ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୌର ନିର୍ବାଚନ – ବିଶାଲ ସମାବେଶ କରି ପ୍ରଚର ଶେଷ କଲା ବିଜେଡ଼ି

ଜୁନାଗଡ଼,୨୨/୩(ନି.ପ୍ର)ପୌର ନିର୍ବାଚନ ପାଇଁ ଆଜି ପ୍ରଚାର ର ଶେଷ ଦିନରେ ବିଶାଳ ଜନ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଛି ବିଜେଡି l ଏହି ନିର୍ବାଚନରେ ସମସ୍ତ ଆସନ ନିଶ୍ଚିତ ଭାବେ ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନିର୍ବାଚନ ମଙ୍ଗ ଧରିଥିବା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର l ଜୁନାଗଡ ପୌର ନିର୍ବାଚନରେ ବିଭିନ୍ନ ଦଳ ନିଜ ପାର୍ଥି ଙ୍କ ସପକ୍ଷ ରେ ପ୍ରଚାରକୁ ଶେଷ କରିଥିବା ବେଳେ ବିଜେଡି କିନ୍ତୁ ଏହି ପ୍ରଚlର କୁ ବିଶାଳ ସମାବେଶ କରି ପ୍ରଚାର କୁ ଶେଷକରିଛି l ଯାହା ବିରୋଧୀ ଙ୍କ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ହୋଇଛି l ସ୍ତାନୀୟ ଲଙ୍କେଶ୍ଵରୀ ମନ୍ଦିରର ରୁ ହଜାର ହଜାର ମହିଳା ପୁରୁଷ ସମର୍ଥକଙ୍କ ଗହଣ ରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବ୍ଂ ତାଙ୍କ ପାର୍ଥି ମାନେ ଏକ ବିଶାଲ ଶୋଭା ଯାତ୍ରାରେ ସ୍ତାନୀୟ ନୂଆ ବସ ଷ୍ଟାଣ୍ଡ ଠାରେ ନିର୍ବାଚନୀ ଶେଷ ସଭା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଶ୍ମି ରଞ୍ଜନ  ନାଏକ ବର୍ତମାନ୍ ର ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ ନାରୀ ନେତ୍ରୀ କଲ୍ୟାଣୀ ନାଏକ ବିଜେଡି ର ନବୀନ୍ ସରକାର ଆଜି ବିକାଶ ଧାରା ମାଧ୍ୟମ ରେ ମହିଳା ମାନଙ୍କୁ ସଶକ୍ତି କରିଛି l ରାସ୍ତା ଘାଟ ସ୍ଵସ୍ଥ୍ଯ ପରି ମୌଲିକ ସମସ୍ୟା ସମାଧାନ କରି ଓଡିଶା କୁ ଏକ ଅଗ୍ରୀଣ ରାଜ୍ୟ ରେ ପରିଣତ କରିଛି l କଳାହାଣ୍ଡି ର ଜନସାଧାରଣ ଆଜି ବିଜେଡି ସରକାରକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଏକ ତରଫା ଭାବେ ବିଜଇ କରିଛନ୍ତି l ଯାହା ପାଇଁ ଆଜି ବିରୋଧୀ ଛାନିଆ ହୋଇ ନିଜ ପ୍ରତି ବିଶ୍ବାସ ହରାଇ ବସିଛନ୍ତି l ବିଜେଡି କାହା ଉପରେ ଆକ୍ରୋଶ ରଖେ ନାହିଁ କିମ୍ବା ରଖିବ ନାହିଁ ଆମେ ସବୁ ବେଳେ ବିକାଶ କୁ ଆଗେଇ ନେବୁ ଏବ୍ଂ ଆମ ଦଳ ର ଅଧ୍ୟକ୍ଷ ପାର୍ଥି ମହେଶ ସାହୁ ଏବ୍ଂ ୱାର୍ଡ ପାର୍ଥି ଏହି ସମସ୍ତ ଆସନ ରେ ଜିତିଲେ ଗରିବ ଖଟିଖିଆ ମାନଙ୍କ ଉନ୍ନତି ହେବା ସହ ଜୁନାଗଡ ରାଜ୍ୟ ର ଏକ ବିକଶିତ ସହର ଭାବେ ଗଢି ତୋଳିବୁ ବୋଲି ମନ୍ତ୍ରୀ ନିର୍ବାଚନୀ ପ୍ରତିଶୁତି ଦେଇଥିଲେ l ଏହି ନିର୍ବାଚନୀ ସମାବେଶ ରେ ସହରର ବରିଷ୍ଟ ନେତା ଦିଗlମ୍ବର ନାୟକ ପରିଚାଳନା କରିଥିଲେ l ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ଇମ୍ପେକ୍ଟ ଫାଉଣ୍ଡେସନ ଇଣ୍ଡିଆ,  ରେଲମନ୍ତ୍ରଣାଳୟ ପକ୍ଷରୁ ବିଶ୍ଵର ପ୍ରଥମ ଭ୍ରାମ୍ୟମାଣ ଅସ୍ତ୍ରୋପଚାର ଚିକିତ୍ସା ସେବା ଲାଇଫ ଲାଇନ ଚିକିତ୍ସା ଆରମ୍ଭ

ଡିସେମ୍ବର ସୁଦ୍ଧା ୫୫ଟି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଟାର୍ଗେଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଫେରାର ଫଗୁଣ 

Sunil Chandra Nayak

Leave a Comment

error: Content is protected !!