ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡା – ବଢ଼ି ଚାଲିଛି ଲୁଟ ତରାଜ୍ !

ରାୟଗଡ଼ା– ରାୟଗଡ଼ା ସହରରେ ଦିନକୁ ଦିନ ବଢିଚାଲିଛି ଲୁଟ ଓ ଚୋରି। ତା ୦୨/୦୪ ତାରିଖ ରେ ସହରର ସାଇପ୍ରିୟା ନଗରରେ ବଡ଼ଧରଣର ଲୁଟ । ଘରେ ଥିବା ସମସ୍ତଙ୍କୁ ହାତ ଗୋଡ ବାନ୍ଧି ଘରୁ ଲୁଟିନେଲେ ୨୫ ଭରି ସୁନା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ । ଝରକା ଭାଙ୍ଗି ଏମ ଭେଙ୍କେଟ ରାବନାଙ୍କ ଘରେ ପଶିଥିଲେ ୧୦ ଜଣ ଡକାୟତ । ମାରଣାସ୍ତ୍ର ଦେଖାଇ ୭ଜଣ ଘର ଭିତରେ ଡକାୟତି କରିଥିବା ବେଳେ ଘର ବାହାରେ ୨ଜଣ ଜଗିଥିଲେ । ରାୟଗଡ଼ା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ଘରେ ରହିବାକୁ ବି ସୁରକ୍ଷିତ ମନେକରୁନାହାନ୍ତି । ଏନେଇ ସ୍ଥାନିୟ ପ୍ରଶାସନ କୌଣସି ଠୋସ୍ ପଦକ୍ଷେପ ନେବାକୁ ଦାବି ଉଠିଛି । କାରଣ ଝରକାର ଭାଙ୍ଗି ଘରେ ପଶି ହାତଗୋଡ ବାନ୍ଧି ଲୁଟ କରିବା ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି।

ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଧର୍ମଗଡ ବ୍ଲକ ବେହେରା ଠାରେ ସାମାଜିକ ସମରସତା ଅଭିଯାନ ଉଦଘାଟିତ

Sunil Chandra Nayak

ବିଶ୍ୱ ପରିବେଶ ଦିବସ ପାଳନ

କଳାହାଣ୍ଡି ଗଣଦୁଷ୍କର୍ମ ମାମଲା: ତିନି ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

Leave a Comment

error: Content is protected !!