ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶେଷ ନିଶ୍ୱାସ ନେଲେ କଳାକାର

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳର ବରିଷ୍ଠ କଳାକାର ଅରୁଣ ଜ୍ୟୋତି ଶର୍ମାଙ୍କ ୫୮ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ସେ ଜଣେ ବରିଷ୍ଠ କଲାକାର ଥିଲେ । ଛାତ୍ର ଜୀବନରୁ ଅଭିନୟ କରି ବିଭିନ୍ନ ନାଟକ, ଡ୍ରାମା କରି ବେଶ ପରିଚିତ ଥିଲେ । ସ୍ୱର୍ଗତ ଶର୍ମା ଗତ ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ଖଡିଆଳ ସହର ଭିତରେ ଅଭିନବ ବିକଳ୍ପ ବିଦ୍ୟାଳୟ (ଏଆଇଇ) ରେ ସେଛାସେବୀ ଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସରକାର ୨୦୦୮ ରେ ଏହି ଅଭିନବ ବିକଳ୍ପ ବିଦ୍ୟାଳୟକୁ ନିଶ୍ଚିତ ଶିକ୍ଷା ଯୋଜନା( ଇଜିଏସ) ରେ ମିଶ୍ରଣ ପରେ ସେ ଶିକ୍ଷକତା ଛାଡ଼ିଦେଇଥିଲେ । ଚାକିରି ରେଗୁଲାର ହେବା ପାଇଁ ଅନେକ ସଂଘର୍ଷ ମଧ୍ୟ କରିଥିଲେ ଓ ସର୍ଗତ ଶର୍ମା ମଧ୍ୟ ଚାକିରି ରୁ ବଞ୍ଚିତ ହୋଇଥିଲେ । ସେ ଜଣେ ଉଦଘୋଷକ ଭାବରେ ମଧ୍ୟ ଖଡିଆଳ ସହହରର ବେଶ ପରିଚିତ ଥିଲେ । ଚଳିତ ପଞ୍ଚାୟତ ନିର୍ବାଚନ ଓ ଏନ ଏ ସି ନିର୍ବାଚନରେ ତାଙ୍କ ଭାଷଣ ରେକର୍ଡିଂଗ ହୋଇ ଗ୍ରାମାଞ୍ଚଳରେ ଓ ସରରାଞ୍ଚଳରେ ଡ।କ ବାଜି ଯନ୍ତ୍ର ସାହାଯ୍ୟରେ ଲୋକ ଶୁଣିଥିଲେ । ଜଣେ ହାସ୍ୟ କଳାକାର ଥିଲେ । ଦର୍ଶକଙ୍କୁ ହସାଇ ହସାଇ ବେଦମ କରି ପାରୁଥିଲେ । ସେ ହିନ୍ଦୀ, ଓଡିଆ, ଇଂରାଜୀ କୋଶଲୀ, ଉର୍ଦୁ ଭାଷା ଜାଣିଥିଲେ । ସେ ଖଡିଆଳ ସାଂସ୍କୃତିକ ଅନୁଷ୍ଠାନର ଜଣେ ସକ୍ରିୟ ସଦସ୍ୟ ରୁପେ ଦିର୍ଘ ୨୮ ବର୍ଷ କାର୍ଯ୍ୟ କରି ଖଡିଆଳରେ କଳାର ବିକାଶ କରିଥିଲେ । ସେ ଗତ କିଛିବର୍ଷ ଖଡିଆଳ ବିଧାୟକ ସର୍ଗତ ଦୁର୍ଯ୍ୟୋଧନ ମାଝୀଙ୍କ ସହିତ ମିଶି ବିଜୁ ଜନତା ଦଳରେ କାର୍ଯ୍ୟ କରିଥିଲେ । ତାଙ୍କର ମୃତ୍ୟୁରେ ଖଡିଆଳ ଅଞ୍ଚଳରେ ଗଭିର ଶୋକ ପ୍ରକାଶ କରାଯାଇଛି । ତାଙ୍କର ୨ ଜଣ ପୁଅ ଥିବା ବେଳେ ତାଙ୍କ ପତ୍ନି ଏବେ ବେସାହାର ହୋଇ ଯାଇଛନ୍ତି । ସର୍ଗତ ଶର୍ମାଙ୍କ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ କଳାକାର ମହଲରେ ଦାବୀ ହୋଇଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜିଲ୍ଲାପାଳ ସ୍ଵଧାଦେବ ସିଂ ଙ୍କ ପ୍ରଥମ ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ପରିଦର୍ଶନ 

Sunil Chandra Nayak

ନବନିର୍ବାଚିତ ଅଧ୍ଯକ୍ଷ ଓ ଉପାଧ୍ଯକ୍ଷାଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!