ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପ୍ରାବୃଟ

ପ୍ରାବୃଟ

ନଳିନୀ ପ୍ରଭା ମିଶ୍ର

ପ୍ରାବୃଟ ଆଗତ ମହୀରେ
  ଧରା କରି ଶୋଭିତ
ପ୍ରାନ୍ତର ସବୁଜ ଘାସ ରେ
  ହୁଏ ପରିପୂରିତ।
ପ୍ରକାମ ଜଳର ଲବ୍ଧତା 
  ଯୋଗେ ପ୍ରାଣୀ ହରଷ
ପ୍ରକୃତି ଧରିଲା ସବୁଜ
  ରୂପ ବର୍ଣ୍ଣ ବିଶେଷ।
ପ୍ର ତପ୍ତ କଷ୍ଟକୁ ଦୂରେଇ
  ନଭୁ ଝରାଇ ବାରି
ପ୍ରମାଣ କରିଲା ଋତୁଟି
  ଉପକାରୀ ସବୁରି।
ପ୍ରସୂନ ଫୁଟିଲେ ନାନାଦି
  ମଲ୍ଲୀ, ଚମ୍ପକ,ଯୂଇ
ପ୍ରଭିନ୍ନ ମାଳତୀ ବିତରେ
  ବାସ ନିଭୃତେ ରହି।
ପ୍ରବଳ ସ୍ରୋତରେ ତଟିନୀ
  ବର୍ଷା ଆଧିକ୍ୟ ହୋଇ
ପ୍ଲବ ହୁଳହୁଳି ସ୍ଵରରେ
  ଦେଲେ ସ୍ଵାଗତ ଗାଇ।
ପ୍ରହ୍ଲାଦ ମାନସ ଚଷାର
  ହୁଏ ଉଦ୍ ବେଳନ
ପ୍ରାତଃ କାଳେ କ୍ଷେତେ
  ଚଳ ଇ କରେ ରୋପଣ ଧାନ।
ପ୍ରସନ୍ନ ମାନସ କେକୀର
  ମେଘ ଦେଖି ଆକାଶେ
ପୁଚ୍ଛ ମେଲି କରେ ନର୍ତ୍ତନ
  ଦୂର ଗିରି ପ୍ରଦେଶେ।
ପ୍ରଚ୍ଛନ କାଳିମା ଘୋଟ ଇ
  ଶୁଭେ ଝିଙ୍କାରି ସ୍ଵନ
ପ୍ରହର ନିଶୀଥେ ଶୂଗାଳ
   ଭୀତ କରାଏ ମନ।
ପ୍ରଖ୍ୟାତ ପର୍ବ ଆସ ଇ
  ରଥ ଯାତରା ଯେବେ
ପ୍ରାବୃଟ ର ଦିନ ନିଆରା
  ମନେ ଲାଗ ଇ ତେବେ।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ଘଣ୍ଟିଗୁଡା ଗାଁରେ ଯୁବକ ଙ୍କ ଝୁଲନ୍ତା ମୃତଦେହ ଠାବ, ପୋଲିସ ର ତଦନ୍ତ ଜାରି

Sunil Chandra Nayak

କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଏଏସପି ଙ୍କ ଆକ୍ରମଣ ଘଟଣା

Sunil Chandra Nayak

ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ୩ ଛାତ୍ରଛାତ୍ରୀ ଙ୍କୁ ସ୍ୱାଧୀନତା ଦିବସ ଉତ୍ସବରେ କରାଯିବ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!