ପୁରୁଷ
ଦିଲ୍ଲୀପ କୁମାର ନନ୍ଦୀ
ଅସ୍ଥିର ପ୍ଲାବନର କେନ୍ଦ୍ରବିନ୍ଦୁ ତୁମେ,
ଚହଲା ପାଣିରେ ସ୍ଥିରତାର
ପ୍ରତୀକ ହିଁ ତୁମେ।।
ତୁମେ ହିଁ ତ ମେରୁ ଖୁଣ୍ଟଟିଏ
ପୃଥିବୀ ରୂପକ ଘରର,
ତୁମ ବିନା ସବୁ କିଛି ଚହଲା ଦୋହଲା,
କହିବା ବାହୁଲ୍ୟ ମାତ୍ର।।
ତୁମେ ଜ୍ୱାଳାମୂଖୀ ସଂସାରର
ଝାଞ୍ଜିରେ ଶୀତଳତାର
ସ୍ପର୍ଶର ଛୁଆଁ ।।
ତୁମେ ହିଁ ତ ସ୍ଥିତି ଏ ସାରା ସଂସାରର।।
ତୁମର ଅମାପ ଅଥଳ ଅସୀମ
କଠିନ ଠୁ କଠିନତର ଛାତିର
ବ୍ୟାସାର୍ଦ୍ଧ,ସବୁ କିଛି ଆଲୋଚନା ପର୍ଯ୍ୟାଲୋଚନାର ସମାପ୍ତି ହିଁ ତ,
ତୁମରି ଭିତରେ ।।
ତୁମେ, କେବଳ ତୁମେ ହିଁ ତ ସ୍ଥିରତାର
ସ୍ଥିତି, ତୁମ ବିନା ସୃଷ୍ଟିର ସ୍ଥିତି ଅସମ୍ଭବ।।
କାରଣ ,
ତୁମେ ତ ସ୍ଥିତି ଆଉ ସ୍ଥିରତାର
କେନ୍ଦ୍ରବିନ୍ଦୁ।।
ତୁମେ କେବଳ ତୁମେ,
ତୁମେ ହିଁ ତ ପୁରୁଷ।।
ଧର୍ମଶାଳା, ଯାଜପୁର