ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେହେର ସମାଜ ର ମହାସଭା ଏବଂ ନୂତନ କର୍ମକର୍ତ୍ତା ଚୟନ

 ଜୁନାଗଡ଼ ୧୮/୪/ (ମ ନି ସ) ଜୁନାଗଡ଼ ବ୍ଲକ ପଳାସ ଗ୍ରାମରେ କଲାହାଣ୍ଡି ଜିଲ୍ଲା ମେହେର (ଭୁଲିଆ )ସମାଜ ର ଏକ ମହା ସଭା ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ଏହି ମହାସଭା ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀବତ୍ସ ମେହେର ରହିଥିଲେ l ଏଥିରେ ସମାଜ ର ଉଦ୍ୟେଶ୍ୟ , ଶୃଙ୍ଖଳିତ ଜୀବନ ଯାପନ ଓ କୁସଂସ୍କାର ଦୂରୀଭୂତ ପାଇଁ ସମାଜ ର ପ୍ରତ୍ୟେକ ସଦସ୍ୟ ଯତ୍ନବାନ ହେବାକୁ ଆହ୍ୱାନ କରାଯାଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସଭାପତି ଭାବେ ଦିଲୀପ କୁମାର ମେହେର, ହିମାଂଶୁ ଶେଖର ମେହେର, ଉପସଭାପତି ସନ୍ତୋଷ କୁମାର ମେହେର, ଗଙ୍ଗାଧର ମେହେର, ଶ୍ରୀବତ୍ସ ମେହେର ରାଜ୍ୟ କମିଟି ସଦସ୍ୟ, ସମ୍ପାଦକ ଭାବେ ବିଦ୍ୟାଧର ମେହେର ଓ ସହ ସମ୍ପାଦକ ଶାନ୍ତନୁ ମେହେର, କୋଷାଧକ୍ଷ ଭାବେ ଗୋପୀନାଥ ମେହେର ପ୍ରମୁଖ ରହିଛନ୍ତି l ସେହିପରି ବିଭୁତି ଭୂଷଣ ମେହେର ଓ କବିରାଜ ମେହେର ନିର୍ବାଚନ ଦାୟିତ୍ୱ ତୁଲାଇ ଥିଲେ l ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଧୀରଜ କୁମାର ମେହେର ଓ ସୁଜିତ କୁମାର ମେହେର ଙ୍କୁ ସମ୍ମାନିତ କରାଯାଇଥିଲା l ଶ୍ରୀବତ୍ସ ମେହେର ଓ ଶାନ୍ତନୁ ମେହେର ମଞ୍ଚ ପରିଚାଳନା କରିଥିଲେ l ସେହିପରି ଜିଲ୍ଲା ପରିଷଦ ଉପାଧକ୍ଷା ସୁଧୀରା ମେହେର, ବ୍ଲକ ଅଧକ୍ଷା ସବିତା ମେହେର, ପୂର୍ବତନ ବ୍ଲକ ଅଧକ୍ଷ ମନୋଜ ମେହେର ପ୍ରମୁଖ ସକ୍ରିୟ ସଦସ୍ୟ ରହିଛନ୍ତି l ଏହି ମହାସଭା ରେ ଜିଲ୍ଲା ର ବିଭିନ୍ନ ଅଂଚଳ ରୁ ଶତାଧିକ ମେହେର ସମାଜ ସଦସ୍ୟ ଯୋଗ ଦେଇଥିଲେ l ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ମାଆର ମମତା

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ସମୟ ସୁଅ 

Sunil Chandra Nayak

କେସିଙ୍ଗା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବରେ ଶେଷ

Sunil Chandra Nayak

Leave a Comment

error: Content is protected !!