କୁଲରେ କାର୍ଯ୍ଯରତ ପାଚକ ପାଚିକା ମାନଙ୍କୁ ଦାୟିତ୍ୱ ହସ୍ତାନ୍ତର ପରେ ଖାଦ୍ଯ ତିଆରି ଠୁ ଆରମ୍ଭ କରି ପ୍ରଧାନ ଶିକ୍ଷକଙ୍କ ଉଦାସିନତା ପାଇଁ ସ୍କୁଲର ଛାତ୍ରଛାତ୍ରୀ ଡ୍ରେସ ଓ ଦଶମ ଶ୍ରେଣୀ ପିଲାମାନେ ସାଇକେଲ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହିଭଳି ଅନେକ ସମସ୍ଯା ଭିତରେ ଗତି କରୁଥିବା ବେଳେ ସ୍କୁଲ କମିଟି ନିରବ ଦ୍ରଷ୍ଟା ସାଜିଛି । ହେଲେ ପଞ୍ଚାୟତରେ ଥିବା ଛୋଟବଡ ନେତାଙ୍କ ଅପାରଗତା ପାଇଁ ୬୦ବର୍ଷରୁ ଉର୍ଦ୍ଧ ଶିକ୍ଷାକେନ୍ଦ୍ର ଶ୍ରୀହିନ ହେବା ଭଳି ନଜରକୁ ଆସିଛି ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ଜୋରଧରିଛି । ୫-ଟିରେ ଗୋଲକ ନାରାୟଣ ହାଇସ୍କୁଲ ହେବା ଆଗରୁ ଅଞ୍ଚଳ ବାସୀଙ୍କ ପ୍ରଚେଷ୍ଟାରେ ୧୯୬୮ ମସିହା ଅଗଷ୍ଟ ମାସ ରକ୍ଷ୍ଯା ବନ୍ଧନରେ ମୁକ୍ତିଲାଭ କରିଥିଲା । ୫୫୦ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିଲେ । ପ୍ରତ୍ଯେକ ଶ୍ରେଣୀଗୃହ, ପ୍ରଧାନଶିକ୍ଷକ କକ୍ଷ, ସଭାଗୃହ, ଲାଇବ୍ରେରୀ କକ୍ଷ, କିରାଣୀ କକ୍ଷ, ଅଫିସ ଗୃହ, ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ କମନ ରୁମ, ପୂଜା ଓ ସାଂସ୍କୃତିକ କାର୍ଯ୍ଯକ୍ରମ ପାଇଁ ଅଡିଟୋରିୟମ ଗୃହ, ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପୃଥକ ପାଇଖାନା ଓ ପରିଶ୍ରାଗାର ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ମଧ୍ୟ ପାଇଖାନା ପରିଶ୍ରାଗାର ନିର୍ମାଣ ହୋଇଥିଲା । ସ୍କୁଲଟି ସରଗଠୁ ସୁନ୍ଦର ଭାବେ ଅବିଭାବକ ସ୍କୁଲକମିଟି ଓ ଅଞ୍ଚଳବାସୀଙ୍କ ପରାମଶ୍ବରେ ଠିକଠାକ ଚାଲିବା ସହିତ ୨୫ ବର୍ଷରେ ରଜତ ଜୟନ୍ତି ଏବଂ ୫୦ବର୍ଷ ପୁର୍ତ୍ତି ଅବସରରେ ସୂବର୍ଣ୍ଣ ଜୟନ୍ତି ପାଳିତ ହେବା ସହିତ କେତେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଆସି ସ୍କୁଲର ସୌନ୍ଦର୍ଯ୍ୟକରଣ ପରିବେଶ ଦେଖି ଅନନ୍ଦିତ ହୋଇଥିଲେ । ହେଲେ ୫-ଟିରେ ଉନ୍ନତିକରଣ ହେବା ବ୍ଯବସ୍ଥା ଜାଣି ଅଞ୍ଚଳବାସୀ ଆନନ୍ଦିତ ହୋଇଥିଲେ । ହେଲେ ୫-ଟିରେ ନୂତନ ରୂପରଙ୍ଗ ପରିବର୍ତ୍ତେ ଉକ୍ତ ସ୍କୁଲର ନୂତନ ଗୃହ ନିର୍ମାଣରେ ଅନିୟମିତତା ସହିତ ଅନେକ କକ୍ଷ ଭଙ୍ଗା ଯାଇଛି, ଚାରିପଟ ପାଚେରୀ ନାହିଁ । ପୁଣି ରନ୍ଧାଶାଳ ମୁକୁଳା ପଡିଛି ତ କେଉଁଠି ପ୍ଳାଷ୍ଟାର ଝଡି ପଡୁଛି । ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ବ୍ଯକ୍ତି ଏହି ସ୍କୁଲ ପ୍ରତି କୌଣସି ଦିନ ସାହାଯ୍ଯର ହାତ ବଢାଇ ନାହିଁ ସେହି ବ୍ଯକ୍ତି କାର୍ଯ୍ଯ ସମ୍ପାଦନ କରୁଥିବା ଯୋଗୁ ଏହିଭଳି ନିମ୍ନ ମାନର କାର୍ଯ୍ଯ ହୋଇଛି । ତେବେ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ । ଅନ୍ୟପକ୍ଷରେ ଅଞ୍ଚଳବାସୀ ଭିଜିଲାନ୍ସ ତଦନ୍ତ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ବୋଲି ଖବର ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭବାନୀପାଟଣା ସହରରେଥିବା ଭାଗିରଥୀ ଇନ୍ ବିବାହ ମଣ୍ତପ ପଛ ପଟରେ ନିଆଁ ଲାଗିଛି

Sunil Chandra Nayak

ଢେଙ୍କାନାଳ ଟ୍ରାଫିକ ସମସ୍ୟା ବାବଦରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ସହ ଆଲୋଚନା

Sunil Chandra Nayak

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳ ଚଞ୍ଚଳ ଢେ଼ଙ୍କାନାଳ

Sunil Chandra Nayak

Leave a Comment

error: Content is protected !!