ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୱେବ ପୋର୍ଟାଲ କୁ ନକଲି ଆଖ୍ୟା ବିରୁଦ୍ଧରେ ପ୍ରତିବାଦ ସଭା 

 ନୂଆପଡ଼ା -;   କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ତରରେ ୱେବ ପୋର୍ଟାଲ କୁ ସ୍ୱୀକୃତି ମିଳି ସାରିଥିବା ବେଳେ ବର୍ତ୍ତମାନ ନୂଆପଡା ଜିଲ୍ଲା ରେ କିଛି ନିର୍ଦ୍ଦିଷ୍ଟ ଖବରକାଗଜ ୱେବ ପୋର୍ଟାଲ ସାମ୍ବାଦିକ ଙ୍କୁ ଆକ୍ଷେପ କରି ବଦନାମ ସହ ମାନହାନି କଲାଭଳି ଖବର ପ୍ରସାରଣ କରିଛନ୍ତି । ତାହା ପୁଣି ଏକ ନିର୍ଦ୍ଦିଷ୍ଟ ସାମ୍ବାଦିକ ସଂଘ । ଜିଲ୍ଲା ରେ ଚାରି ଗୋଟି ସାମ୍ବାଦିକ ସଂଘ ଥିବା ବେଳେ ସମସ୍ତ ସଙ୍ଘ ମାନଙ୍କୁ ନେଇ ଏକ ସମନ୍ୱୟ ସମିତି ମଧ୍ୟ ଗଠନ କରାଯାଇଛି । ହେଲେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସଂଘ “ଜାନ” ୱେବ ପୋର୍ଟାଲ ସାମ୍ବାଦିକ ଙ୍କ ବିରୁଦ୍ଧରେ ଖବର ପ୍ରକାଶିତ କରିବା ଜିଲ୍ଲା ସାମ୍ବାଦିକ ମାନଙ୍କ ସହ ବୁଦ୍ଧିଜୀବୀ ମହଲ ରେ ଆଲୋଚ୍ୟ ର ବିଷୟ ପାଲଟିଛି । ଅପରପକ୍ଷ ରେ ଯେଉଁ ସଂଘ ୱେବ ପୋର୍ଟାଲ କୁ ନକଲି ର ଅଖ୍ୟା ଦେଉଛି ସେହି ସଂଘ ର କିଛି ସଦସ୍ୟ ଗତ ଗୋଟିଏ ରୁ ଦୁଇ ସପ୍ତାହ ହେବ ଜିଲ୍ଲାର ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ରାଜନୈତିକ କର୍ମକର୍ତ୍ତା ଙ୍କ ପାଖକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମ ର ଆଳ ଦେଖାଇ ଟଙ୍କା ଆଦାୟ କରୁଥିବା ଜିଲ୍ଲାର ବିଭିନ୍ନ ସ୍ଥାନ, ପାନ ଦୋକାନ, ଚା ଦୋକାନ ମାନଙ୍କରେ ଚର୍ଚ୍ଚା ଜୋର ଧରିଥିବା ଶୁଣିବାକୁ ମିଳୁଥିବାବେଳେ କିଛିଦିନ ପୂର୍ବେ ଜିଲ୍ଲାର ଏକସ୍ଥାନକୁ ଟଙ୍କା ଆଦାୟପାଇଁ ଯାଇଥିବାବେଳେ ସେଠିକାର କିଛି ସରକାରୀ କର୍ମଚାରୀ ସ୍ଥାନୀୟ ସାମ୍ବାଦିକ ସଂଘକୁ ସୂଚନା ଦେଇଥିଲେ ପରେ ସେଠିକାର ସଙ୍ଘ ଟଙ୍କା ନଦେବାକୁ କହିଥିଲେ । ଏହି ଘଟଣା ର ପ୍ରତିଶୋଧ ପୂର୍ବକ ସମୂହ ୱେବ ପୋର୍ଟାଲ ସାମ୍ବାଦିକ ଙ୍କୁ ଆକ୍ଷେପ କରି ନକଲି ର ଅଖ୍ୟା ଦେଉଥିବା ମଧ୍ୟ ଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଛି । ୱେବ ପୋର୍ଟାଲ କୁ ବଦନାମ ସହ ତାଙ୍କ ସମ୍ମାନ କୁ କ୍ଷ୍ୟୁର୍ଣ କରିବା ଉଦ୍ଧେଶ୍ୟ ନେଇ କିଛି ନିର୍ଦ୍ଧିଷ୍ଟ ଖବର କାଗଜ ର ସାମ୍ବାଦିକ ଖବର ପ୍ରସାରଣ କୁ ଜିଲ୍ଲା ସମନ୍ୱୟ ସମିତି ଓ ୱେବ ପୋର୍ଟାଲ ସଂମ୍ବାଦିକ ଭର୍ଶନା କରିବା ସହ ନିନ୍ଦା ପ୍ରକାଶ କରିଛନ୍ତି । ତା ସହ ଯେଉଁ ଖବର କାଗଜ ରେ ଏପରି ଅବାସ୍ତବ ଖବର ପ୍ରସାରିତ କରିବା ପୂର୍ବରୁ ତଥ୍ୟ ଭିତ୍ତକ ଖବର ପ୍ରସାରଣ ପାଇଁ ଜିଲ୍ଲା ୱେବ ସଂମ୍ବାଦିକ ସମୁହ ଦାବି କରିଛି । ଆଉ ଯଦି କୌଣସି ୱେବ ପୋର୍ଟାଲ ସାମ୍ବାଦିକ ଏପରି ଅଛନ୍ତି ତାହେଲେ ସମ୍ପୂର୍ଣ ପ୍ରମାଣ ସହ ତାଙ୍କ ନାମ ନେଇ ଖବର ପ୍ରସାରଣ ପାଇଁ ଜିଲ୍ଲା ସାମ୍ବାଦିକ ସଙ୍ଗ ରାଜ୍ୟ ସଦସ୍ୟ ବିଜୟ କୁମାର ସହିସ ଦାବି କରିଛନ୍ତି । ଏ ଉପରେ ଏହି ଘଟଣା କୁ ଜିଲ୍ଲା ପ୍ରଶାସନ ଦୃଢ଼ତା ର ସହ ନେଇ ବିଚାର କରନ୍ତୁ ନଚେତ ଆଗାମୀ ଦିନରେ ରାଜ୍ୟବ୍ୟାପି ଆନ୍ଦୋଳନ ପାଇଁ ୱେବ ସାମ୍ବାଦିକ ସମୁହ ଦାବି କରିଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସଚେତନତା ହିଁ ରୋକିବ ବାଲ୍ୟବିବାହ

Sunil Chandra Nayak

ଇନରହୁଇଲ କ୍ଲବ ରାଉରକେଲା ରିଭରସାଇଡ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷା ଙ୍କ ରାଉରକେଲା ଗସ୍ତ

Sunil Chandra Nayak

କନ୍ଧ ସମାଜ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ

Sunil Chandra Nayak

Leave a Comment

error: Content is protected !!