ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରହସନ ପାଲଟିଛି ବାହ୍ୟ ମଳମୁକ୍ତ ଗାଁ ଘୋଷଣା ଯନ୍ତ୍ରୀ,ଠିକାଦାର ମାଲାମାଲ : ହିତାଧିକାରୀ ବେହାଲ

ଲାଞ୍ଜିଗଡ଼,୦୭/୦୮(ମନିସ)-ସ୍ବଚ୍ଛ ଭାରତ ମିଶନ ଅଧୀନରେ ପ୍ରତ୍ୟେକ ଘରକୁ ଶୌଚାଳୟ ନିର୍ମାଣ ପାଇଁ ୧୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଥିବାବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ କିନ୍ତୁ ହିତାଧିକାରୀଙ୍କୁ ସିଧାସଳଖ ଅର୍ଥ ପ୍ରଦାନ କରାଯିବା ବଦଳରେ ଦାୟିତ୍ବରେ ଥିବା ବିଭାଗୀୟ ଯନ୍ତ୍ରୀମାନେ ଅଧିକ ପିସି ଆଶାରେ ଠିକାଦାରମାନଙ୍କ ହାତରେ ଦେଇ ଚୂପ ବସିଥିଲେ ! ଠିକାଦାରମାନେ ମନଇଛା ନିମ୍ନମାନର କାମ କରି ଯନ୍ତ୍ରୀମାନଙ୍କ ସହ ମୋଟାଅଙ୍କର ପିସି କାରବାର କରି ଦାୟିତ୍ବ ସାରିଦେଇଥିଲେ ! ନିମ୍ନମାନର କାମ ଯୋଗୁଁ ଶୌଚାଳୟ ସବୁ ଭାଙ୍ଗିରୁଜି ଯାଇଥିବାବେଳେ ଲୋକଙ୍କ ବ୍ୟବହାରରେ ଲାଗୁନାହିଁ ! ତେବେ ବିଭାଗୀୟ ଯନ୍ତ୍ରୀମାନେ ଚାଲାକି କରି ବ୍ଲକର ସବୁ ଗାଁରେ ବାହ୍ୟ ମଳମୁକ୍ତ ଗାଁ ନାଁରେ ସୁଦ୍ରୁଶ୍ୟ ସାଇନବୋର୍ଡ୍ ଲଗାଇଛନ୍ତି ! ଏଥିପାଇଁ ମଧ୍ୟ ପିସି କାରବାର ହୋଇଥିବାବେଳେ ବିନା ଶୌଚାଳୟ ନିର୍ମାଣ ଏବଂ ବ୍ୟବହାର ସତ୍ତ୍ବେ ବ୍ଲକର ତିନିଶହରୁ ଉର୍ଦ୍ଧ୍ବ ଗାଁରେ ଲାଗିଛି ବାହ୍ୟ ମଳମୁକ୍ତ ଗାଁର ସାଇନବୋର୍ଡ ! କିନ୍ତୁ ନାମକୁ ମାତ୍ର ସାଇନବୋର୍ଡ ଲାଗିଥିବାବେଳେ ଗାଁଗୁଡ଼ିକ ଆଜି ମଧ୍ୟ ବାହ୍ୟ ମଳମୁକ୍ତ ହୋଇପାରିନାହିଁ ! ତେବେ ସାଇନବୋର୍ଡ ଲଗାଇବା ନାଁରେ ଜଣେ ଦୁଇଜଣ ବେଶ୍ ହାତ ଚିକ୍କଣ କରିଥିବାବେଳେ ଗ୍ରାମ୍ୟ ଜଳଯୋଗାଣ ବିଭାଗରେ କାର୍ଯ୍ୟରତ ଦୁଇଜଣ ଯନ୍ତ୍ରୀ ମଧ୍ୟ ମାଲାମାଲ ହୋଇଥିବାବେଳେ ହିତାଧିକାରୀଙ୍କ ଅବସ୍ଥା କିନ୍ତୁ ବେହାଲ ହୋଇପଡ଼ିଛି ! ଏଣୁ ସ୍ବଚ୍ଛ ଭାରତ ମିଶନରେ ଗାଁଗୁଡ଼ିକରେ ଲାଗିଥିବା ବାହ୍ୟ ମଳମୁକ୍ତ ଗାଁ ସାଇନବୋର୍ଡର ସତ୍ୟତା ପରୀକ୍ଷା କରିବା ସହିତ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାର ଆବଶ୍ୟକତା ରହିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ମହାମହିମ ରାଷ୍ଟ୍ରପତି ଙ୍କ ଶପଥ ପାଠ ମହୋତ୍ସଵକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଜ୍ୟକ୍ରମ

Sunil Chandra Nayak

ତ୍ରିପତି ପ୍ରଧାନ ଙ୍କ କବିତା ସନ୍ଧ୍ୟା

Sunil Chandra Nayak

କଳାହାଣ୍ଡି ରୁ ସାର ଚୋରା ଚାଲାଣ ପରେ ଚେଇଁଲା ପ୍ରଶାସନ, କୋକସରା ବ୍ଲକ ର ୪ ସାର ଦୋକାନ ଉପରେ ଚଢ଼ାଉ

Sunil Chandra Nayak

Leave a Comment

error: Content is protected !!