ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ୟୁସିଏଫ୍ଆଇ ଗୁଣାତ୍ମକ ମଣ୍ଡଳୀର ୩୦ ତମ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା/ କ୍ୱାଲିଟି ସର୍କଲ ଫୋରମ୍ ଅଫ୍ ଇଣ୍ଡିଆ, ରାଉରକେଲା ତରଫରୁ କନଭେନସନ୍ ଅଫ୍ କ୍ୱାଲିଟି କନ୍ସେପ୍ଟସ୍ ଶୀର୍ଷକ ଏକ ଦୁଇଦିନିଆ ସମ୍ମିଳନୀ ଦୁଇଦିନ ଧରି ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ରିମସ୍ ପରିସରରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଉଦଘାଟକ ଭାବେ ଯୋଗଦେଇ ଉଦଘାଟନ କରିବା ସହ ବେଦାନ୍ତ ପାୱାର ଏବଂ ଆଲୁମିନା ସେକ୍ଟର ଝାରସୁଗୁଡାର ସିଇଓ ଏସ.କେ ସତ୍ୟ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । କ୍ୟୁସିଏଫଆଇ ରାଉରକେଲାର ଅଧ୍ୟକ୍ଷ ତଥା ସେଲ୍ ଆରଏସପିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏସଆର ସୁର୍ୟବଂଶୀଙ୍କ ନେତୃତ୍ୱରେ ଏହି ସମ୍ମିଳନୀର ଆୟୋଜନ କରିଥିବା ବେଳେ ସାଧାରଣ ସମ୍ପାଦକ ଏସ.ସି ପ୍ରସାଦ ତତ୍ତ୍ୱାବଧାନ କରିଥିଲେ । ସମ୍ପୂଣ୍ଣ କାର୍ଯ୍ୟକ୍ରମକୁ ଚେତନ ଶ୍ରୀବାସ୍ତବ ପରିଚାଳନା କରିଥିଲେ । ମଞ୍ଚାସୀନ ଅତିଥିଙ୍କ ମଧ୍ୟରେ ରିମସର ସମ୍ପାଦକ ତଥା ଓଡିଶା ମ୍ୟାନେଜମେଣ୍ଟ କଲେଜ ଆସୋସିଏସନର ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ୍ ଡଃ. ଆର୍ଯ୍ୟ ପଟ୍ଟନାୟକ ଯୋଗଦେଇ ଶିଳ୍ପ ଏବଂ ଶିକ୍ଷାକେନ୍ଦ୍ରର ସହଭାଗିତାରେ ଦେଶର ଉନ୍ନତି ସମ୍ଭବ ବୋଲି କହିଥିଲେ । ସୂଚନା ଯୋଗ୍ୟ ଯେ ବିଭିନ୍ନ ଉତ୍ପାଦର ଗୁଣବତ୍ତାକୁ ନେଇ ଏହି ସମ୍ମିଳନୀରେ ଗୁଣାତ୍ମକ ଧାରଣା ସମ୍ବନ୍ଧୀୟ ବିଚାର ବିମର୍ଷ, ଶିକ୍ଷା ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ । ରାଉରକେଲା ଚାପ୍ଟର ନିଜ ଅସ୍ତିତ୍ୱର ୩୦ବର୍ଷ ଉପଲକ୍ଷେ ଚଳିତବର୍ଷ ଚାପ୍ଟର ସମ୍ମିଳନୀ ବ୍ୟତୀତ ନିୟମିତ ଭାବେ ସମ୍ମିଳନୀ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାନ ଆୟୋଜିତ କରିଥାଏ । ୧୬୯ ଟିମ୍ ସଦସ୍ୟଙ୍କ ସହିତ ୨୬୪ ଆଜୀବନ ସଦସ୍ୟଙ୍କୁ ନେଇ ରାଉରକେଲା ଚାପ୍ଟର ଦିନକୁ ଦିନ ମଜବୁତ ହେବାରେ ଲାଗିଛି । ନିୟମିତ ଅଭ୍ୟାସ ମାଧ୍ୟମରେ ସାଧାରଣ କର୍ମୀଙ୍କୁ ଉତ୍ସାହିତ କରିବା ତଥା ଉତ୍ପାଦ ଏବଂ ଉତ୍ପାଦନ, ଉତ୍ପାଦକତା, ମୂଲ୍ୟ, ନିରାପତ୍ତା, ପରିବେଶ ସୁରକ୍ଷା ଏବଂ ଗୁଣବତ୍ତା ଦିଗରେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସେମାନଙ୍କୁ ସକ୍ଷମତା ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।ତୃଣମୂଳ ସ୍ତରର କର୍ମଚାରୀମାନଙ୍କୁ ଏଥିରେ ଅଂଶଗ୍ରହଣ କରିବା ଏବଂ ସେମାନଙ୍କର ଜ୍ଞାନ ଏବଂ କୌଶଳକୁ ବାଣ୍ଟିବା ସହ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟକାରୀଙ୍କୁ କରିବାକୁ ଉତ୍ସାହିତ ନିମନ୍ତେ ମୈାଳିକ ଧ୍ୟାନ ଦିଆଯାଇଥାଏ । ନିଜ ସହିତ ନିଜ ଗୋଷ୍ଠୀର ବିକାଶ ସକାଶେ ଉଦ୍ୟୋଗପତି, କର୍ମଚାରୀ, ଶିକ୍ଷଣୀୟ ସଂସ୍ଥାନ, ପୁଲିସ ଏବଂ ପ୍ରଶାସନିକ କ୍ଷେତ୍ର, ଡାକ୍ତରଖାନା, ବ୍ୟାଙ୍କିଂ ସେବା ଏପରିକି କୃଷିକ୍ଷେତ୍ରରେ ଗୁଣବତ୍ତା ଧାରଣାକୁ ନେଇ ଏପରି ଅଭିଯାନର ଆୟୋଜନ କରାଯାଇଥାଏ । ଏପରି ବିଚାରଧାରାକୁ ସମଗ୍ର ବିଶ୍ୱରେ ପ୍ରଚାର ଓ ପ୍ରସାର କରିବାର ଯୋଜନା ରହିଛି । ଏହି ସମ୍ମିଳନୀରେ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ସେଲ୍ ଆରଏସପି, ସେଲ ମାଇନ୍ସ, ଏମଆଇଓଏମ୍, କେଆଇଓଏମ୍, ଟିଆରଏଲ କ୍ରୋସାକି ବେଲପାହାଡ, ଆଦିତ୍ୟ ଆଲୁମିନିୟମ୍ ସମ୍ବଲପୁର, ଜେଏସପିଏଲ ଅନୁଗୁଳ, ବଡବିଲ-ଟେନସା, ଟାଟାଷ୍ଟିଲ, ଜାମସେଦପୁର, ଡିପିସିଏଲ ଭଦ୍ରକ, ବେଦାନ୍ତ ଲିମିଟେଡ, ବିଆଇଏମ୍, ଡାଲମିଆ ସିମେଣ୍ଟ, ସମେତ ୨୧ଟି ବିଭିନ୍ନ ସଂଗଠନ ପ୍ରତିନିଧିତ୍ୱ କରିଥିବା ବେଳେ ମୋଟ ୧୬୬ ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଏହି ଦୁଇଦିନିଆ ସମ୍ମିଳନୀରେ କ୍ୱାଲିଟି ସର୍କଲ, ଲିନ କ୍ୱାଲିଟି ସର୍କଲ, ୫ ଏସ, କାଇଜେନ୍ ଏବଂ ସିକ୍ସ ସିଗମା ଭଳି ଗୁଣାତ୍ମକ ଧାରଣା ସମ୍ବନ୍ଧରେ ବିଚାର ବିମର୍ଶ କରାଯାଇଥିଲା । ଏହି ଅବସରରେ ନିଜର କେସଷ୍ଟଡି ପ୍ରସ୍ତୁତ କରିବା ସହ ମଡେଲ ଗୁଡ଼ିକୁ ପ୍ରଦର୍ଶନ କରିଥିଲେ । ୫ଏସର ଘରୋଇ ଉପକରଣର ପ୍ରଦର୍ଶନ, ଜ୍ଞାନ ପରୀକ୍ଷଣ ସକାଶେ ସମସ୍ତ ପ୍ରତିଯୋଗୀ ସଂଗଠନ ପୁରସ୍କୃତ କରାଯାଇଥିଲା ।ଆରଏସ କ୍ରୋସାକି ଲିମିଟେଡ, ବେଲପାହାଡର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଡଃ.ତାରାପଦ ଦାସ ସମାପନ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ରିମସର ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମକର୍ତ୍ତା ଏବଂ ଛାତ୍ରମାନଙ୍କ ସହାୟତାରେ ଦୁଇଦିନର କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଭୋଟର ତାଲିକା ସଂଵଧୀୟ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବୈଠକ

Sunil Chandra Nayak

ବିଷମ କଟକ ପୋଲିସ କୁ ବଡ ସଫଳତା

Sunil Chandra Nayak

ଦଶହରା ଉପଲକ୍ଷେ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ବାରହାତ ଖଡ୍ଗ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!