ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଳାପରିଷଦ ୧୩ଟି ମଣ୍ଡଳୀ ରେ ଥିବା ୧-ନମ୍ବର ଜୋନରେ ବିଜେଡି ୧୧ ଆସନ ଓ ବିଜେପି ୨ଟି ଆସନରେ ବିଜୟୀ

ଭବାନୀପାଟଣା:୨୭/୨- ମ.ନି.ସ:- କଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ଦଳ ଭୋଟରଙ୍କ ପାଖକୁ ଯାଇ ନିଜନିଜ ସପକ୍ଷରେ ଭୋଟ ଦେବା ନେଇ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଭୋଟ ହାତେଇବା ପାଇଁ ଚେଷ୍ଟା କରି ରାତି ଦିନ ପରିଶ୍ରମ କରିଥିଲେ, ଅନେକ ସ୍ଥାନରେ ଅର୍ଥ କାରବାର ହୋଇଥିବା ବିଷୟରେ ମଧ୍ୟ ଅଭିଯୋଗ ଆସିଥିଲା । ନି ର୍ବାଚନ ଶେଷ ହେବା ପରେ ଭୋଟରଙ୍କ ହାତରେ ପ୍ରାର୍ଥଙ୍କ ଭାଗ୍ଯ ନିର୍ଦ୍ଧାରଣ କରିବା ସମୟକୁ ଅପେକ୍ଷା କରାଯାଇଥିଲା। ଗତ ୨୬/୨ ତିଖରେ ପ୍ରାର୍ଥଙ୍କ ଭାଗ୍ଯ ନିର୍ଦ୍ଧାରଣ କରିବା ନେଇ ଭୋଟ ଗଣତି କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ଭୋଟ ଗଣତିର ଶେଷ ପର୍ଯ୍ଯାୟର ଫଳାଫଳରୁ ଜଣାପଡିଥିଲା ଯେ, କଳାହାଣ୍ଡି ଜିଲ୍ଲାର ୧୩ଟି ଜିଲ୍ଳାପରିଷଦ ଜୋନର ୧- ନମ୍ବର ଜୋନର ଭୋଟ ଗଣିତ ଶେଷ ହୋଇଥିଲା। ଶେଷ ଫଳାଫଳ ଅନୁସାରେ ବିଜେଡି ୧୧ଟି ଆସନ ନେଇଥିବାବେଳେ ବିଜେପି ୨ଟି ଆସନରେ ବିଜୟୀ ହୋଇଛି। ସୂଚନା ଅନୁଯାୟୀ ବିଜେଡିକୁ ମିଳିଥିବା ଆସନ ଗୁଡିକ ହେଲା ଗୋଲାମୁଣ୍ତା ପ୍ରାର୍ଥୀନି ହେମାଙ୍ଗୀନି ରାଉତ୍ ଜୟପାଟଣା- ପ୍ରାର୍ଥୀନି ସ୍ବର୍ଣ୍ଣ ଚମ୍ପା ନାଏକ ,ଜୁନାଗଡ. ପ୍ରାର୍ଥୀ ସୁଧିର ମେହେର, କର୍ଲାମୁଣ୍ତାର ପ୍ରାର୍ଥୀ ମହେନ୍ଦ୍ର ରଣା, କେସିଙ୍ଗା ପ୍ରାର୍ଥୀନି ଦୀପାଞ୍ଜଳୀ ସାହୁ,କୋକସରା ପ୍ରାର୍ଥୀ ହେମନ୍ତ ମାଝୀ, ଲାଞ୍ଜିଗଡ ପ୍ରାର୍ଥୀନୀ ଅଞ୍ଜଳି ମାଝୀ,ମଦନପୁର ରାମପୁର ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ, ନର୍ଲା ପ୍ରାର୍ଥୀନୀ ନମ୍ରତା ସାହୁ, କଲମପୁର ପ୍ରାର୍ଥୀନୀ ପୂର୍ଣ୍ଣମୀ ମାଝୀ, ଥୁଆମୂଳ ରାମପୁର ପ୍ରମିଳା ମାଝୀ, ଆସନରୁ ବିଜୟ ହେଲା।

ସେହିପରି ବିଜେପି ଭବାନୀପାଟଣା ପ୍ରାର୍ଥୀ ହୃଦାନନ୍ଦ ସାହୁ,ଓ ଧର୍ମଗଡରୁ ପ୍ରାର୍ଥୀ ଅପରେସ ସ୍ବାଇଁ ବିଜୟୀ ହୋଇଥିବା ବିଷୟରେ ଜିଲ୍ଲା ସୂଚନାରୁ ପ୍ରକାଶ

Related posts

ଜୁନାଗଡ଼ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!