ରୁପ୍ରା, ୧୦/୩ : ନର୍ଲା ବ୍ଲକ ସାକ୍ଷରତା ମିଶନ ଆୟୋଜନରେ ରୁପ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଦୁଇ ଦିନିଆ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ବୁଧବାର ଉଦଘାଟିତ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି । ଏହି ତାଲିମ ଶିବିରରେ ରୁପ୍ରା ଗ୍ରାମ ପଞ୍ଚାୟତ ସମେତ କର୍ମେ, ମୁସ୍କୁଟି ଓ ଭୀମକେଲା ପଞ୍ଚାୟତର ୮୫ ଜଣ ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ପ୍ରଥମ ଦିନରେ ୩୨ ଜଣ ସ୍ୱେଚ୍ଛାସେବୀ ଯୋଗଦାନ କରିଥିବା ବେଳେ ଉଦଯାପନି ଦିନ ଆଜି ସମସ୍ତ ୮୫ ଜଣ ସ୍ୱେଚ୍ଛାସେବୀ ଯୋଗଦାନ କରି ତାଲିମ ନେଇଥିଲେ । ଏହି ତାଲିମ ଶିବିରରେ ରିସୋର୍ସ୍ ପରସନ୍ ଡମ୍ୱରୁଧର ସାହୁ CRCC ରୁପ୍ରା କ୍ଲଷ୍ଟର୍, ବିଜୟ ସୂନା CRCC ଭୀମକେଲା କ୍ଲଷ୍ଟର୍ ଓ ହରିହର ଭୋଇ CRCC ମୁସ୍କୁଟି କ୍ଲଷ୍ଟର୍ ଯୋଗଦାନ କରି ତାଲିମ୍ ପ୍ରଦାନ କରିଥିଲେ । ଉଦଯାପନି କାର୍ଯ୍ୟକ୍ରମ ‘ପଢନା ଲିଖନା’ ର ତାଲିମ ଶିବିରରେ ଜିଲ୍ଲା ସାକ୍ଷରତା ସମିତିର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର, ନର୍ଲା ବିଇଓ ତପିମଣି ଜାନୀ ଓ ଏବିଇଓ ଜୟସେନ ନିଆଲ ପ୍ରମୁଖ ଯୋଗଦାନ କରି ତାଲିମ ଶିବିର ତଦାରଖ କରିଥିଲେ । ଶିକ୍ଷକ ରୂପାଧର ମାଝୀ, ବିଜୟ କୁମାର ବିଶ୍ୱାଲ ଓ ଶିକ୍ଷୟିତ୍ରୀ ଜୟଲକ୍ଷ୍ମୀ ସେଠୀଙ୍କ ସମେତ ସ୍ୱେଚ୍ଛାସେବୀ ସହାୟକ ମନୋଜ କୁମାର ସେନାପତି, ଗୋପଦେବ ଭୋଇ, ପ୍ରତାପ ପଟ୍ଟନାୟକ ଓ ରଞ୍ଜନ ସେନାପତି ପ୍ରମୁଖ ସହଯୋଗ କରିଥିଲେ ।ସେହିପରି ଏହି ତାଲିମ୍ ଶିବିର ନର୍ଲା ବ୍ଲକ୍ ଅଧିନ ୮ ଟି ପଞ୍ଚାୟତରେ ଆଜି ଉଦଯାପିତ ହୋଇଯାଇଛି । ପ୍ରଦୀପ ସେନାପତି ଙ୍କ ରିପୋର୍ଟ।
previous post