ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଣ୍ଡେଳପଡା ଠାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଚନ୍ଦାହାଣ୍ଡି 31/10(ମ ନି ସ)- ନବରଙ୍ଗପୁର ଜିଲ୍ଲା ଆରଖି ଅଧିକ୍ଷାକା ଏସ ସୁ ଶ୍ରୀ ଙ୍କ ନିର୍ଦେଶ କ୍ରମେ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଗମ୍ଭାରୀଗୁଡା ପଞ୍ଚାୟତ ଫୁଣ୍ଡେଳପଡା ଠାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଗମ୍ଭାରୀଗୁଡା ପଂଚାୟତ ସରପଞ୍ଚ ଶ୍ରୀମତୀ ମଥୁରା ପୂଜାରୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗମ୍ଭାରୀଗୁଡା ସମିତି ସଭ୍ୟା ସୁଶ୍ରୀ ଗୌରୀ ନେଙ୍ଗୀ,ନାଏବ ସରପଞ୍ଚ ହୃଦାନନ୍ଦ ଜାଲ,ୱର୍ଡ ସଭ୍ୟା ପୁଷ୍ପାଞ୍ଜଳୀ ନାୟକ,ପୂର୍ବତନ ସମିତି ସଭ୍ୟ ଝୁମୁକଳାଲ ସାହୁ, ମୋତିଲାଳ ସାହୁ ଶିକ୍ଷକ ପଡୁଲୋଚନ ସାହୁ ପ୍ରମୁଖ ମଞ୍ଚସିନ ରହିଥିଲେ l ସର୍ବ ପ୍ରଥମ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ମାନେ ସହିଦ ଯବାନ ପ୍ରଶାନ୍ତ ପାତ୍ରଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏହାପରେ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଆଇଆଇସି ଶ୍ରୀ ନାୟକ ସ୍ମାର୍ଟ ଫୋନ ବ୍ୟବହାର କରୁଥିବା ସମସ୍ତଙ୍କୁ ବିଶେଷକରି ସୋସିଆଲ ମିଡିଆରେ ବିଭିନ୍ନ ଆପ ବ୍ୟବହାର କରି ଲୋକେ ବିଭିନ୍ନ ସାଇବର ଠକେଇର ଶିକାର ହେଉଥିବା, ଏବଂ ଏମିତିକି ଫୋନ ରେ ସମ୍ପର୍କ ବଢ଼େଇ ପରେ ବ୍ଲକମେଲ କରି ବ୍ୟାଙ୍କ ଆକାଉଣ୍ଟ ରୁ ଟଙ୍କା ଲୁଟି ନେଉଥିବା ହେତୁ ଗ୍ରାମବାସୀ ତଥା ଅଂଚଳ ବାସିଙ୍କୁ କୌଣସି ଦଲାଲ କିମ୍ବା ଠକଙ୍କ କଥାରେ ନ ପଡି ପୋଲିସର ସହାୟତା ନେବାକୁ ସେ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ l ଏହା ଛଡା ଆଜି କାଲି ସାଇବର ଠକ ମାନେ ନିଜକୁ ବ୍ୟାଙ୍କ ଅଧିକାରୀ,ଲଟରି ଲାଗିଥିବା କହି ଲୋକଙ୍କୁ ଫୋନ କରି ଠକୁଛନ୍ତି l ଏମାନଙ୍କ କଥାରେ ନ ପଡିବା ପାଇଁ ସେ ଜନସାଧାରଣ ଙ୍କୁ ନିବେଦନ କରିଥିଲେ l ଏବଂ ସ୍ମାର୍ଟ ଫୋନକୁ ସତର୍କତାର ସହ ବ୍ୟବହାର କରିବା ଏବଂ କାହାରିକୁ ଓଟିପି ନମ୍ବର ନଦେବାକୁ ଏବଂ ଏନେଇ ଉପସ୍ଥିତ ଜନସାଧାରଣ ମାନେ ପୋଲିସର ସଦାସର୍ବଦା ସହାୟତା ନେବାକୁ ସଂକଳ୍ପ ନେଇଥିଲେ l ଏହି କାର୍ଯ୍ୟକ୍ରମକୁ ଗୃହରଖି ରାଜୁ ଦଣ୍ଡସେନା ପରିଚାଲନା କରିଥିବା ବେଳେ ଏସଆଇ ଶିବ ପ୍ରସାଦ ମହାନ୍ତି ସହଯୋଗ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ହୃଷିକେଶ ପଟେଲ, ହାବିଲଦାର ବିଦ୍ୟୁତ କୀର୍ତନିଆ, ଟେକରାମ ନିଆଲ ବିଦ୍ୟାଧର ନେତାମ, କମଳ ସାହୁ ,ଦିବାକର ନାୟକ, ଜୟଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଗାନ୍ଧି ମହାବିଦ୍ୟାଳୟ ରୋଟ୍ରାକ୍ଟ କ୍ଲବର ସ୍ଥାପନା ଦିବସ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରାୟଗଡା – ବିଜେପି ର ଧୂଆଁଧାର ପ୍ରଚାର ଓ ସାଧାରଣ ସଭା

Sunil Chandra Nayak

Leave a Comment

error: Content is protected !!