ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖାସବାହାଲ ଠାରେ ବ୍ଲକ ସ୍ତରୀୟ ଯାଦବ ସମାଜ ବୈଠକ

ନୂଆପଡା:ଖଡିଆଳ ବ୍ଲକ ଖାସବାହାଲ ଗ୍ରାମ ଠାରେ ବ୍ଲକ ସ୍ତରୀୟ ଯାଦବ ସମାଜ ବୈଠକ ଓ ନୂତନ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଆଞ୍ଚଳିକ ଯାଦବ କେନ୍ଦ୍ର ଖାସବାହାଲ ଏହାକୁ ଆୟୋଜନ କରିଥିବା ବେଳେ ସଭାପତିତ୍ୱ କରିଥିଲେ ଖାସବାହାଲ ଯାଦବ ସମାଜ ସଭାପତି ଯୋଗେଶ୍ୱର ହଂସ।ବରିଷ୍ଠ ସମାଜ ସେବକ ସନ୍ତୋଷ ନିଆଲ, ବ୍ଲକ ସଭାପତି କୀର୍ତ୍ତନ ପୋଢ଼, ନୂଆପଡା ଜିଲ୍ଲା ଯାଦବ ସମାଜ ଉପ-ସଭାପତି ଯୁଧିଷ୍ଠି ସଗରିଆ,ଉପଦେଷ୍ଟା ତ୍ରିନାଥ ପୁଞ୍ଜି,ବ୍ଲକ ସମ୍ପାଦକ ଜିତେନ୍ଦ୍ର ଗହୀର, ଅରେଡା ସରପଞ୍ଚ ପ୍ରତିମା ପୁଞ୍ଜି, ଗଡ୍ରାମୁଣ୍ଡା ସରପଞ୍ଚ ବୃନ୍ଦାବନ ବାଗ, ରିଷିଗାଁ ସରପଞ୍ଚ ସୁବାଷ ନାଗ, ବିରିଘାଟ ସରପଞ୍ଚ ରୀତା କାଣ୍ଡ, ଭୁଲିଆ ସିକୁଆଁ ସରପଞ୍ଚ ଲକ୍ଷ୍ମୀ ବାଗ, ଗଡ୍ରାମୁଣ୍ଡା ସମିତି ସଭ୍ୟ ଘନକେଶୀ ହଂସ,ଖାସବାହାଲ ନାଏବ ସରପଞ୍ଚ ମିଥିଲା ହଂସ ପ୍ରମୁଖ ସମାଜର ବିଭିନ୍ନ ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।ସମାଜକୁ ସଶକ୍ତ କରିବା ସହ ଆଦର୍ଶ ସମାଜର ଗଠନ, ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ମାର୍ଗଦର୍ଶନ ରେ ପରିଚାଳିତ ହେବା ଆଦି ଉପରେ ସମସ୍ତେ ଆଲୋଚନା କରିଥିଲେ।ବିଶେଷ କରି ମହିଳା ମାନଙ୍କୁ ସମାଜରେ ଅଗ୍ରଣୀ ଭୂମିକା ନେବାକୁ ଆହ୍ୱାନ ଦିଆଯାଇଥିଲା। ଅନିରୁଦ୍ଧ ହଂସ,କବି ହଂସ, ଯଦୁମଣି ବାଗ ପ୍ରମୁଖ ସହଯୋଗ କରିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର

Sunil Chandra Nayak

ବିଶ୍ୱ ଏଡ଼ସ ଦିବସ ପାଳିତ

Sunil Chandra Nayak

ନୃତ୍ୟ ଗୀତ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ବାଗତ…

Sunil Chandra Nayak

Leave a Comment

error: Content is protected !!