ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଶାଳୀନତା

ଶାଳୀନତା

ରାଗ –(ବଙ୍ଗଳା ଶ୍ରୀ)

ବିଦ୍ଯାଧର ମହାନ୍ତ

ଶାଳୀନତା ଏକ ମାନବୀୟ ଗୁଣ

ଯାହାନରେ ନମ୍ରକରେ

ଶାଳୀନତା ଲୋକ ମାନବେ ସୁନ୍ଦର

ବିଶ୍ୱଜିତେ ସ୍ଵଭାବରେ।୧

 

ମାନ ସନମାନ ଜଗିରଖି ଚଳେ

ମର୍ଯ୍ୟାଦା ପୁରଷ ହୋଇ

ସ୍ଵଭାବେ ସୁନ୍ଦର ଗୁଣ ପରକାଶେ

ଦୁର୍ଯ୍ୟୋଗେ କାତର ନୋହି।୨

 

ଶାଳୀନତା ଗୁଣେ ହୋଇ ବଳିୟାନ

ସତ୍ୟେସଦା ହୂଏ ବ୍ରତୀ

ମାନି ସ୍ୱାଭିମାନୀ ଆଦର ଲଭଇ

ଭଲମାର୍ଗେ କରି ଗତି।୩

ଥିଲେ ଶାଳୀନତା ଚଳେ ସଦାଚାରେ

ନରହୂଏ ନମନୀୟ

ସଂସାର ସାଗରେ ଦିବ୍ୟଗୁଣ ଲଭେ

ଦିବ୍ୟଗୁଣ ମାନବୀୟ।୪

 

ଶାଳୀନତା ଗୁଣେ ବିଭୂଷିତ ଜନ

ମର୍ତ୍ତେ ପାଏ ସନମାନ

ଶାଳୀନତା ହୀନ ପ୍ରତି ମୁହୂର୍ତ୍ତରେ

ପାଏଘୋର ଅପମାନ।୫

 

ଯେଉଁ ନର ନାରୀ ହୃଦେରହିଥାଏ

ମନୋହର ଶାଳୀନତା

ମିଳିଥାଏ ତାକୁ ଆସି ଆପେଆପେ

ମାନବିକ ସ୍ୱାଧୀନତା୬

 

ମଣିଷ ସମାଜ ଶାଳୀନତା ଗୁଣେ

ଚଳୁଥିଲେ ନିରନ୍ତର

ଉତ୍ତମ ହୋଇବ ଦାନବ ମାନବ

ବିଶ୍ୱ ହେବ ମନୋହର।୭

ତମ୍ବାହରା ହରିଚନ୍ଦନପୁର କେନ୍ଦୁଝର

Related posts

ଗଣେଶ ଚତୁର୍ଥୀ ଓ ନୁଆଁ ଖାଇରେ ଲୋକପ୍ରିୟ ବିଧାୟକ ଗାଁ ଗାଁ ବୁଲି ଭେଟିଲେ ଛାତ୍ର/ଛାତ୍ରୀ ଓ ଆଦିବାସୀ ପରିବାରକୁ , ସେମାନଙ୍କ ସାଙ୍ଗେ ସାମିଲ୍ ହୋଇ ଆନନ୍ଦ ବିଭୋର ହୋଇ ନାଚିଲେ

Sunil Chandra Nayak

ଡିକୋଟିଙ୍ଗ ଲିଡରସିପ କାର୍ଯ୍ୟକ୍ରମ

Sunil Chandra Nayak

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ମେରକାପଙ୍କ ଦିନିକିଆ ରାୟଗଡା ଗସ୍ତ

Sunil Chandra Nayak

Leave a Comment

error: Content is protected !!