ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଲତା ଯୁବ ଶକ୍ତିର ସାଂଗଠନିକ ବୈଠକ

ନର୍ଲା (ମନିସ)ଭବାନୀପାଟଣା ବ୍ଲକ୍ ଅନ୍ତଗର୍ତ ସୁଜାନପୁର ଗ୍ରାମରେ କୁଲତା ଯୁବ ଶକ୍ତିର ଏକ ସାଂଗଠନିକ ବୈଠକ ଜିଲ୍ଲା ସଂଯୋଜକ ମୋତିଲାଲ ସାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୁଲତା ଯୁବ ଶକ୍ତି ଓଡିଶାର ଉପଦେଷ୍ଟା ଶ୍ରୀଯୁକ୍ତ ହରେକୃଷ୍ଣ ଭୋଇ, ସାଧାରଣ ସଂପାଦକ ଶ୍ରୀ ହରିସ୍ ଚନ୍ଦ୍ର ନାଏକ,ଯୁବ ସମାଜସେବୀ ଶ୍ରୀଯୁକ୍ତ ଅମିତ କୁମାର ବିଶ୍ବାଳ ଅତିଥି ଭାବରେ ଯୋଗଦେଇଥିଲେ । ଏହି ବୈଠକରେ କୁଲତା ଯୁବ ଶକ୍ତିର ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇଥିଲା । ବିଶେଷକରି କୃଷି, ଶିକ୍ଷା, ବ୍ୟବସାୟ ଓ ଯୁବ ପିଢିର ଉନ୍ନତି ଉପରେ ଆଲୋଚନା କରାଯାଇଥିଲା । ନର୍ଲା ବ୍ଲକ୍ ଅନ୍ତର୍ଗତ ମାଣ୍ଡେଲ ଗ୍ରାମରେ ହେବାକୁ ଥିବା ଆଗାମୀ କୁଲତା ଯୁବ ସମ୍ମିଳନୀ ଉପରେ ବିଶେଷ ଆଲୋଚନା ହୋଇଥିଲା ଓ କି ଭଳି ଭାବରେ ସଫଳ ଆୟୋଜନ ହୋଇପାରିବ ସେ ବିଷୟରେ ଉକ୍ତ ଗ୍ରାମର ବୟୋଜ୍ୟେଷ୍ଠ ଜାତିଭାଇମାନେ ମତ ରଖିଥିଲେ ଏବଂ ଆଗାମୀ ଦିନରେ ସବୁକ୍ଷେତ୍ରରେ ଯୁବ ଶକ୍ତିକୁ ସାହାଯ୍ୟ ଓ ସହଯୋଗ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଜାମନଗରରେ ଆୟୋଜିତ ସର୍ବଭାରତୀୟ ଭର୍ସାଟାଇଲ୍ କପ୍ ଓପନ୍ କରାଟେ ଚାମ୍ପିଅନସିପରେ ଓଡ଼ିଆ ପୁଅ ତପନ ଗଉଡ଼ଙ୍କ କମାଲ

Sunil Chandra Nayak

ତେନ୍ତୁଳିଖୁଣ୍ଟି ରେ ଖସିଲେ କୋଷାଗୂମୁଡ଼ା ରେ ଫସିଲେ, ବିଡ଼ିଓ ଅକ୍ଷମିତା କାର୍ତ୍ତିକ ?

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା କାଳିଆକୁ ପଦେ

Sunil Chandra Nayak

Leave a Comment

error: Content is protected !!