ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ଧାରା ଶ୍ରାବଣ

ଜୟ ମାଆ ବିରଜା

ଧାରା ଶ୍ରାବଣ

ଉମାକାନ୍ତ ଦାସ

   
ଧାରା ଶ୍ରାବଣରେ ବରଷା ଗରଜେ
        ଆକାଶ ଅନ୍ଧାର କରି
କଳାପାଟ ଶାଢ଼ୀ ସୁନେଲି ଓଢ଼ଣୀ
     ବର୍ଷା ରାଣୀ ମୁଣ୍ଡେ ଧରି ।।
ଅଣଚାଷ ହାଓ୍ବା ଚାରି ମେଘ ଦେଖି
     ଭୟେ ଉଠେ ଛାତି ଥରି
କବାଟ କିଳି ମୁଁ ନୀରବରେ ବସି
     ଶୁଣେ ଶବ୍ଦ କାନ ଡେରି ।।
ଛମଛମ ନାଚ ବର୍ଷା ଜଳ ସ୍ରୋତ
       ପଥ ପ୍ରାନ୍ତେ ଯାଏ ଗଡ଼ି
ଶିହରଣ ହୁଏ ହୃଦୟେ ମୋହର
       ଶୁଣି ଘଡ଼ ଘଡି ରଡି ।।
ଲେଖନ୍ତି କବିତା ପ୍ରିୟା ଥିଲେ ସାଥେ
       କୋଳେ ମୁଁ ତାହାକୁ ଧରି,
ଏକା ଏକା ଏଠି ଦିଲ୍ଲୀ ଗୃହେ ବସି
       ହେଉଛି ମୁଁ କେତେ ଘାରି ।।
ନରହିଲା ନାହିଁ ପାଶେ ଯଦି ପ୍ରିୟା
       ତୋ ବକ୍ଷେ ନେ ତୁ ଭରି,
ତୋ ଜଳ ରାଶିରେ ମିଶି ମୋର ଶରୀ
       ହେଉ ସେ ତଟିନୀ ପରି ।।
ଦୁଇ କୂଳ ତାର ସବୁଜିମା ହେଉ
      କ୍ଷେତ ଶସ୍ୟେ ଯାଉ ଭରି,
ଜଳ ସ୍ଥଳ ଜୀବ ହୋଇଥାନ୍ତୁ ସୁଖି
      ଶ୍ରାବଣୀ ତୋ ଆଶ୍ରା ଧରି ।।
ଲାଲବାଗ ,ଖାନନର ,
ମଙ୍ଗଳ ପୁର , ଯାଜପୁର 

Related posts

ସରସ୍ୱତୀ ଶିଶୁ ମନ୍ଦିର, ନବରଙ୍ଗପୁର ଠାରେ ଗୁରୁଦିବସ ପାଳିତ

Sunil Chandra Nayak

ନିର୍ଦ୍ଵନ୍ଦରେ ଉପ ସଭପତି ନିର୍ବାଚିତ ହେଲେ ପଦ୍ମିନୀ ନାଗ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳା ଭଟ୍ଟା ଗ୍ରାମ ପଂଚାୟତ ଚାଉଳ ହଡ଼ପ ଘଟଣା:ତଦନ୍ତ ପ୍ରକ୍ରିୟା ସନ୍ଦେହ ଘେରରେ !

Sunil Chandra Nayak

Leave a Comment

error: Content is protected !!