ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଫେନ୍ସି ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ନଗଦ ଲୁଟ ,ପୁଲିସର ତଦନ୍ତ ଜାରି

କୋକସରା,୦୪/୧୧( ମ ନି ସ) କୋକସରା ବସଷ୍ଟାଣ୍ଡରେ ଥିବା ମହାପାତ୍ର ଫେନ୍ସି ଦୋକାନରୁ ଛାତ ଭାଙ୍ଗି ବିଳମ୍ବିତ ରାତିରେ କଲାକନା ବୁଲାଇଲେ ଦୁର୍ବୁର୍ତ୍ତ । ଲୁଟିନେଲେ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ନଗଦ ଟଙ୍କା। ସିସିଟିଭିରେ କଏଦ ହେଲା ଲୁଟ ସମୟର ଦୃଶ୍ୟ। ପ୍ରାପ୍ତ ସୁଚନା ଅନୁଯାୟୀ ୨୬ ନମ୍ବର ଜାତୀୟ କୋକସରା ସହରର ମୁଖ୍ୟ ବସଷ୍ଟାଣ୍ଡ ଓ ପୁଲିସ ଥାନାରୁ ମାତ୍ର କିଛି ଦୁରରେ ରହିଥିବା ତ୍ରିଲୋଚନ ମହାପାତ୍ରଙ୍କ ଫେନ୍ସି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ ଦୋକାନ ଛାତ ଆଜବେଷ୍ଟର ଭାଙ୍ଗି ଲୁଟ କରିଛନ୍ତି। ଦୋକାନରେ ଚୋରି ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଥିବା ବେଳେ ମୁଖାପିନ୍ଧା ଚୋର ମୋବାଇଲ ଚୋରାଉଥିବା ଦୃଶ୍ୟ କଏଦ ହୋଇଛି। ଦୋକାନ ମାଲିକ ତ୍ରିଲୋଚନ ମହାପାତ୍ର ଚୋରି ନେଇ କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ୧୬ ଗୋଟି ଦାମି ମୋବାଇଲ ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ୨୦ ହଜାର ଓ ନଗଦ ୫ ହଜାର ଟଙ୍କା ଚୋରୀ ହୋଇଥିବା ଦୋକାନ ମାଲିକ କହିଛନ୍ତି। କୋକସରା ଥାନା ରେ ଏକ ମାମଲା ରୁଜୁ କରି ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। କୋକସରା ପୁଲିସର ଢିଲା ପେଟ୍ରୋଲିଂ ପାଇଁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଏନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ପ୍ରତିକ୍ରିୟା ନେବାରୁ ଚୋରି ନେଇ ଅଭିଯୋଗ ହୋଇଛି ଓ ତଦନ୍ତ ଜାରି ରହିଛି ବୋଳି କହିଛନ୍ତି।

Related posts

ଝରିଆଗୁଡା ଗାଁ ନିକଟରେ ଭାଲୁ : ଲୋକେ ଭୟଭୀତ

Sunil Chandra Nayak

ରାସ୍ତାକଡ ଜଂଗଲୀ ମାଙ୍କଡ ଙ୍କ ମୁହଁରେ ଆହାର ଦେଲେ ହିମାଂଶୁ ଭୂଷଣ

Sunil Chandra Nayak

ପଢିବାକୁ ଶିଖିବା: ଶିଖିବାକୁ ପଡିବା ଏବଂ ପାଠପଢାରେ ଆଗ୍ରହ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!