ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିଜର୍ଭ ବ୍ୟାଙ୍କ ଲୋକପାଳ ଉପରେ ସଚେତନତା କାର୍ଯ୍ୟକ୍ରମ

 ଡାବୁଗାଁ, ୪/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ରିଜର୍ଭ ବ୍ୟାଙ୍କ ଲୋକପାଳ ଉପରେ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ରିଜର୍ଭ ବ୍ୟାଙ୍କ ସମ୍ମନ୍ଵିତ ଲୋକପାଳ ଯୋଜନା ଉପରେ ଆଲୋକପାତ କରଯାଇଥିଲା | ଏଥିରେ ନବରଙ୍ଗପୁର ଲିଡ ବ୍ୟାଙ୍କ ପରିଚାଳକ ସୁନୀଲ କୁମାର ଜାମୁଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଗ୍ରାହକ କୌଣସି ବ୍ୟାଙ୍କ, ଅଣବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ କିମ୍ବା ପେମେଣ୍ଟ ସିଷ୍ଟମ ପାର୍ଟିସିପାଣ୍ଟଙ୍କ ସେବାରେ ସନ୍ତୁଷ୍ଟ ନୁହଁନ୍ତି କି ଉକ୍ତ ସଂସ୍ଥା ଅଭିଯୋଗର ସନ୍ତୋଷଜନକ ସମାଧାନ ୩୦ ଦିନ ମଧ୍ୟରେ କରୁନାହାନ୍ତି | ତେବେ ଗ୍ରାହକ ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ଙ୍କୁ ଅଭିଯୋଗ ଦାଖଲ କରିପାରିବେ | ଅଭିଯୋଗ କରିବାର ସହଜ ଉପାୟ ହେଲା ଆରବିଆଇ ପୋର୍ଟାଲ, ପତ୍ର କିମ୍ବା ଇ-ମେଲ ମାଧ୍ୟମରେ ଅଭିଯୋଗ କରିବାରିବେ | ଅଧିକ ଜାଣିବା ପାଇଁ ଆରବିଆଇ ଟୋଲ ଫ୍ରି ନଂ ୧୪୪୪୮ ରେ ବ୍ୟାଙ୍କ କାର୍ଯ୍ୟ ସମୟରେ ଯୋଗାଯୋଗ କରିହେବ | ଲୋକପାଳ କାର୍ଯ୍ୟ|ଳୟ ଦ୍ଵାରା ଏ ସବୁ ଅଭିଯୋଗର ସମାଧାନ ନିଶୁକ୍ଳ ଓ ଅଳ୍ପ ଦିନ ମଧ୍ୟରେ କରାଯିବ ବୋଲି ସଚେତନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ତିହାରୁ ଗଣ୍ଡ, ଲିଡ ବ୍ୟାଙ୍କ ଆର୍ଥିକ ସ୍ଵାକ୍ଷରତା କାଉନସିଲର ଚନ୍ଦ୍ର ଶେଖର ପଟ୍ଟନାୟକ, କର୍ମଚାରୀ ନୀଳାଞ୍ଚଳ ସାହୁ ଏବଂ ଆଇସିଡିଏସ ସୁପରଭାଇଜର, ସରପଞ୍ଚ, ଜନସାଧାରଣ, ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରେମଶିଳା ବେହେରା ଙ୍କ କବିତା ହେ ଭଗବାନ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ଜଣାଣ ଜୟ ଜଗନ୍ନାଥ

Sunil Chandra Nayak

ଆଗାମୀ ଦିନରେ ଉପଭୋକ୍ତାଙ୍କୁ ଠିକ ଭାବେ ବିଜୁଳି ମିଳିବ, ବିଦ୍ୟୁତ୍‌ କାଟ ସମସ୍ୟା ରହିବ ନାହିଁ: ଟାଟା ପାୱାର ।।

Leave a Comment

error: Content is protected !!