ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ୍-ଟ୍ରକ୍ ମଧ୍ୟରେ ଧକ୍କା: ଜଣେ ମୃତ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମର ବେଲପଡ଼ା ସ୍ଥିତ ପିପଲ୍ ଗଛ ଛକ ଠାରେ ବାଇକ୍-ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ମୃତ ହୋଇଛନ୍ତି l ମୃତକ ଜଣକ ରିଷିଡ଼ା ଗ୍ରାମ ପଞ୍ଚାୟତର ଟୁନା ରଣା (୩୨) ତାଙ୍କ ବାଇକ୍ (OD 03T 8619) ଯୋଗେ କୌଣସି କାମରେ ତାଙ୍କ ଶ୍ଵଶୁର ଘର ତେରେସିଂହା ଗ୍ରାମକୁ ଆସୁଥିବା ବେଳେ ବେଲପଡ଼ା ସ୍ଥିତ ପିପଲ୍ ଗଛ ଛକ୍ ଠାରେ ବେଲପଡ଼ା ପଟୁ ଯାଉଥିବା ଟ୍ରକ୍ (MD 20 GA 3695) ସହ ଧକ୍କା ହେବାରୁ ଘଟଣା ସ୍ଥଳରେ ଟୁନାଙ୍କର ମୃତ୍ୟୁ ହୋଇଛି l ଘଟଣା ଘଟେଇ ଥିବା ଟ୍ରକ୍ ଚାଳକଙ୍କୁ ଲୋକେ କାବୁ କରି ସ୍ଥାନୀୟ ପୋଲିସଙ୍କୁ ଜିମା ଦେଇଛନ୍ତି l ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଶବ ପଡ଼ି ରହିଥିଲା l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ମ୍ୟୁଜିକ୍ ସର୍କଲର ୪୫ତମ ବସନ୍ତ ସମାରୋହ ୨୦୨୨ ଉଦ୍ଘାଟିତ

Sunil Chandra Nayak

ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା: କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!