ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଆ ଭାଷା ବିକାଶ ମଞ୍ଚ ଦ୍ବାରା ଲେଲିନ ଜୟନ୍ତୀ ପାଳିତ

ରାଉରକେଲା/ ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକା‌ଡେମୀ ପରିସରରେ ଲେନିନ୍‌ଙ୍କ ଜୟନ୍ତୀ ସମାରୋହ ସହ ବୌଦ୍ଧିକ ଆଲୋଚନା ଏବଂ ସ୍ବଦେଶାନୁରାଗ ସମ୍ବଳିତ କ୍ରାନ୍ତିକାରୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ତଥା ପ୍ରଶାନ୍ତ ପତିଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମାର୍କସୀୟ ଚେତନାର ବ୍ୟାଖ୍ୟାକାର ପଶୁପତିନାଥ ଚାଟାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟର ଝର୍କାରେ ସାଂପ୍ରତିକ ଯୁଦ୍ଧ ଏବଂ ବିଶ୍ବ ବ୍ୟବସ୍ଥା ସଂପର୍କରେ ଆଲୋଚନା କରି ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କର ଏକନାୟକତ୍ବର ପ୍ରତିଷ୍ଠା ପାଇଁ ଯେଉଁ ପ୍ରତିଯୋଗିତା ଚାଲିଛି ତାହା ୟୁକ୍ରେନ୍‌ ଭଳି ସ୍ବାଧୀନ ରାଷ୍ଟ୍ର ଏବଂ ଅନ୍ୟ କ୍ଷୁଦ୍ର ରାଷ୍ଟ୍ର ଯୂପକାଠର ବଳି ସଦୃଶ କିପରି ତୃତୀୟ ବିଶ୍ବଯୁଦ୍ଧ ଆଡକୁ ମୁହାଁଉଛି ସେ ସଂପର୍କରେ ମତ ରଖିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ କେଦାର ପ୍ରଧାନ ଯୋଗଦେଇ ରୁଷ ଓ ୟୁକ୍ରେନ୍‌ ଯୁଦ୍ଧର ପୃଷ୍ଠଭୂମୀ ସଂପର୍କରେ ବ୍ୟାଖ୍ୟା କରିଥିଲେ ଏବଂ ଭବିଷ୍ୟତ ବିଶ୍ବର ଅର୍ଥନୈତିକ ମାନଚିତ୍ର ଅଙ୍କନ କରିଥିଲେ। ପ୍ରାରମ୍ଭରେ ଆବାହକ ଶ୍ରୀ ମହାପାତ୍ର ଲେଲିନ୍‌ଙ୍କ ସଂଘର୍ଷମୟ ଜୀବନର ବୃତ୍ତଚିତ୍ର ଅଙ୍କନ କରିଥିଲେ। ଆଲୋଚନାର ଦ୍ବିତୀୟ ପର୍ଯ୍ୟାୟରେ ସହରର ବିଶିଷ୍ଟ କବି ଡା. କୃପାସିନ୍ଧୁ ନାୟକ, ବଳରାମ ରାଉଳ, ସୁଶାନ୍ତ ନାଏକ, କୁଞ୍ଜବିହାରୀ ରାଉତ, କିଶୋରୀ ମୋହନ କର, ପ୍ରଶାନ୍ତ ପତି, ଅଭିରାମ ପ୍ରଧାନ, ବସନ୍ତ ବିଶ୍ବକର୍ମା, ବବିତା ମହାଳିକ, ଗୀତାରାଣୀ ବେହେରା, ଧୋବେଇ ବେହେରା ପ୍ରମୁଖ କବିତା ପାଠ କରିଥି‌ଲେ। ଅନ୍ୟମାନଙ୍କ ମଧ୍ୟରେ ଇଂ ଅଶୋକ ପଟ୍ଟନାୟକ, ଡା. ବସନ୍ତ ଦାସ, ଗଗନ ବିହାରୀ ଧଳ, ସୁପ୍ତି କର, ଶରତ ଚନ୍ଦ୍ର ପଣ୍ଡା, ଡଃ. ସୁମନ ଦତ୍ତ, ଆଲୋକ ବୋଷ, କରୁଣାକାର ପାଟ୍ଟଶାଣୀ, ବିଭୁ ନାୟକ, ସୁକାନ୍ତ ମହାପାତ୍ର, ଅକ୍ଷୟ ପଣ୍ଡା, ଗୟାଧର ମହାଳିକ ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଯୁବକବି ଅଶୋକ ରାଉତ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଛତିଶଗଡ଼ରେ ବଢୁଛି _ଓଡ଼ିଶା ଚାଷୀଙ୍କ ଏମ ଏସ୍ ପି ବୃଦ୍ଧି କରିବାରେ ସରକାରଙ୍କ ଚରମ ଅବହେଳା

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଲାବଣ୍ୟମୟୀ ମୌସୁମୀ

Sunil Chandra Nayak

ମମତା ଶତପଥୀ ଙ୍କ କବିତା ସର୍ବଦା ସନ୍ତୁଷ୍ଟ 

Sunil Chandra Nayak

Leave a Comment

error: Content is protected !!