ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପବିତ୍ର ମହମ୍ମଦ ଜୟନ୍ତୀ ପାଳନ                 

 ନବରଙ୍ଗପୁର– ନବରଙ୍ଗପୁର ଜିଲ୍ଲାରେ ଥିବା ମସଜିତ୍ ମାନଙ୍କରେ ଆଜି ପବିତ୍ର ମହମ୍ମଦ୍ ଜୟନ୍ତି ପାଳନ କରିଥିବା ବେଳେ ପାପଡ଼ାହାଣ୍ଡି ବ୍ଲକ ଓ ଜଟାବାଲ୍ ଠାରେ ପବିତ୍ର ମହମ୍ମଦ ଜୟନ୍ତୀ ପାଳନ କରାଯାଇ ଥିଲା । ମୁସଲିମ ଭାଇ ଓ ଛୋଟ ଛୋଟ ପୁଅଝିଅ ମାନେ ମଧ୍ୟ ଯୋଗ ଦେଇ ଥିଲେ । ସମସ୍ତେ ମସ୍‌ଜିଦ୍‌ ପରିଷର ଠାରେ ଏକାଠି ହୋଇ ଦୁଆ ପାଠ୍ୟ କରିଥିଲେ । ଏଥିରେ ସମସ୍ତଙ୍କ ଖୁସି ଓ ଲୋକଙ୍କ ସାହାର୍ଯ୍ୟ କରିବା ପାଇଁ ବାର୍ତ୍ତା ମଧ୍ୟ ଦିଆ ଯାଇଥିଲା ପରେ , ମସଜିଦ୍ ଇମାମ ଜବେଦ ଆଖତାର ଙ୍କ ନେତୃତ୍ଵ ରେ ଏକ ଶୋଭାଯାତ୍ରା ର ଆୟୋଜନ କରା ଯାଇଥିଲା। ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ଭାବରେ ମସଜିଦ ଠାରୁ ବାହାରି ଗାଁରେ ପରିକ୍ରମା କରା ଜାଇଥିଲା । ସମସ୍ତେ ମୁସଲିମ ଭାଇମାନେ ଗାଁ ରେ ପରିକ୍ରମା କରି ମସଜିଦ୍‌ କୁ ଫେରି ପରସ୍ପରଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଶୋଭା ଯାତ୍ରା ପରେ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଗୀତ ପ୍ରତିଯୋଗୀତା କରାଯାଇଥିଲା। ଏହି ପ୍ରତି ଯୋଗିତା ରେ ଛୋଟଛୋଟ ପିଲାମାନେ ଭାଗ ନେଇଥିଲେ । ସମସ୍ତଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସୁନ୍ନି ରାଜା ଜାମା ମସଜିଦ କମିଟିର ସଭାପତି ଆବଦୁଲ ୱାହାବା ଖାନ, ସମ୍ବାଦକ ସାଏୟାଦ୍ ଗୁଲାମ ହୁସେନ୍‌,ଆବଦୁଲ ସତତାର ଖାନ, ବାବଲୁ ଖାଁ, ଲାଲ ମହମ୍ମଦ ଖାନ,ଅବଦୁଲ ଆଜିଜ ଖାନ, ଗାଫର ଖାନ ଙ୍କ ସହିତ ବହୁ ମୁସଲିମ ଭାଇ ମାନେ ଯୋଗ ଦେଇ ଥିଲେ।ସେହିପରି ନବରଙ୍ଗପୁର ଜିଲ୍ଲାର ସମସ୍ତ ମସଜିଦ ରେ ମୁସଲମାନ ସମ୍ପ୍ରଦାୟର ଭାଇମାନେ ଅନୁରୁପ ପାଳନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ଓଡ଼ିଆ ଚଳଚ୍ଚିତ୍ର “ଶମ୍ଭୁ” ର ଶୁଭ ମହୁରତ

Sunil Chandra Nayak

ଜଗଜ୍ଜୀବନ ସା ଙ୍କ କବିତା ବରଷା

ବାଃ ବାଃ ରେ ଚିକିତ୍ସାଳୟ ମୋ ସରକାର କୁ ଫୁ 

Sunil Chandra Nayak

Leave a Comment

error: Content is protected !!