ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୋଟର ତାଲିକା ସଂଵଧୀୟ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବୈଠକ

ଭବାନୀପାଟଣା ତା ୨.୧୨.୨୦୨୨:ଉପ-ଜିଲ୍ଲାପାଳ ଭବାନୀପାଟଣା ଉପଖଣ୍ଡ ଡ ବିଶ୍ୱଜିତ୍ ଦାସ ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ବିଷୟରେ ଜାତୀୟ ତଥା ରାଜ୍ୟ ସ୍ତରୀୟ ରାଜନୈତୀକ ଦଳ ମାନଙ୍କୁ ନେଇ ତା ୦୧.୧୨॰୨୦୨୩ ରେ ଏକ ବୈଠକ ଆୟୋଜନ କରାଯାଇଥିଲା ଉକ୍ତ ବୈଠକରେ ଦାବି ଓ ଆପତ୍ତି ପାଇଁ ଭବାନୀପାଟଣା ଉପଖଣ୍ଡ ନିର୍ବାଚନ ମଣ୍ଡଳିର ରାଜନୈତୀକ ଦଳମାନଙ୍କର ସଭିପତି ଏବଂ ସମ୍ପାଦକ ମାନଙ୍କ ଉପସ୍ତିତିରେ ଫର୍ମ -୯,୧୦,୧୧, ୧୧ (କ) ଗୁଡିକ ବିଷୟରେ ଉପ-ଜିଲ୍ଲାପାଳ ଆଲୋକପାତ କରାଇବା ସହ ଉକ୍ତ ଫର୍ମ ଗୁଡିକ ହସ୍ତାନ୍ତର କରାଇ ଥିଲେ । ଏହା ବ୍ୟତିତ ଉପ-ଜିଲ୍ଲାପାଳ ରାଜନୈତୀକ ଦଳର ପ୍ରତିନିଧି ମାନଙ୍କୁ ନୂତନ ପଞ୍ଜିକରଣ ଏବଂ ବାଦ୍ ପଡ଼ିଯାଇଥିବା ସମ୍ପ୍ରଦାୟ ମାନଙ୍କୁ ଭୋଟର ତାଲିକା ଭୁକ୍ତ କରିବା ନିମନ୍ତେ ସେମାନଙ୍କର ମତାମତ ଲୋଡ଼ିଥିଲେ। ମୂଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ଉପ-ଜିଲ୍ଲାପାଳ ରାଜନୈତୀକ ଦଳ ମାନଙ୍କୁ ନିଜ ନିଜ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।ଶେଷରେ ଉପ-ଜିଲ୍ଲାପାଳ ସଭାରେ ଉପସ୍ତିତଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଏବଂ ସଭା ସାଙ୍ଗ କରାଯାଇଥିଲା ।

ମସିହା ନିଉଜ ସର୍ଭିସ୍ 

 

Related posts

କୋକସରା ତହସିଲ ସମ୍ମୁଖରେ ସ୍ପିଡ୍ ବ୍ରେକର ନିର୍ମାଣ ପାଇଁ ଦାବୀ

Sunil Chandra Nayak

ମୋଦୀଙ୍କ ଦୀପାବଳୀ ଭେଟି…ଅକ୍ଟୋବର ୨୨ରେ ଦେଶର ୭୫ ହଜାର ଯୁବକ ଯୁବତୀଙ୍କୁ ପ୍ରଦାନ କରିବେ ନିଯୁକ୍ତିପତ୍ର

Sunil Chandra Nayak

କଳାହାଣ୍ଡି ପ୍ରଫେସନାଲ ଫଟୋଗ୍ରାଫର ଏସୋସିଏସନ ର ବୈଠକ ଓ କର୍ମକର୍ତ୍ତା ମନୋନୟନ

Sunil Chandra Nayak

Leave a Comment

error: Content is protected !!