ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା କଲେଜରେ ରାଷ୍ଟ୍ରୀୟ ଏକତା ଦିବସ ଓ ସତର୍କତା ଜଗରୁକତା ସପ୍ତାହ ଓ ପ୍ରତିଜ୍ଞାପାଠ

ରାଉରକେଲା/ ସେକ୍ଟର-୪ସ୍ଥିତ ରାଉରକେଲା କଲେଜର ‘ଜାତୀୟ ସେବା ଯୋଜନା’ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ‘ରାଷ୍ଟ୍ରୀୟ ଏକତା ଦିବସ’ ଓ ‘ଶପଥ ପାଠ’ ତଥା ‘ସତର୍କତା ଜଗରୁକତା ସପ୍ତାହ’ ଓ ‘ପ୍ରତିଜ୍ଞା ପାଠ’ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବେଚ୍ଛାସେବୀ ତଥା ଛାତ୍ର-ଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ମୁଖ୍ୟଅତିଥି ଶ୍ରୀଯୁକ୍ତ ରାଉତ ସ୍ବେଚ୍ଛାସେବୀ ତଥା ଛାତ୍ର-ଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ଓ ଜୀବନାଦର୍ଶକୁ ମନେପକାଇ ତାଙ୍କ ଜୟନ୍ତୀକୁ ସାରା ଭାରତବର୍ଷ ‘ରାଷ୍ଟ୍ରୀୟ ଏକତା ଦିବସ’ ରୂପେ ପାଳନ କରୁଛି । ତେଣୁ ତାଙ୍କର ସେହି ରାଷ୍ଟ୍ରୀୟ ପ୍ରତିବଦ୍ଧତାକୁ ସ୍ମରଣ କରି ଦେଶର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଶପଥ ନେବା। ସେହିପରି ଦ୍ବିତୀୟାର୍ଦ୍ଧରେ ଦୁର୍ନୀତିମୁକ୍ତ ରାଷ୍ଟ୍ର ଗଠନରେ ନିଜର ସହଯୋଗିତା ପାଇଁ ‘ସତର୍କତା ଜଗରୁକତା ସପ୍ତାହ’ ଓ ‘ପ୍ରତିଜ୍ଞା ପାଠ’ ସମସ୍ତ ସ୍ବେଚ୍ଛାସେବୀ ତଥା ଛାତ୍ର-ଛାତ୍ରୀମାନଙ୍କୁ କରାଇଥିଲେ । ମହାବିଦ୍ୟାଳୟର ‘ଜାତୀୟ ସେବା ଯୋଜନା’ର ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଯୁକ୍ତ ୨ ଦାୟିତ୍ଵରେ ଥିବା ଅଧ୍ୟାପକ ବନବିହାରୀ କିଶାନ, ଯୁକ୍ତ ୩ ସ୍ତରୀୟ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଯୁକ୍ତ ୩ ଛାତ୍ରୀ ବିଭାଗର ଦାୟିତ୍ୱରେ ଥିବା ଅଧ୍ୟାପିକା ରଶ୍ମିପ୍ରଭା ମଥାନ, ତଥା ଅଧ୍ୟାପକ ତରଣୀ ନାୟକ, ଅଧ୍ୟାପକ ଅନୁପ ଏକ୍କା, ଅଧ୍ୟାପକ ଅଜିତ ବେକ୍, ଅଧ୍ୟାପିକା ମମତା ନାୟକ ଓ ଅଧ୍ୟାପିକା ସୁଚିସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପକ ଶ୍ରୀଯୁକ୍ତ ପାଟ୍ଟଶାଣୀ ମଂଚ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଶ୍ରୀଯୁକ୍ତ କିଶାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସ୍ବେଚ୍ଛାସେବୀ ସୁବ୍ରତ ନାୟକ, ମାନସ ବେହେରା, ସମୀର ବିଶ୍ବାଳ, ସ୍ବିଟି ପଟ୍ଟନାୟକ, ନିରଂଜନ ଧରେଇ ପ୍ରମୁଖ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମମତା ସାହୁ ଙ୍କ କବିତା ନୃସିଂହ ଅବତାର

ଭବାନୀପାଟଣା ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଓଡିଶା ସାମ୍ବାଦିକ ସଙ୍ଘର ୧୧ ତମ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!