ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରେମ୍ ଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା:୧୫/୯- (ମନିସ):– ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ ଓଡିଶାଙ୍କ ମାନ୍ଯବର ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରେମ୍ ଙ୍କ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ବିଭାଗୀୟ କାର୍ଯ୍ଯକ୍ରମର ତଦାରଖ କରିବା ସହିତ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ। ବଲାଙ୍ଗୀର ଓ ନୂଆପଡା ଜିଲ୍ଲା ଗସ୍ତ ସାରି ମାନ୍ଯବର ମନ୍ତ୍ରୀ ଗତ ମଙ୍ଗଳବାର ଯଥା ୧୩/୯/୨୦୨୨ ତାରିଖ ଦିନ ସଂନ୍ଧ୍ୟା ସମୟରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଆସି ପହଞ୍ଚିଥିଲେ। କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯୋତ୍ସାରାଣୀ ଜ୍ଯୋର୍ତିମୟୀ ପାତ୍ର, ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦୁ ମହାପାତ୍ର, ତଥା ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ସିଡିପିଓ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ପରଦିନ ୧୪/୯/୨୦୨୨ ତାରିଖ ଦିନ ମାନ୍ୟବର ମନ୍ତ୍ରୀ କ୍ଷେତ୍ର ପରିଦର୍ଶନରେ ଯାଇ ନର୍ଲା ବ୍ଳକ ସ୍ଥିତ ଘଣ୍ଟମାଳ ଗ୍ରାମରେ ଥିବା ମୋଡେଲ ଅଙ୍ଗନବାଡ଼ି କେନ୍ଦ୍ର, ସର୍ଗିଗୁଡା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଏବଂ ମିଶନଶକ୍ତି ଗୃହ ତଥା ନର୍ଲା ଚାରିଛକ ଠାରେ ଥିବା SHG ଗ୍ରୃପ ଦ୍ବାରା ପରିଚାଳିତ ବେତ କାମ କେନ୍ଦ୍ର ଏବଂ ମେଲେଟ୍ ମିଶନ ଅନ୍ତର୍ଗତ “ମିଲେଟ୍ ଅନ୍ ହ୍ବିଲ” ( Millet on wheel) ପ୍ରଭୃତି ବୁଲି ଦେଖିଥିଲେ ଏବଂ SHG ମହିଳା ଗ୍ରୃପର ସଦସ୍ଯା ମାନଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ମାନ୍ଯବର MLA ଲାଞ୍ଜିଗଡ ଶ୍ରୀ ପ୍ରଦୀପ କୁମାର ଦିଶାରୀ,ଜିଲ୍ଲାପରିଷଦ ଅଧ୍ଯକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ,ସ୍ଥାନୀୟ ସରପଞ୍ଚ,ନର୍ଲାବ୍ଳକର ଅଧ୍ଯକ୍ଷ, ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ADM, DSWO BDO ନର୍ଲା CDPO ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। କ୍ଷେତ୍ର ପରିଦର୍ଶନରୁ ଫେରି ୧୧ ଘଟିକା ସମୟରେ ଭବାନୀପାଟଣାସ୍ଥିତ ଜିଲ୍ଲାପାଳଙ୍କ ମମ୍ମିଳନୀ କକ୍ଷରେ ମାନ୍ଯବର ମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ଯକ୍ରମ ସମୀକ୍ଷା କରିଥିଲେ। କଳାହାଣ୍ଡି ଜିଲ୍ଲାପାଳ ପି, ଅନ୍ନେଶା ରେର୍ଡିଙ୍କ ଉପସ୍ଥିତିରେ ତଥା MLA ଲାଞ୍ଜିଗଡ, ଜିଲ୍ଲାପରିଷ ଅଧ୍ଯକ୍ଷ,ଅତିରିକ୍ତ ଜିଲ୍ଲାପାଳ, DSWO.CDPO. DPM Olm. Dy. Directer ORMAS, program manager mission sakti.