ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଚାଲିଛି ଚେକ୍ ଡ୍ୟାମ୍ କାମ ,ସ୍ଥାନୀୟ ଶ୍ରମିକ ବଦଳରେ ଅନ୍ୟ ପଞ୍ଚାୟତର ଶିଶୁ ଶ୍ରମିକ ନିୟୋଜିତ

କୋକସରା,୧୮ା୪- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର କଛାରପଡା ଅଣ୍ଟାଲ୍ ଜୋର ଠାରେ ମନରେଗା ଯୋଜନାରେ ଚାଲିଥିବା ଚେକ୍ ଡ୍ୟାମ୍ କାମ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଚାଲିଛି । ଫଳରେ କାର୍ଯ୍ୟର ସ୍ଥାୟୀତ୍ୱ କୁ ନେଇ ସଂଦେହ ସୃଷ୍ଟି ହୋଇଛି । ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୫ ଲକ୍ଷ ଟଙ୍କା ରହିଥିବାବେଳେ କାର୍ଯ୍ୟ ଆରମ୍ଭ ତାରିଖ ମଧ୍ୟ ଫଳକରେ ସୂଚନା ଦିଆଯାଇନାହିଁ । କାର୍ଯ୍ୟ କୁ ବିଭାଗୀୟ ଦର୍ଶା ଯାଇଥିବାବେଳେ ଜୈନେକ ଠିକାଦାର ଜଣକ କାର୍ଯ୍ୟ ସଂପାଦନା କରୁଥିବା ଜଣାପଡିଛି । ଅନ୍ୟପଟେ ସ୍ଥାନୀୟ ଶ୍ରମିକ ଙ୍କୁ କାମରେ ନ ଲଗାଇ ଲଡୁଗାଁ ଅଞ୍ଚଳର ଶ୍ରମିକ ଙ୍କୁ ନିୟୋଜିତ କରାଯାଇଛି । ତେବେ ସ୍ଥାନୀୟ ଅଞ୍ଚଳର ଶ୍ରମିକଙ୍କୁ ନିୟୋଜିତ କରାଯାଇ ନଥିବାରୁ ଶ୍ରମିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ କାର୍ଯ୍ୟରେ ନିୟୋଜିତ ରହିଥିବା ଅଧିକ ଶ୍ରମିକ ଶିଶୁ ଶ୍ରମିକ ରହିଛନ୍ତି । ତେବେ ମନରେଗା ଯୋଜନାରେ ଚାଲିଥିବା ଏହି କାର୍ଯ୍ୟରେ ଜବ କାର୍ଡଧାରୀ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ପାରିଶ୍ରମିକ ପାଉଣା ଯିବାକୁ ନିୟମ ରହିଥିବା ବେଳେ ଏଠାରେ ନିୟୋଜିତ ଥିବା ଅନ୍ୟ ପଞ୍ଚାୟତର ଶିଶୁ ଶ୍ରମିକ କିପରି ପାରିଶ୍ରମିକ ପାଇବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ଶିଶୁ ଶ୍ରମିକ ଙ୍କୁ ଅଧିକ ପରିଶ୍ରମ କରାଇ କମ ପାଉଣା ଦେଇ ଠିକାଦାର ଜଣକ ମାଲେମାଲ ହେବାକୁ ଯୋଜନା ରଖିଥିବା ମଧ୍ୟ ଆଲେଚାନା ହେଉଛି । ଏଣେ ଯନ୍ତ୍ରୀଙ୍କ ବିନା ଅନୁପସ୍ଥିତିରେ ଠିକାଦାର ଜଣକ ମନଇଚ୍ଛା କାମ କରିଚାଲୁଥିବା ବେଳେ ହାତ ତିଆରି ଚିପସ୍‌, ମେଟାଲ ବ୍ୟବହାର କରୁଥିବା ଦେଖିବାକୁ ମିଲିଛି । ଫଳରେ କାର୍ଯ୍ୟର ସ୍ଥାୟିତ୍ୱ କୁ ନେଇ ପ୍ରଶ୍ନ ଉଠିଛି । ଏ ନେଇ କୋକସରା ବ୍ଲକ ଦାୟୀତ୍ୱରେ ଥିବା ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନଙ୍କ ମତାମତ ନେବାରୁ କ’ଣ ହୋଇଛି ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ।

 

Related posts

କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

Sunil Chandra Nayak

ସରକାରୀ ବୃତ୍ତିରେ ସରସ୍ଵତୀ ଶିଶୁ ମନ୍ଦିରର ସଫଳତା

Sunil Chandra Nayak

ଆମପାଣି ପ୍ରାଥମିକ କୃଷି ସମବାୟ ସମିତି ସଭାପତି ହେଲେ ବିରଞ୍ଚି ନାରାୟଣ ପଣ୍ଡା

Sunil Chandra Nayak

Leave a Comment

error: Content is protected !!