ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ପୋୖର ନିର୍ବାଚନ : ସ୍ୱାଧୀନ ପ୍ରାର୍ଥୀ ଙ୍କ ଜୋରଦାର ପ୍ରଚାର

ଜୁନାଗଡ଼ ପୋୖର ନିର୍ବାଚନ : ସ୍ୱାଧୀନ ପ୍ରାର୍ଥୀ ଙ୍କ ଜୋରଦାର ପ୍ରଚାର l ଜୁନାଗଡ଼ ୨୨/୩(ନି.ପ୍ର) :ଜୁନାଗଡ଼ ରେ ପୋୖର ନିର୍ବାଚନ ଆଉ ମାତ୍ର କମଦିନ ରହିଥିବାବେଳେ ମଧ୍ୟ ପ୍ରଚାର ଜୋର ଧରିଥିବା ରେ ଲାଗିଛି l ଗୋଟିଏ ପଟେ ପ୍ରମୁଖ ୩ ଦଳ ର ଅଧ୍ୟକ୍ଷ ପ୍ରାର୍ଥୀ ତାଙ୍କର ପ୍ରଚାର ଜୋରଦାର କରିଛନ୍ତି l ଅନ୍ୟ ପଟେ ସ୍ୱାଧୀନ ପ୍ରାର୍ଥୀ ଉଦୟ ନାଥ ଦାସ ମଧ୍ୟ ପ୍ରଚାର ରେ ପଛେଇ ନାହାନ୍ତି l ନିଜର ସମର୍ଥକ ଙ୍କ ସହିତ ଏନ ଏ ସି ର୧୨ ଗୋଟି ୱାର୍ଡ ରେ ଘର ଘର ବୁଲି ଭୋଟ୍ ଭିକ୍ଷା ମାଗୁଛନ୍ତି lକୌଣସି ବିଶାଳ ଶୋଭାଯାତ୍ରା କିମ୍ବା ନିର୍ବାଚନି ସଭା ନ କରି ମଧ୍ୟ ସହରର ଗଳି କନ୍ଦି ଏବଂ ପ୍ରତ୍ୟେକ ପଡା କୁ ଯାଇ ସିଧାସଳଖ ଲୋକଙ୍କ ନିକଟତର ହୋଇ ଭୋଟ୍ ଭିକ୍ଷା କରୁଛନ୍ତି lନିଜ ଆଶା ଓ ବିଶ୍ଵାସ କୁ ପାଥେୟ କରି ଏକ ଦୁର୍ନୀତି ମୁକ୍ତ ସ୍ୱଚ୍ଛ ଓ ଉନ୍ନତ ସହର ଗଢ଼ି ତୋଳିବା ପାଇଁ ନିଜର ନିର୍ବାଚନୀ ମୁଦ୍ଦା ରଖିଥିବା ସେ ପ୍ରକାଶ କରିଛନ୍ତି l ଏହି ହେଭିଉଏଟ ନେତା ଏବଂ ଦଳ ସହିତ କଡ଼ା ଟକ୍କର ଦେବେ ବୋଲି ମଧ୍ୟ ଆଶା ରଖି ଥିବା ସେ ଦୋହରାଇଛନ୍ତି lଜୁନାଗଡ଼ ପୌର ନିର୍ବାଚନ ରେ ୪ ଅଧକ୍ଷ୍ୟ ୩୫ ୱାର୍ଡ ସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ନରେନ୍ଦ୍ର କ୍ଷୀତି ଙ୍କ ରିପୋର୍ଟ ।

Related posts

ଜିଲ୍ଲା ଅକ୍ଷମ ସମିତି ପକ୍ଷରୁ ଜନମତ ସଂଗ୍ରହ, ରାଜ୍ୟ ଭିନ୍ନକ୍ଷମ କମିଶନର ଜଣେ ଭିନ୍ନକ୍ଷମ ହେବାକୁ ସରକାରଙ୍କୁ ଅନୁରୋଧ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ସମୟକୁ ପଚ଼ାରିବାକି

Sunil Chandra Nayak

ଆଜାଦିକା ଅମୃତ ଉତ୍ସବ,ବିଦ୍ୟାଳୟର ଛାତ୍ରୀ ଛାତ୍ରଙ୍କ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!