ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଲକିରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ମୟୂରଭଞ୍ଜ -୦୭/୦୯/୨୨(ମସିହା)  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର- ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ଦଲକି ସନ୍ନିକଟ ମୁଖ୍ୟ ରାସ୍ତାରେ ସୋମବାର ରାତି ୯.୩୦ଟା ପାଖାପାଖି ସମୟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ବାଦାମ ପାହାଡ଼ ଥାନା ଅନ୍ତର୍ଗତ କୁସୁମି ବ୍ଲକର ତଲକପୋଖରୀ ପଞ୍ଚାୟତର ଦିଘିଆବେଡା ଗ୍ରାମର ବିଜୟ ଚାତାର(୨୪) ବାଇକରେ ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ହୋଇଥିଲେ । ବାଦାମ ପାହାଡ଼ ପୋଲିସ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲ ଭର୍ତ୍ତି କରିଥିଲେ । ମଙ୍ଗଳବାର ଦିନ ଏକ ଅପମୃତ୍ୟୁ ମାମଲା କେଶ ନଂ ୯୨/୨୨ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ କରୁଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମସୀ

ସରକାରୀ ଆଇ ଟି ଆଇ ସ୍ଥାନାନ୍ତର କୁ ବିରୋଧ କରି କ୍ରିୟାନୁଷ୍ଠାନ କମିଟିର ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର

ସସ୍ମିତେଶ ସାହୁ ଙ୍କ କବିତା ପ୍ରାତଃ ପ୍ରାର୍ଥନା

Sunil Chandra Nayak

Leave a Comment

error: Content is protected !!