ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

କରମ ସ୍ଥାନ ମୋ ମୋର ତୀର୍ଥ ଧାମ

     ସଦା ଜପ ରାତିଦିନ

ଶୁଭୁ ଅଛି ହରି ଶବ୍ଦ ଶ୍ରୁତି କାନ

     ପବିତ୍ର କରେ ଜୀବନ।

କରମ ସ୍ଥଳି ମୋ ଭୋଗର ପସରା

   ସର୍ବେ ନିଏ ବାଣ୍ଟିକୁଣ୍ଟି

ମୁଖେ ଖାଇ ଦୁଃଖ ଭୁଲି ମୁଁ ଯାଉଛି

    କାଳିଆ ମୋ ଧନ ଗଣ୍ଠି।

କର୍ମ ଗଙ୍ଗା ସ୍ରୋତ ପବିତ୍ର ସମାଜ

     ହରିରାମ ଶୁଦ୍ଧ କଣ୍ଠ

ଜପ‌ କରୁଥିଲେ ଶୁଦ୍ଧତା ଆସଇ

   ଖୋଲି ଯିବ ମୁକିବାଟ।

ଜୀବନର ତୀର୍ଥ ଜୀବନ ପଥରେ

    କେତେ ବାଧାବିଘ୍ନ ଆସେ

ହରିରାମ ଗାଇ ଜୀବ ଗଲା ବେଳେ

    ଘଟ ଯାଇ ମାଟି ମିଶେ।

ସକାଳ ଜୀବନ ଭକ୍ତି ଭାବ ଘେନି

     ସନ୍ଧ୍ୟାରେ କରଇ ସ୍ତୁତି

ପ୍ରାର୍ଥନା ଜପରେ ଶାନ୍ତି ମିଳିଥାଇ

      ଦିନରାତି ଥାଇ ଭକ୍ତି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଲଘୁଚାପ ଜନିତ ଲଗାଣ ବର୍ଷା,ହାତୀନଦୀରେ ବନ୍ୟା, ଅନେକ ଚାଷଜମି ପାଣି ଘେରରେ, ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ

Sunil Chandra Nayak

ରାଜସ୍ବ ସ୍କ୍ୱାର୍ଡ ପାର୍ଟି ଦ୍ବାରା ଦୁଇ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ;୪୦,୪୦୦ ଟଙ୍କା ଜୋରିମାନା ଆଦାୟ

Sunil Chandra Nayak

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ ଙ୍କ କବିତା  ଶ୍ରୀ କୃଷ୍ଣ

Sunil Chandra Nayak

Leave a Comment

error: Content is protected !!