ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଳିତ ଅଧିକାର ମଞ୍ଚର ଦାବୀ କୁ ସମ୍ମାନ ଦେଇଥିବାରୁ ବୋଡେନ ବିଡିଓଙ୍କୁ ସାଧୁବାଦ ଜଣାଇଲେ ଦଳିତ ଅଧିକାର ମଞ୍ଚ ସଭାପତି

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ରେ ଥିବା ମହରାଯୋର ଦିର୍ଘ ୧୮ ବର୍ଷ ହେଲା ଭୁଷୁଡି ପଡିଥିଲା । ଯାହାଫଳରେ ବର୍ଷା ଦିନରେ ବୋଡେନ ବ୍ଲକର ଆଖ ପାଖ ଅଂଚଳ ର ଲୋକ ମାନଙ୍କ ପାଇଁ ଯାତାୟାତ ରେ ସମସ୍ୟା ଦ୍ବିଗୁଣିତ ହୋଇ ଯାଉଥିଲା । ଏହି ମହାରାଯୋର ମରାମତି ପାଇଁ ରାଜ୍ୟ ଦଳିତ ଅଧିକାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡି ଏହାର ପ୍ରତିକାର ପାଇଁ ବୋଡେନ ବିଡିଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବୋଡେନ ବିଡିଓ ପୁର୍ଣ୍ଣଚନ୍ଦ୍ର ଭୋଇ ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟ ସରକାର ଏହି ପୋଳ ନିର୍ମାଣ ପାଇଁ ଏକ କୋଟି ୧୬ ଲକ୍ଷ ଟଙ୍କା ବ୍ୟବୟ ବରାଦ କରିଛନ୍ତି । ଏଥିପାଇଁ ବୋଡେନ ବିଡିଓ, ବିଭାଗୀୟ ଅଧିକାରୀ ଓ ରାଜ୍ୟ ସରକାର ଙ୍କୁ ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି ସାଧୁବାଦ ଜଣାଇଥିବା ଶ୍ରୀ ତାଣ୍ଡି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ପୁଣି ଦଳିତ ଅଧିକାର ମଞ୍ଚର କର୍ମକର୍ତାଙ୍କୁ ମଧ୍ୟ ପ୍ରୟାସ ଜାରି ରଖିବାରୁ ସାଧୁବାଦ ଜଣାଇଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ଟି ଜଗତ ନାଥ

Sunil Chandra Nayak

କବିତା – କବିତା ଦିବସ

Sunil Chandra Nayak

ପାଳିତ ହେଲା ଐତିହସିକ ପୋଡାଗଡ ଦଶହରା 

Sunil Chandra Nayak

Leave a Comment

error: Content is protected !!