ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିପତି ପ୍ରଧାନ ଙ୍କ କବିତା ନୀଳାଦ୍ରି ବିଜେ 

ନୀଳାଦ୍ରି ବିଜେ 

ଶ୍ରୀମନ୍ଦିର ଫେରେ ଦେଖ
           କଳା ସାଆନ୍ତ
କବାଟ କିଳି ଅଛନ୍ତି
           ଜଗତ ମାତ (1)
ଭାଇ ଭଗିନୀ ଧରି
          ଯାତରା କଲେ
ଅର୍ଦ୍ଧାଙ୍ଗିନୀ ସତେ ତାଙ୍କ
        ପରହୋଇଲେ (2)
ଅଭିମାନୀ ସିନ୍ଧୁ ସୁତା
         ମୁହଁ ଫୁଲାଇ
ଦ୍ୱାର ମୁହେଁ ବସିଛନ୍ତି
         ଜଗାକୁ ଚାହିଁ (3)
ସିଏତ ପ୍ରେମ ନାଗର
         କଳା କହ୍ନାଇ
ଗୋପେ କେତେ ବେଶୀ ଥିଲେ
             ରାଧିକା ପାଇଁ (4)
ହାଟୁଆ ନାଟୁଆ ନଟ
           ନାଗର ସାଇଁ
ନାଚି ଗାଇ କଥା କହି
           ପାରେ ଭୁଲେଇ (5)
ପ୍ରଭୁ ପ୍ରେମେ ପାଗଳିନୀ
          ସେ ରମା ଦେଇ
ଫୁସୁଲା ଫୁସୁଲି ତାଙ୍କୁ
          ଦେବେ ଭଣ୍ଡେଇ (6)
ପତି ପତ୍ନୀ ପ୍ରେମ ପରା
        ଜନ୍ମ ଜନ୍ମର
କିଛି ଅର୍ଥ ମୁ କାରରେ
      ନୁହଁ ଟି ପର (7)
ଦେବତା ହୋଇ ଏ କଥା
         ଚଳଣି ନର 
ଶିଖାଇ ଦିଅନ୍ତି ପଦ୍ମା,
          ରଙ୍ଗ ଅଧର (8)

   

       ତ୍ରିପତି ପ୍ରଧାନ

ସଂସ୍କୃତ ଶିକ୍ଷକ, ଚିକିଟି, ଗଞ୍ଜାମ

Related posts

ଆମ୍ଆଦମୀ ପାର୍ଟି କଳାହାଣ୍ଡି ଶାଖା ତରଫରୁ  କର୍ମକର୍ତ୍ତା ସମ୍ମିଳନୀ ଓ ନୂତନ କର୍ମକର୍ତ୍ତାର ଶପଥ ପାଠ

Sunil Chandra Nayak

ନିଆଁ ଲାଗିବାରୁ ଅଳ୍ପକେ ବର୍ତ୍ତିଲା ସିମେଣ୍ଟ ବୋଝେଇ ଟ୍ରକ 

Sunil Chandra Nayak

ଚନ୍ଦନ ଉତ୍ସବ ଓ ନଟବର କଳା ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Leave a Comment

error: Content is protected !!