ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତ ସ୍ତରୀୟ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ଉଦଯାପିତ

ରୁପ୍ରା, ୧୦/୩ : ନର୍ଲା ବ୍ଲକ ସାକ୍ଷରତା ମିଶନ ଆୟୋଜନରେ ରୁପ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଦୁଇ ଦିନିଆ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ବୁଧବାର ଉଦଘାଟିତ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି । ଏହି ତାଲିମ ଶିବିରରେ ରୁପ୍ରା ଗ୍ରାମ ପଞ୍ଚାୟତ ସମେତ କର୍ମେ, ମୁସ୍କୁଟି ଓ ଭୀମକେଲା ପଞ୍ଚାୟତର ୮୫ ଜଣ ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ପ୍ରଥମ ଦିନରେ ୩୨ ଜଣ ସ୍ୱେଚ୍ଛାସେବୀ ଯୋଗଦାନ କରିଥିବା ବେଳେ ଉଦଯାପନି ଦିନ ଆଜି ସମସ୍ତ ୮୫ ଜଣ ସ୍ୱେଚ୍ଛାସେବୀ ଯୋଗଦାନ କରି ତାଲିମ ନେଇଥିଲେ । ଏହି ତାଲିମ ଶିବିରରେ ରିସୋର୍ସ୍ ପରସନ୍ ଡମ୍ୱରୁଧର ସାହୁ CRCC ରୁପ୍ରା କ୍ଲଷ୍ଟର୍, ବିଜୟ ସୂନା CRCC ଭୀମକେଲା କ୍ଲଷ୍ଟର୍ ଓ ହରିହର ଭୋଇ CRCC ମୁସ୍କୁଟି କ୍ଲଷ୍ଟର୍ ଯୋଗଦାନ କରି ତାଲିମ୍ ପ୍ରଦାନ କରିଥିଲେ । ଉଦଯାପନି କାର୍ଯ୍ୟକ୍ରମ ‘ପଢନା ଲିଖନା’ ର ତାଲିମ ଶିବିରରେ ଜିଲ୍ଲା ସାକ୍ଷରତା ସମିତିର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର, ନର୍ଲା ବିଇଓ ତପିମଣି ଜାନୀ ଓ ଏବିଇଓ ଜୟସେନ ନିଆଲ ପ୍ରମୁଖ ଯୋଗଦାନ କରି ତାଲିମ ଶିବିର ତଦାରଖ କରିଥିଲେ । ଶିକ୍ଷକ ରୂପାଧର ମାଝୀ, ବିଜୟ କୁମାର ବିଶ୍ୱାଲ ଓ ଶିକ୍ଷୟିତ୍ରୀ ଜୟଲକ୍ଷ୍ମୀ ସେଠୀଙ୍କ ସମେତ ସ୍ୱେଚ୍ଛାସେବୀ ସହାୟକ ମନୋଜ କୁମାର ସେନାପତି, ଗୋପଦେବ ଭୋଇ, ପ୍ରତାପ ପଟ୍ଟନାୟକ ଓ ରଞ୍ଜନ ସେନାପତି ପ୍ରମୁଖ ସହଯୋଗ କରିଥିଲେ ।ସେହିପରି ଏହି ତାଲିମ୍ ଶିବିର ନର୍ଲା ବ୍ଲକ୍ ଅଧିନ ୮ ଟି ପଞ୍ଚାୟତରେ ଆଜି ଉଦଯାପିତ ହୋଇଯାଇଛି । ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

Related posts

ଦୁଇ ଦଶନ୍ଧୀ ଧରି ଓଡିଶାବାସୀ ସାମ୍ନା କରିଥିବା ୧୦ଟି ଝଡ….

ଥୁଆମୂଳ ରାମପୁର ବ୍ଳକର ଅଧ୍ଯକ୍ଷ ଭାବରେ ଦୟାନିଧି ମାଝୀ ନିର୍ବାଚିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!