ଜୁନାଗଡ଼ ପୋୖର ନିର୍ବାଚନ : ସ୍ୱାଧୀନ ପ୍ରାର୍ଥୀ ଙ୍କ ଜୋରଦାର ପ୍ରଚାର l ଜୁନାଗଡ଼ ୨୨/୩(ନି.ପ୍ର) :ଜୁନାଗଡ଼ ରେ ପୋୖର ନିର୍ବାଚନ ଆଉ ମାତ୍ର କମଦିନ ରହିଥିବାବେଳେ ମଧ୍ୟ ପ୍ରଚାର ଜୋର ଧରିଥିବା ରେ ଲାଗିଛି l ଗୋଟିଏ ପଟେ ପ୍ରମୁଖ ୩ ଦଳ ର ଅଧ୍ୟକ୍ଷ ପ୍ରାର୍ଥୀ ତାଙ୍କର ପ୍ରଚାର ଜୋରଦାର କରିଛନ୍ତି l ଅନ୍ୟ ପଟେ ସ୍ୱାଧୀନ ପ୍ରାର୍ଥୀ ଉଦୟ ନାଥ ଦାସ ମଧ୍ୟ ପ୍ରଚାର ରେ ପଛେଇ ନାହାନ୍ତି l ନିଜର ସମର୍ଥକ ଙ୍କ ସହିତ ଏନ ଏ ସି ର୧୨ ଗୋଟି ୱାର୍ଡ ରେ ଘର ଘର ବୁଲି ଭୋଟ୍ ଭିକ୍ଷା ମାଗୁଛନ୍ତି lକୌଣସି ବିଶାଳ ଶୋଭାଯାତ୍ରା କିମ୍ବା ନିର୍ବାଚନି ସଭା ନ କରି ମଧ୍ୟ ସହରର ଗଳି କନ୍ଦି ଏବଂ ପ୍ରତ୍ୟେକ ପଡା କୁ ଯାଇ ସିଧାସଳଖ ଲୋକଙ୍କ ନିକଟତର ହୋଇ ଭୋଟ୍ ଭିକ୍ଷା କରୁଛନ୍ତି lନିଜ ଆଶା ଓ ବିଶ୍ଵାସ କୁ ପାଥେୟ କରି ଏକ ଦୁର୍ନୀତି ମୁକ୍ତ ସ୍ୱଚ୍ଛ ଓ ଉନ୍ନତ ସହର ଗଢ଼ି ତୋଳିବା ପାଇଁ ନିଜର ନିର୍ବାଚନୀ ମୁଦ୍ଦା ରଖିଥିବା ସେ ପ୍ରକାଶ କରିଛନ୍ତି l ଏହି ହେଭିଉଏଟ ନେତା ଏବଂ ଦଳ ସହିତ କଡ଼ା ଟକ୍କର ଦେବେ ବୋଲି ମଧ୍ୟ ଆଶା ରଖି ଥିବା ସେ ଦୋହରାଇଛନ୍ତି lଜୁନାଗଡ଼ ପୌର ନିର୍ବାଚନ ରେ ୪ ଅଧକ୍ଷ୍ୟ ୩୫ ୱାର୍ଡ ସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ନରେନ୍ଦ୍ର କ୍ଷୀତି ଙ୍କ ରିପୋର୍ଟ ।
previous post