ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ମାନଙ୍କ ଧନଜୀବନକୁ ସୁରକ୍ଷା ଦେବାରେ ନବୀନ ସରକାର ବିଫଳ – ବି.ଜେ.ପି ମହିଳାମୋର୍ଚ୍ଛା

ବି.ଜେ.ପି ମହିଳାମୋର୍ଚ୍ଛା କଳାହାଣ୍ଡି ଜିଲ୍ଲା କାର୍ଯ୍ଯ କାରିଣୀ ବୈଠକ

ଭବାନୀପାଟଣା:୦୯/୧୦ – (ମନିସ):- ଆଜି ଯଥା ୦୯/୧୦/୨୦୨୨ ରବିବାର ଦିନ ବି.ଜେ.ପି ମହିଳାମୋର୍ଚ୍ଛାର କଳାହାଣ୍ଡି ଜିଲ୍ଲା କାର୍ଯ୍ଯକାରିଣୀ ବୈଠକ ସଭାନେତ୍ରୀ ନିରୁପମା ନାଏକ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକ ରାଜନୈତିକ  ଚିଠା ପ୍ରସ୍ତାବ ଅଣାଯାଇଛି। ଏହି ପରିପ୍ରେକ୍ଷୀରେ ଭାରତ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଓଡିଶା ମାଟିର ଜଣେ ଅତି ସାଧାରଣ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସମ୍ବିଧାନିକ ପଦବୀ ଭାରତର ମହାମହିମ ରାଷ୍ଟ୍ରପତି ହେବାର ସୁଯୋଗ ପ୍ରଦାନ କରିଥିବାରୁ ମାନ୍ଯବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଆଜିର ଏହି ମହିଳାମୋର୍ଚ୍ଛା ଜିଲ୍ଲା କାର୍ଯ୍ଯକାରିଣୀ ଅଶେଷ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଥିଲା। ଦେଶରେ ନାରୀମାନଙ୍କ ସୁରକ୍ଷା ଏବଂ ଝିଅ ମାନଙ୍କ ଭବିଷ୍ୟତ କୁ ଉଜ୍ଜଳ ଓ ସୁଦୃଢ କରିବା ପାଇଁ ମାନ୍ଯବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଅନେକ ଗୁଡିଏ ଜନହିତକାରୀ ଯୋଜନା ଲାଗୁ କରିଛନ୍ତି। ଝିଅମାନଙ୍କ ପାଇଁ ବେଟି ବଚାଓ ବେଟି ପଢାଓ ଯୋଜନା, ସୁକନ୍ଯା ସମୃଦ୍ଧି ଯୋଜନା, ବାଳିକା ସମୃଦ୍ଧି ଯୋଜନା, ସି.ବି.ଏସ,ସି, ଉଡାଣ ଯୋଜନା ଏବଂ ନାରୀମାନଙ୍କୁ ସମାଜରେ ଓ ପରିବାରରେ ଗୁରୁତ୍ୱ ଦେବା ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରଚଳିତ ରେସନ କାର୍ଡରେ ଘରର ମହିଳାଙ୍କୁ ମୁଖ୍ଯ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାରୀମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ନାରୀମାନଙ୍କ ସମ୍ମାନ ଏବଂ ଆକଶ୍ମିତ ବିପଦରୁ ରକ୍ଷା କରିବା ପାଇଁ ଲେଟ୍ରିନ୍ ର ବ୍ଯବସ୍ଥା କରାଯାଇଛି,ରୋଷେଇ ଗୃହରେ ନାରୀର ସ୍ବାସ୍ଥ୍ୟକୁ ଧ୍ଯାନ ଦେଇ ଗ୍ଯାସ ଚୂଳାର ବ୍ଯବହାର କରିବାର ବ୍ଯବସ୍ଥା କରାଯାଇଛି। ନାରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଅନେକ ଗୁଡାଏ ଆର୍ଥିକ ଲୋନର ବ୍ଯବସ୍ଥା କରାଯାଇଛି। ରାଜ୍ଯରେ ତଥା ଦେଶରେ କଳାହାଣ୍ଡି ଜିଲ୍ଲାକୁ ଲଜ୍ଯା, ଅପମାନ ଓ ଚିରଦିନ ପାଇଁ କଳଙ୍କିତ କରିଥିବା ଘଟଣା ମହାଲିଙ୍ଗରେ ମମିତା ମେହେର ହତ୍ୟା କାଣ୍ଡରେ ଶାସକ ଦଳର ସ୍ଥାନୀୟ ବିଧାୟକ ସଂପୃକ୍ତି ଥିଲେ ମଧ୍ୟ ଏପରି ଏକ ନିରୀହ ନାବାଳିକାର ଜଘନ୍ୟ ହତ୍ୟାକାଣ୍ଡ ରୁ ତାଙ୍କୁ ମୁକ୍ତି ଦିଆଗଲା। ଭାରତୀୟ ଜନତା ପାର୍ଟି ସହିତ ସମସ୍ତ ଜନସାଧାରଣଙ୍କ ଦୃଢ ଦାବୀ ସିବିଆଇ ଦ୍ବାରା ତଦନ୍ତ କରାଯିବା ଘଟଣାକୁ ବେଖାତିର କରି ଜଣେ ନିରୀହ ଝିଅର ଜୀବନକୁ ଖେଳଣା ଭାବୁଥିବା ଏବଂ ଜନସାଧାରଣଙ୍କ ଭାବନାକୁ ତୁଚ୍ଛ ମନେ କରୁଥିବା ଏହି ବିଜେଡି ସରକାରଙ୍କୁ ଆଜିର କାର୍ଯ୍ଯକାରିଣୀ ଘୋର ନିନ୍ଦା କରିଥିଲା। ଓଡିଶା ତଥା କଳାହାଣ୍ଡି ଜିଲ୍ଲାରେ ଆଇନ୍ ଶୃଙ୍ଖଳା ସଂପୂର୍ଣ୍ଣ ଭାବରେ ନିଷ୍କ୍ରିୟ ହୋଇଯାଇଛି। ମହିଳା ମାନଙ୍କ ଧନଜୀବନକୁ ସୁରକ୍ଷା ଦେବାରେ ପୁଲିସ୍ ଓ ପ୍ରଶାସନ ସଂପୂର୍ଣ୍ଣ ଭାବେ ଅସହାୟ। ବିଦ୍ୟାଳୟରେ ଅଧ୍ଯୟନ କରୁଥିବା ଅନୁସୂଚିତ ଜାତି ନାବାଳିକା ନିରୀହ ଝିଅ କନକ ନିଆଲଙ୍କୁ ଦିନଦାହାଡେ ଅପରାଧୀମାନେ ହତ୍ୟା କରିଦେଲେ ଏପରି ସ୍ପର୍ଶକାତର ଘଟଣାକୁ ଜିଲ୍ଲା ପୁଲିସ ହାଲୁକା ଭାବରେ ନ ନେଇ ଏବଂ ରାଜ୍ୟ ସରକାର ସିବିଆଇ ଦ୍ବାରା ଯାଞ୍ଚ କରି କେସକୁ ଆହୁରି ମଜବୁତ କରି ପୀଡିତା ଝିଅର ପରିବାରକୁ ଉଚିତ୍ ନ୍ଯାୟ ଦେବାକୁ କାର୍ଯ୍ଯକାରିଣୀ ଦୃଢ ଦାବୀ ଜଣାଇଥିଲେ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଗର୍ଭବତୀ ମହିଳାମାନଙ୍କୁ ଖଟିଆରେ ଓ ଝୋଲାରେ ବୁହା ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେବା ଠିକ୍ ସମୟରେ ଚିକିତ୍ସା ନପାଇ ଅକାଳରେ ମୃତ୍ୟୁବରଣ କରିବା ଶବକୁ ସାଇକେଲ ଓ କାନ୍ଧରେ ବୁହାହୋଇ ମୃତ ଶବକୁ ଡାକ୍ତରଖାନାରୁ ଲୋକେ ନେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଏହା ପ୍ରତି ଦୃଷ୍ଟି ଦେଇ ସରକାର ଜୀବନ ସୁରକ୍ଷା ଦିଗରେ ଉଚିତ୍ ଚିକିତ୍ସା ଯୋଗାଇ ଦିଆଯିବା ପାଇଁ ଦାବି କରାଯାଇଛି। ସେହିପରି ଶିଶୁ ମୃତ୍ଯୁ ହାର ଓ ମାତୃ ମୃତ୍ୟୁ ହାର ପାଇଁ କଳାହାଣ୍ଡି ବହୁ ଆଗରେ ରହିଅଛି ନିରୀହ ଶିଶୁ ଓ ଅସହାୟ ମାଁଙ୍କ ଜୀବନ ବଞ୍ଚାଇବାରେ ବିଜେଡି ସରକାର ସଂପୂର୍ଣ୍ଣ ଭାବରେ ବିଫଳ ହୋଇଥିବା