ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଭିଟାମାଟି

   ଭିଟାମାଟି

   ବେଣୁଧର ସୂତାର

 
ସାତ ପୁରୁଷର ଭିଟାମାଟି ମୋର
ଜୀବନର ତୀର୍ଥଭୂମି
ତା ସ୍ନେହ ମମତା ଭାବ ନିବିଡତା
ବୟସକୁ ଯାଏ ଚୁମି             
ଅସରା ପ୍ରୀତିର ଝର
ଅନୁରାଗ ଭରା ଅନୁକମ୍ପା ଯାର
ମୋ ଜୀବନ ଇସ୍ତାହାର ।।
ତାର ଅନୁଦାନ ଭିନ୍ନ ସମ୍ମୋହନ
ଦିବ୍ୟ ଶାନ୍ତି ମଧୁମୟ
ମମତା ଯାହାର ପ୍ରୀତିଫଲ୍ଗୁ ଧାର
ଜୀବନର ବରାଭୟ     
ଶିହରିତ ମୁଗ୍ଧ ମନ
ମୋମାଟି ମୋପାଇଁ ଅମୃତ ଭୁବନ
ସପନ ନନ୍ଦନ ବନ ।।
ଷଠି କଉଡିରୁ ଜୀବନ ଆରମ୍ଭ
ଶୈଶବର ମିଠା ସ୍ମୃତି
ଯୌବନ ମାଦକ ମଦିରା ମହଲେ
ସପନର ଚୋରାପ୍ରୀତି
ମୋ ଭିଟା ମାଟିର ମୋହ
ଅମାପ ପ୍ରେମର ଦିବ୍ୟ ମମତାର
ପରିପୂର୍ଣ୍ଣ ସମାରୋହ ।।
ଅଭୁଲା ସେ ସ୍ମୃତି ପ୍ରିୟଜନ ପ୍ରୀତି
କେତେ ମାନ ଅଭିମାନ
ଜଗାଏ ବୁକୁରେ ମୁଗ୍ଧ ଶିହରଣ
ଅସରନ୍ତି ଆଲୋଡନ
ସୁଖର ମଧୁର କ୍ଷଣ
ଲୁଟିନେଲାଅବା ରୂପରୁ ବୟସ
ସନ୍ତାପିତ ହୁଏପ୍ରାଣ ।।
ରହି ପ୍ରବାସରେ ସହରି ମାୟାରେ
ଭୁଲିଗଲି ସ୍ବାଭିମାନ
ନୀଳତୃଷ୍ଣାତୀରେଖୋଜୁଛିଆତୁରେ
ସମୟର ପାଦ ଚିହ୍ନ
ନିରୁପାୟ ଅନ୍ତରାଳେ
ଜୀବନ ଦୀପରୁ ମାପୁଛିଆୟୁଷ
ପ୍ରତୀକ୍ଷାର ବେଦିତଳେ ।।            
ବିଧୁରିତ ଏଇ ବିଦଗ୍ଧ ହୃଦୟେ
ଦୁଃଖ ଦହନର ତାତି
ଶୟନ ସ୍ବପନେ ଜାଗିଉଠେ ମନେ
ମୋ ଭିଟାମାଟିର ସ୍ମୃତି
ଜୀବନ ଅଚିରସ୍ଥାୟୀ
ନୀଳଶୂନ୍ୟତାରେ ଉପହାସକରେ
ମରଣର ମିଠା ଛାଇ ।।

କେଶଦୁରାପାଳ କେନ୍ଦୁଝର

Related posts

ଉମାକାନ୍ତ ଦାସ ଙ୍କ କବିତା ଶକ୍ତି ସଂସ୍କୃତିର ତୁ ଆଦି ଶକ୍ତି’

ଦେବାଶିଷ ମିଶ୍ର ଙ୍କ କବିତା ପରୀଟିଏ

କଳାହାଣ୍ଡି ଜିଲ୍ଲାର ୧୩ ଜିଲ୍ଲା ପରିଷଦ ଆସନ ଫଳାଫଳ ଘୋଷଣା,ବିଜେଡି କୁ ୧୧ ବିଜେପି କୁ ୨ଆସନ କଂଗ୍ରେସ ସୁନ

Sunil Chandra Nayak

Leave a Comment

error: Content is protected !!