ବିଭିନ୍ନ ବ୍ଳକରୁ ଆସିଥିବା Cdpo.ଶିଶୁ ସୁରକ୍ଷା ଅଫିସର କର୍ମକର୍ତ୍ତା, NOP ର Program officer, DRDA ର ନିର୍ବାହୀ ଅଧିକାରୀ,ଶିଶୁ ମଙ୍ଗଳ ସମିତିର ସଦସ୍ୟ ଓ ସଦସ୍ଯା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଅନ୍ଯାନ୍ଯ ଅଧିକାରୀ ବୃନ୍ଦ ଉପସ୍ଥିତ ରହି ନିଜ କାର୍ଯ୍ଯକ୍ରମ ମାନଙ୍କର ରୂପାୟନ ସଂପର୍କରେ ମାନ୍ଯବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଏବଂ ସେ ଏସବୁର ବିଷୟ ଗୁଡିକ କୁ ତର୍ଜମା କରି ଏହାକୁ ଆହୁରି କିପରି ତ୍ବରାନ୍ବିତ କରାଯାଇପାରିବ ସେ ସଂପର୍କରେ ନିଜର ମତାମତ ରଖିଥିଲେ। ମାନ୍ଯବର ମନ୍ତ୍ରୀ ଜିଲ୍ଲାରେ ଚାଲିଥିବା କାର୍ଯ୍ଯକ୍ରମ ଗୁଡିକ ଠିକ୍ ରୂପେ ଚାଲିଥିବାର ମତବ୍ୟକ୍ତ କରିବା ସହ ନିଜର ଖୁସି ଜାହିର କରିଥିଲେ। Review meeting ସରିବା ପରେ ମାନ୍ଯବର ମନ୍ତ୍ରୀ ମଧ୍ଯାହ୍ନ ଭୋଜନ ସାରି, ପୂନର୍ବାର କ୍ଷେତ୍ର ପରିଦର୍ଶନରେ ବାହାରି ଦୁଆରସୁନୀସ୍ଥିତ ଆଶ୍ରମ ପଡାରେ ଥିବା ସ୍ବଧାର ଗୃହ ଏବଂ ଉଜ୍ଜଳା ଗୃହ ବୁଲି ଦେଖିଥିଲେ ଏବଂ ତା ପରେ ପରେ ଭବାନୀପାଟଣାର ରେଲ୍ଓ୍ବେ ଷ୍ଟେସନ୍ ରାସ୍ତାରେ ଥିବା ନେହେରୁ ସେବା ସଂଘ ଦ୍ବାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ସ୍ବତନ୍ତ୍ର ପୋଷ୍ଯ ସନ୍ତାନ ପ୍ରଦାନକାରୀ ସଂସ୍ଥା ବୁଲିଦେଖିଥିଲେ। ଜିଲ୍ଲାପାଳ କଳାହାଣ୍ଡି ସମସ୍ତ ଅଧିକାରୀ ତଥା ବିଧାୟକଙ୍କ ଉପସ୍ଥିତିରେ ମାନ୍ଯବର ମନ୍ତ୍ରୀ ଏହି ଗୃହ ମାନଙ୍କରେ ରହୁଥିବା ଅନ୍ତେବାସୀ ମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ଏବଂ ଭବିଷ୍ୟତ ଗଠନ ପାଇଁ ସେମାନଙ୍କ କେଉଁ ଭଳି ପ୍ରସ୍ତୁତ କରିବାକୁ ପଡିବ ସେ ସଂପର୍କରେ ଉପଦେଶ ମାନ ଦେଇଥିଲେ। ବିଦୟ ଅବସରରେ ମାନ୍ଯବର ମନ୍ତ୍ରୀ ଅପରାହ୍ନ ୪.୩୦ ମିନିଟ୍ ସମୟରେ ଭବାନୀପାଟଣା ଠାରୁ ବାହାରି ସମ୍ବଲପୁର ଜିଲ୍ଲା ଅଭିମୁଖେ ପ୍ରତ୍ଯାବର୍ତ୍ତନ କରିଥିଲେ।

Related posts

ଦୁର୍ଗମ ତ୍ରିଲୋଚନପୁରରେ ସିଆରପିଏଫ୍ ପକ୍ଷରୁ ଜନସଂପର୍କ ଶିବିର

Sunil Chandra Nayak

ଭତରା ସମାଜ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

ଲଡୁଗାଁ ଶାରଦୀୟ ଦୁର୍ଗାପୂଜା ତୃତୀୟ ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort