ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା କଡ଼ରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର , ହତ୍ୟା ସନ୍ଦେହ 

ରାଇଘର ୨୭/୯ (ମ ନି ସ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କାନାହାଣ୍ଡି ଯିବା ରାସ୍ତାକଡ଼ରେ ମଙ୍ଗଳବାର ସକାଳୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି | ବ୍ୟକ୍ତି ଜଣକ ରାଇଘର ଗ୍ରାମର ଦିଲୁ ହାଲଦାର (୫୦) ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ସ୍ଥାନୀୟ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି | ରାଇଘରର ଜଣେ ବ୍ୟବସାୟୀ ଦିଲୁ ହାଲଦାରଙ୍କ ଦୁଇ ପୁଅଙ୍କ ମୃତ୍ୟୁ ପରେ ଗତ କିଛି ମାସ ହେବ ପାରିବାରିକ ଅଶାନ୍ତି ଲାଗି ରହିଥିଲା l ଗତ କିଛି ଦିନ ପୁର୍ବେ ପରିବାରର କିଛି ଲୋକ ନିର୍ଦ୍ଧୁମ ପିଟିଥିବା ନେଇ ଦିଲୁ ହାଲଦାର ରାଇଘର ଥାନାର ଦ୍ୱାରସ୍ଥ ହୋଇଥିଲେ | ସେହି ଦିନ ଠାରୁ ସେ ପ୍ରତିଦିନ ସ୍ଥାନୀୟ ସାଙ୍ଗସାଥୀଙ୍କୁ ଫୋନ କରି ସାହାଯ୍ୟ ଲୋଡୁଥିଲେ l ଅପରପକ୍ଷରେ ଆଜି ସକାଳୁ କାନାହାଣ୍ଡି ଯିବା ରାସ୍ତାର ଏକ ନଦୀ ନିକଟରେ ଦିଲୁଙ୍କ ମୃତ ଦେହ ପଡ଼ିଥିବା କିଛି ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ | ଏହି ଖବର ପ୍ରଚାର ହେବା ପରେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା l ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ | ଦିଲୁଙ୍କ ପୁର୍ବରୁ ଦିଲୁଙ୍କ ପାରିବାରିକ କଳହ ଲାଗି ରହିଥିବା ସହିତ ସ୍ଥାନୀୟ ଲୋକଙ୍କ ମନ୍ତବ୍ୟକୁ ଆଧାର କରି ପୁଲିସ ଏହାକୁ ଗୁରୁତର ସହିତ ନିଜର ତଦନ୍ତ ପରିସରକୁ ନେଇଥିବା ଜଣାପଡ଼ିଛି l ଏ ନେଇ ଘଟଣା ସ୍ଥଳରେ ଡଗ୍‌ ସ୍କାର୍ଡ୍ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ଘଟଣାର ସତ୍ୟା ସତ୍ୟ ପ୍ରକାଶ ପାଇବ ବୋଲି ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର ପ୍ରକାଶ କରିଛନ୍ତି | ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପୁଲିସ ପଚରା ଉଚରା ଚଲାଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଳଙ୍କ

Sunil Chandra Nayak

ଧର୍ମଗଡ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ସାବିତ୍ରୀ ବାଈ ଫୁଲେଙ୍କ ପରିନିର୍ବାଣ ଦିବସ ପାଳିତ

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ କବିତା କିଛି ଜାଣିନାହିଁ ମୁହିଁ

Sunil Chandra Nayak

Leave a Comment

error: Content is protected !!