ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିନ ସାରା ଚେୟାରମ୍ୟାନ୍‌ ପ୍ରାର୍ଥୀ ହୋଇ କରୁଛନ୍ତି ପ୍ରଚାର, ସନ୍ଧ୍ୟାରେ ବିକୁଛନ୍ତି ଗୁପ୍‌ଚୁପ୍‌

ଗୁପ୍‌ଚୁପ୍‌ ଧରି ପ୍ରଚାର କରୁଛନ୍ତି କଂଗ୍ରେସ ପ୍ରାର୍ଥୀ 

କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଂଗ୍ରେସର ଜଣେ ମହିଳା ପ୍ରାର୍ଥୀ ସାହିକୁ ସାହି ବୁଲି ସାଙ୍ଗରେ ଗୁପ୍‌ଚୁପ ଧରି ପ୍ରଚାର କରୁଛନ୍ତି । ଆଉ ଲୋକଙ୍କୁ ଗୁପ୍‌ଚୁପ୍‌ ଖାଇବାକୁ ମଧ୍ୟ ଦେଉଛନ୍ତି । ଲୋକମାନେ ବି ଗୁପଚୁପ୍‌ ଖାଇବାକୁ ବେଶ୍‌ ଆଗ୍ରହ ଦେଖାଉଛନ୍ତି । ଆଉ ଖାଉଛନ୍ତି । ଏହି ମହିଳା ଗୁପଚୁପ୍‌ ବିକାଳୀ ଜଣକ ଏବେ କଂଗ୍ରେସ ଦଳ ପକ୍ଷରୁ ଚେୟାରମ୍ୟାନ ସିଟ୍‌ ପାଇଁ ଲଢେଇ କରୁଛନ୍ତି । ଯାହାକୁ ନେଇ ପୂରା ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

ନୂଆପଡ଼ା ଜିଲ୍ଲା ଖରିଆରରୋଡ୍‌ର ଏନଏସି ଅଧ୍ୟକ୍ଷ ପଦକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି । କାରଣ ଏହି ସିଟ୍‌ ପାଇଁ ଲଢେଇ କରୁଛନ୍ତି ଜଣେ ଗୁପଚୁପ୍‌ ବିକାଳି । ଏନଏସିର ୪ ନମ୍ବର ୱାର୍ଡରେ ରହୁଛନ୍ତି ହୃଷିକେଶ କୋଠାରଙ୍କ ପରିବାର । ଆଉ ପ୍ରତିଦିନ ନିଜର ଏହି ଠେଲା ଗାଡ଼ିରେ ଗୁପଚୁପ୍‌, ଚାର୍ଟ, ଭେଲପୁରୀ ଧରି ଗାଁକୁ ଗାଁ ବୁଲନ୍ତି । ଆଉ ଏନଏସି ଅଫିସ୍‌ ସାମ୍ନାରେ ଠେଲା ଲଗାଇ ଗୁପଚୁପ୍‌ ବେପାର କରନ୍ତି ହୃଷିକେଷ କୋଠାର ଓ ପୂର୍ଣ୍ଣମାଶୀ କୋଠାର ।

ବେପାର କରିବା ସମୟରେ ଉଭୟ ସ୍ୱାମୀ-ସ୍ତ୍ରୀ ଅନେକ ଗରିବ ଲୋକଙ୍କୁ ଅତି ପାଖରୁ ଦେଖନ୍ତି ଏବଂ ସେମାନଙ୍କ ଯନ୍ତ୍ରଣାକୁ ବୁଝିପାରନ୍ତି । ହେଲେ ସେମାନଙ୍କୁ ସାହାଯ୍ୟ କରିବାକୁ ଏହି ଦମ୍ପତିଙ୍କ ପାଖରେ ସେତିକି ଟଙ୍କା ନଥାଏ । ତେଣୁ ମନରେ ଇଚ୍ଛା ଥିଲେ ମଧ୍ୟ ସେମାନେ କାହାକୁ ସାହାଯ୍ୟ କରିପାରନ୍ତି ନାହିଁ । ଆଉ ସାହାଯ୍ୟର ମନୋବୃତ୍ତି ପାଇଁ ଆଜି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ପୂର୍ଣ୍ଣମାଶୀ ।

ପୂର୍ଣ୍ଣମାଶୀ ବିଏବିଇଡ଼ି କରିଛନ୍ତି । ହେଲେ ସ୍ୱାମୀଙ୍କୁ ସାହାଯ୍ୟ କରିବାକୁ ଗୁପଚୁପ୍‌ ବେପାର କରିବାକୁ ଯାଉଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନରେ ନିଜ ସମର୍ଥକଙ୍କ ସହ ଗାଁ ଗାଁ ବୁଲି ଭୋଟ୍‌ ମାଗୁଛନ୍ତି ଆଉ ସନ୍ଧ୍ୟା ହେବା ମାତ୍ରେ ସ୍ୱାମୀଙ୍କୁ ସାହାଯ୍ୟ କରିବା ପାଇଁ ଗୁପଚୁପ୍‌ ବିକ୍ରି କରୁଛନ୍ତି । ପୂର୍ଣ୍ଣମାଶୀ କହିଛନ୍ତି, ମୁଁ ଗରିବି କଣ ବୁଝିଛି, ବିଶ୍ୱାସ ରହିଛି ଲୋକମାନେ ମତେ ଭୋଟ୍‌ ଦେବେ । ଆଉ ମୁଁ ଭୋଟ୍‌ରେ ଯଦି ବିଜୟ ହୁଏ ତେବେ ଲୋକଙ୍କ କଥା ନିଶ୍ଚୟ ଶୁଣିବି ଓ ସେମାନଙ୍କ ଦୁଃଖ ଦୂର କରିବି । ସେ ଯାହା ବି ହେଉ, ଜଣେ ଗୁପଚୁପ୍‌ ବିକାଳୀ ଏବେ ଚେୟାରମ୍ୟାନ ପଦ ପାଇଁ ଲଢେଇ କରୁଥିବାରୁ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନୂତନ ମାଜିଷ୍ଟ୍ରେଟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଆସନ୍ତା ୧୦ରେ ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସମ୍ବର୍ଦ୍ଧିତ ହେବେ ସୌମ୍ଯରଂଜନ

Sunil Chandra Nayak

ରାଇରଙ୍ଗପୁରରେ ‘ପରିକ୍ରମା’ଆନୁକୂଲ୍ଯରେ ମେଧା ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

Leave a Comment

error: Content is protected !!