ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୂଳପତି ଭାବରେ ସମ୍ବକିଶୋର ଦଣ୍ଡସେନା ଓ ମୁଖ୍ୟ ସମ୍ପାଦକ ଭାବରେ ଦିଲ୍ଲିପ କୁମାର ନାଏକ ନିର୍ବାଚିତ

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କାଶିପଲା ଗ୍ରାମ ଠାରେ ରବିବାର ଖଡିଆଳ ପାଟଣା କ୍ଷତ୍ରିୟ ସମାଜର ଏକାଦଶ ମହାସଭା ଅବସରରେ ଦ୍ଵିତୀୟ ଅଧିବେଶନରେ କୂଳପତି ଓ ମୁଖ୍ୟ ସମ୍ପାଦକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । କୂଳପତି ଭାବରେ ସମ୍ଭୂକିଶୋର ଦଣ୍ଡସେନା ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା  ବେଳେ  ମୁଖ୍ୟ ସମ୍ପାଦକ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ସମ୍ପାଦକ ଭାବରେ ଦୁଇ ଜଣ ପ୍ରାର୍ଥୀ ବୃନ୍ଦାବନ ବାରିକ ଓ ଦିଲ୍ଲିପ କୁମାର ନାଏକ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ୨୭ ଗୋଟି ଅଂଚଳରୁ ୧୮୯ ଜଣ ସଦସ୍ୟ ଙ୍କ ମଧ୍ୟରୁ ୧୬୩ ଜଣ ସଦସ୍ୟ ମତଦାନ କରିଥିଲେ । ନିର୍ବାଚନ ରେ ଦିଲ୍ଲୀପ କୁମାର ନାଏକ ବିଜୟ ଲାଭ କରିଥିଲେ । ପ୍ରଥମ ଅଧିବେଶନରେ ବିଦାୟୀ କୂଳପତି ବିଜୟ ସିଂ ମହାରଥା ଅଧ୍ୟକ୍ଷତା କରିଥିବା ବେଳେ ବିଦାୟୀ ମୁଖ୍ୟ ସମ୍ପାଦକ ବୃନ୍ଦାବନ ବାରିକ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ପରିଷଦର ଉପ କୁଳପତି ଡିଜଲେଶ୍ବର ବାରିକ, ସହ ସମ୍ପାଦକ ସହଦେବ ରାଉତ, ଯୁଗ୍ମ ସମ୍ପାଦକ ହେମନ୍ତ ମାଝୀ, କୋଷାଧ୍ୟକ୍ଷ ଲୋକନାଥ ବାରିକ, ସଙ୍ଗଠକ ଶ୍ରୀରାମ ସମରେନ୍ଦ୍ର ସିଂ ବାରିକ , ସହ ସଙ୍ଗଠକ ଅନିଲ ଦଣ୍ଡସେନା, ପରାମର୍ଶଦାତା ଜିତେନ୍ଦ୍ର ସିଂ ବାରିକ, କେତନ ସିଂ ବାରିକ, ମହେଶ୍ବର ପ୍ରସାଦ ବାରିକ, ଅଶ୍ଵିନୀ ପ୍ରଧାନୀ, ବିଦ୍ୟାଧର ବିଶି, ହରିସିଂ ବାରିକ, ଜ୍ଞାନ ପ୍ରକାଶ ସିଂ, ଶୈଳେନ୍ଦ୍ର ବାରିକ, ଦେବ ସିଂ ନାଏକ, ନନ୍ଦଲାଲ ବାରିକ, ସୁକୁମ ବାରିକ, ଗୌରଚନ୍ଦ୍ର ଦଣ୍ଡସେନା, ଯୁଗେଶ୍ବର ରାଉତରାୟ, ଲବଣେଶ୍ବର ବାରିକ ,ଖରତ ଚନ୍ଦ୍ର ବାରିକ , କାଶିପଲା ଅଂଚଳ ସମ୍ପାଦକ ଅଶୋକ କୁମାର ବାରିକ ମଂଚାସୀନ ଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଳିବୀ ବିଭୁଦତ ଚଳାନ, ସହ ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ସମାଜସେବୀ କେତନ ସିଂ ବାରିକ ଓ ହେମନ୍ତ କୁମାର ଦଣ୍ଡସେନା କାର୍ଯ୍ୟ ସମ୍ପାଦନ କରିଥିଲେ । ସୂଚନା ଥାଉକି ଅନ୍ୟ ପରିଷଦ ଓ ପରାମର୍ଶ ଦାତା ଆଗାମୀ କେନ୍ଦ୍ର ବୈଠକରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ଚଳାନ ପ୍ରକାଶ କରିଛନ୍ତି । ଏହି ଏକାଦଶ ମହସଭା କୁ କାଶିପଲା ଅଂଚଳ ଅରଗାନାଇଜ କରିଥିବା ବେଲେ ୨୭ ଗୋଟି ଅଂଚଳରୁ ୧୦୦୦ ରୁ ଉର୍ଦ୍ଧ୍ଵ ମହିଲା ଓ ପୁରୁଷ ସାମିଲ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତୀର୍ଯ୍ୟକ

Sunil Chandra Nayak

ଶ୍ରୀନିବାସ ପଣ୍ଡା ଙ୍କ ଗଳ୍ପ ଝିଅ ନୁହେଁ ସେ ହୀରାଟିଏ

Sunil Chandra Nayak

କେନ୍ଧୁବନ୍ଧ ନିଲାମ ନ କରି ଏ ବର୍ଷ କାମ ହେବ ତ? ପଡାବାଶି ଙ୍କ ପ୍ରଶ୍ନ

Leave a Comment

error: Content is protected !!