ଯୋଗୁଁ କାର୍ଯ୍ଯକାରିଣୀ ନବୀନ ସରକାରଙ୍କୁ ନିନ୍ଦା କରିଛନ୍ତି। ମିଶନଶକ୍ତି ନାମରେ ଓଡିଶା ତଥା କଳାହାଣ୍ଡି ଜିଲ୍ଲାର ଏସ୍ଏଚ୍ ଜି ଗୋଷ୍ଠୀ ମାନଙ୍କର ମାଁ ମାନଙ୍କୁ ଅଳ୍ପ ଟଙ୍କାର ପ୍ରଲୋଭନ ଦେଖାଇ ତାଙ୍କୁ ପଥଭ୍ରଷ୍ଟ କରୁଥିବାରୁ ଓ କେନ୍ଦ୍ରରୁ ଆସୁଥିବା ଟଙ୍କା କୁ ମିଶନଶକ୍ତି ର ଉନ୍ନତି କାମରେ ଠିକ୍ ଭାବରେ ବିନିଯୋଗ ନ କରି ନିଜ ପାର୍ଟିର କାର୍ଯ୍ଯକ୍ରମ ରେ ଖର୍ଚ୍ଚ କରୁଥିବା ଯୋଗୁଁ ଆଜିର କାର୍ଯ୍ଯାକାରିଣୀ ନବୀନ ସରକାରଙ୍କୁ ଦୃଢ ନିନ୍ଦା କରିଥିଲେ। କଳାହାଣ୍ଡି ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ମଦଭାଟି ଓ ମଦଦୋକାନ ଖୋଲିବାକୁ ଏହି ନବୀନ ସରକାର ପ୍ରହସନ କରୁଛନ୍ତି। ଅନେକ ଜାଗାରେ ନାରୀ ଗୋଷ୍ଠୀ ସଚେତନ ହୋଇ ଏହି ମଦ ବିକ୍ରୀ କୁ ବନ୍ଦ କରିବାକୁ ଓ ପରିବାରର ପଥଭ୍ରଷ୍ଟ ପୁରୁଷ ପିଲାମାନଙ୍କୁ ଠିକ୍ ରାସ୍ତାରେ ଫେରାଇ ଆଣିବାକୁ ଚେଷ୍ଟା କଲେ ମଧ୍ୟ ଏହି ବିଜେଡି ସରକାର ଧ୍ଯାନ ଦେଉନାହିଁ ବଂର ଅନେକ ଗୁଡିଏ ଜାଗାରେ ମହିଳା ମାନଙ୍କ ନାମରେ ପୁଲିସ ଭୟ ଦେଖାଇ ମିଥ୍ୟା କେସ ରୁଜୁ କରୁଅଛି। ଏହାଦ୍ବାରା ସେହି ପରିବାରରେ ଆର୍ଥିକ ବୋଝ ପଡିବା ସହିତ ଅଶାନ୍ତି ବଢ଼ିବାରେ ଲାଗିଛି। ଏପରି ନାରୀ ବିରୋଧି ଓ ସମାଜର ମଙ୍ଗଳ ବିରୋଧୀ ବିଜେଡି ସରକାରଙ୍କୁ କାର୍ଯ୍ଯକାରିଣୀ ଘୋର ନିନ୍ଦା କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଶିକ୍ଷିତ ବେକାର ଝିଅ ମାନଙ୍କୁ ଯୋଗ୍ଯତା ଅନୁସାରେ ରୋଜଗାର ଦେବାକୁ ବିଜେଡି ସରକାରଙ୍କ ସମ୍ମୁଖରେ ଆଜିର ଏହି ମହିଳା ମୋର୍ଚ୍ଛା କାର୍ଯ୍ଯକାରିଣୀ ଦୃଢ ଦାବୀ ଜଣାଇଥିଲା। ଏହି ବୈଠକରେ  ରାଜ୍ୟ ବିଜେପି ମହିଳା ମୋର୍ଚା ର ସାଧାରଣ ସମ୍ପାଦକ ବବିତା ପାତ୍ର , ଜିଲ୍ଲା ବିଜେପି ସଭାପତି ଶ୍ରୀ ଦେବେନ୍ଦ୍ର ମହାନ୍ତି , ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର , ବରିଷ୍ଟ ନେତା ଭାରତ ଦେଓ, ଅଜୟ ପାଣିଗ୍ରାହୀ , ଜୟ ଶଙ୍କର ନାଏକ , ଅନିରୁଦ୍ଧ ପ୍ରଧାନ , ମନୋଜ ମେହେର ପ୍ରମୁଖ ନିଜ ଆଭିମୁଖ୍ୟ ରଖିଥିଲେ ।

କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ଆରମ୍ଭ ରୁ ଭାଜପା କୁ ଝଟକା

Sunil Chandra Nayak

ଆରଆଇଟିରେ ମାନବ ଅଧିକାର ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!