ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ଅଗଣା

                    *ପଖାଲ୍*

ଥିର୍ ଗାଲିକରିଁ ତତଲା ଭାତକେ
ପଖେଲେଇ ନେଲେଁ ପାନି
ସେ ଭାତକେ ଆମେ ପଖାଲ୍ କହେସୁଁ
ଠିକ୍ ଭାବେଁ ଥିବ ଜାନି।
ଆସାମେଁ କହେସନ୍ ଇତାକେ “ପୋଇତାଭାତ୍”
ପଶ୍ଚିମବଙ୍ଗେଁ “ପନ୍ତ ଭାତ୍ “
ବିହାର୍ ଝାରଖଣେଁ “ମାରା ଭାତ୍ “ସେ
ଛତିଶଗଡେଁ “ବୋରେ ଭାତ୍ “।
ତାମିଲନାଡୁ ନେ “ବକାଲ୍ ଭାତ୍ “ବଲିଁ
ଦେଖାଦେସି ବିହା ବରପନେଁ
ଦହି ମିର୍ଚା ସାଗେଁ ପର୍ସି ନେଲେଁ
ସର୍ଲି ଯାଉଥିସି ଟୁଣେଁ।
ରାନ୍ଧି ସାଏଲା ଉତାରୁଁ ବାର ଘଣ୍ଟା ଲାଗ୍ସି
ବାସି ପଖାଲ୍ ହେବାର୍ ଲାଗିଁ
ନୁନ୍ ମିର୍ଚା ଉଏଲ୍ ସାଗେଁ ବତରେଁ ଖାଏଲେଁ
ଭୋକ୍ ଯାଏସି ଭାଗିଁ।
ବାସି ପଖାଲର୍ କହର୍ ନାକେଁ ବାଜିଗଲେଁ
ଲାହା ଥିପି ଯାଏସି ଟୁଣୁଁ
ଅଧ୍ ବେଲିଆ ବାସିକେ ନିଘା କରୁଥିସି
ହଲିଆ ଥାଇଁ ଆଏର୍ ମୁଡୁଁ।
ଧନୀ ଗରିବ୍ ସଭେ ଇ ଖରାମାସେଁ
ବାସି ପଖାଲ୍’କେ କରସନ୍ ମନ୍
ବାସି ପଖାଲ୍ ମୁଠେ ପେଟେଁ ପଡ଼ିଗଲେଁ
ଉଆଁସେଁ ବି ଦିସେ ଜନ୍।
ମାଏନ୍ ମାନ୍ସା ଦରବ୍ ମିଲୁଛେ
ଖାଏବାର୍’ଟା କାଏଁ ଦୁକାଲ୍
ସବୁ ଖାଏବାର୍ ଦରବ୍ ଠାନୁ ଭାଇ
ବାସି ପଖାଲ୍ ଏକା ସୁକାଲ୍।
କିଏ ଖାଉଛେ ଚାଇଁ ପଖାଲ୍ ତ
କିଏ ଖାଏ ମିଶେଇଁ ଦହି
କିଏ ଖାଉଛେ ଜିରା ପଖାଲ୍ ଆଉର୍
କିଏ ଖାଏ ମିଶେଇଁ ମହି।
ଲାଲ୍ ଟହ ଟହ ପାତଲ୍’ଘଁଟା
ଧାନ୍ ମିର୍ଚା ନୁନେ
ଚିଟକିଁ ଚିଟକିଁ ଖାଏମା ପୁତା
ବାସି ପଖାଲର୍ ସାଗେଁ।
ପଖାଲର୍ ଅଛେ ବନିହାଁ ଗୁନ୍
କହେଲେନ ଡାକ୍ତର୍’ମାନେ
ବାସିଥିରେଁ ମିଲ୍ସି ବରକସ୍ ତାକତ୍
ସୋର୍ ରଖିଥିବୁ ମନେ।
କାଲିଆ ମାହାପୁରୁ ବି ଥିର୍ ଭୋଗ୍ ଖାଏସନ୍
ମାଛି ଅଁଧରିଆ ସମିଆଥିଁ
ଟଁକ୍ ତୁରେନ୍ ବଲିଁ ଘିନସୁଁ ଯେନ୍’ଟା
ଆମର୍ ଆନନ୍ ବଜାର୍’ଥିଁ।
କରୋନା ସାଗେଁ ବି ଲଢ଼ି ପାରସି
ବାସି ପଖାଲର୍ ତାକତ୍
ବାସିଖିଆ ଲୋକ୍ ଚେମ୍ଭେରେଇ ପାର୍ଲେ
ଦେଖଲା ସାରା ଜଗତ୍।
ଲିଙ୍ଗରାଜ୍ ଗୁଡ଼ିନ ଶିବମାହାପୁରୁ ଠାନେ
ବଡ୍ ସିଙ୍ଘାର୍ ଭୋଗ୍ ବେଲେଁ
ପଖାଲ୍ ସାଗେଁ କଦେଲ୍ ଭଜା
ଦେଖି ପାରମା ସେନକେ ଗଲେଁ।
ଅଗିଲ୍ଲା ଭାତ୍’କେ ପଖାଲ୍ କର୍ମା
ଯତନେ ଘରେଁ ରଖିଁ
ପଖାଲ୍ ଦିବସ୍ ପାଲନ୍ କର୍ମା
ମାଆଁର୍ ପାହା ଧୁଏଲ୍ ମାଖିଁ।
ପିଜା ଚାଉମିନ୍ ଚାଟ୍ କୁର୍କୁରେ
ବେମାରର୍ ଢ଼ବା ଘର୍
ମୁର୍ହି ଲିଆ ପଖାଲ୍ ଗୁର୍ ଟିଖିରି ଯାହା
ସେ ସବୁ ଆମର୍ ନିଜର୍।
ବରକସ୍ ଆଉର୍ ନୀରୋଗ୍ ଲାଗିଁ
ଘରର୍ ଦେଶି ଖାନା ଖାଏମା
ତେଭେଁ ସିନା ଭାଇ ଜିଊଁଥିବାର୍ ଯାଏକ୍
ମୁନୁଷଟେ ବାଗିଲ୍ ଜିଇଁମା।
ମାର୍ଚ୍ଚ୍ ମାସର୍ କୁଡ଼େ ତାରିଖ୍ ଦିନେ
ବିଶ୍ବ ପଖାଲ୍ ଦିବସ୍ ପାଲମା
ଛତିଶ୍ ପୁର୍ଖାଦିନୁ ଖାଇ ଆସୁଥିବାର୍
ପଖାଲର୍ ମହତ୍ ରଖମା।

ଧର୍ମରାଜ ପ୍ରଧାନ
ସହକାରୀ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡା ବ୍ଳକ ଅତାବିରା ଜିଲ୍ଲା-ବରଗଡ।

Related posts

ଆମ୍ ଆଦମୀ ପାର୍ଟି ର ବୈଠକ

Sunil Chandra Nayak

ଶ୍ରୀମାଙ୍କ ଜନ୍ମଜୟନ୍ତୀ ପାଳିତ

Sunil Chandra Nayak

ଜୁନାଗଡ଼ ପୋୖର ନିର୍ବାଚନ : ସ୍ୱାଧୀନ ପ୍ରାର୍ଥୀ ଙ୍କ ଜୋରଦାର ପ୍ରଚାର

Sunil Chandra Nayak

Leave a Comment

error: Content is protected !!