ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତାମିଲନାଡୁରେ ବିଦ୍ୟୁତ୍ ଆଘାତରେ ଦାଦନଙ୍କ ମୃତ୍ୟୁ

୧୮ ଦିନ ବିତିଲା, ଅସହାୟ ଅବସ୍ଥାରେ କାକଭଟାର ମୃତକଙ୍କ ପରିବାର  

ଲାଞ୍ଜିଗଡ,୦୯/୦୩(ମ.ନି.ସ)-ଦାଦନ ଖଟିବାକୁ ପରିବାର ସହିତ ତାମିଲନାଡୁ ଯାଇଥିଲେ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡରୋଡ ଗ୍ରାମପଞ୍ଚାୟତ କାକଭଟା ଗାଁର ଅନାବ ତାଣ୍ଡି । ସେଠାରେ ତ୍ରିପୁର ଜିଲ୍ଲାର ଚିନ୍ତାମଣି ନାମକ ଏକ ସ୍ଥାନରେ ଶିବରାଜ ମିସ୍ତ୍ରୀ ନାମକ ଜଣେ ଠିକାଦାରଙ୍କ ପାଖରେ କୋଠା ତିଆରି କାମରେ ନିୟୋଜିତ ଥିଲେ । ସେଠାରେ କଂକ୍ରିଟ୍ କାମ କରୁଥିବାବେଳେ ଫେବୃୟାରୀ ମାସ ୧୯ ତାରିଖ ସକାଳେ ପରିବାର ସହିତ ସେ ରହୁଥିବା ଝୁମ୍ପୁଡିରୁ ବାହାରି ସେ ଯାଇଥିବାବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଫେରିନଥିଲେ । ସନ୍ଧ୍ୟା ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରୁଥିବାବେଳେ ଠିକାଦାର ଶିବରାଜ ମିସ୍ତ୍ରୀ, ଅନାବ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ନେଇ ଖବର ଦେଇଥିଲା । ଏ ସଂପର୍କରେ ଖବର ପାଇ ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ôଚବା ପରେ ଉଚ୍ଚସଂପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅନାବଙ୍କ ଶରୀର ଜଳିଯାଇଥିବାବେଳେ ମୁଣ୍ଡଠାରୁ ଗଣ୍ଡି ଓ ଗୋଟିଏ ଗୋଡ ଶରୀରରୁ ବିଚ୍ଛିନ୍ନ ହୋଇଯାଇଥିଲା । ଘଟଣାସ୍ଥଳରେ ଅବିନାଶ ଥାନା ପୁଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରିବା ପରେ ଅସହାୟ ପରିବାର ସେଠାରେ ହିଁ ଦାହସଂସ୍କାର କରି ଦେଇଥିଲେ । ଏହି ସମୟରେ ଶବ ସତ୍କାର ପାଇଁ ଠିକାଦାର ମାତ୍ର ୩୦ ହଜାର ଟଙ୍କା ଦେଇ ଜୋରଜବରଦସ୍ତ ଘରକୁ ପଠାଇ ଦେଇଥିବା ମୃତ ଅନାବଙ୍କ ବିଧବା ପତ୍ନୀ ବାସନ୍ତୀ ତାଣ୍ଡି ଅଭିଯୋଗ କରିଛନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାର ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ଏପରିକି ଏହି ଦୁଃଖଦ ଘଟଣା ଘଟିବାର ୧୮ ଦିନ ବିତିଯାଇଥିଲେ ବି ସେମାନେ କୌଣସି ସୂଚନା କିମ୍ବା ମୁହଁ ଖୋଲିବାକୁ ସାହସ ଜୁଟାଇପାରିନାହାନ୍ତି । ଆଜି ଏ ସଂପର୍କରେ ଜାଣିବା ପରେ ଆମ ପ୍ରତିନିଧି ମୃତ ଅନାବଙ୍କ ବିଧବା ପତ୍ନୀଙ୍କ ସହିତ ଯୋଗାଯୋଗ କରିବାରୁ ସେ ନିଜ ଦୁଃଖ ବଖାଣିଛନ୍ତି । ନିଜର ବୋଲି ଜମିବାଡି କିମ୍ବା ଘରଦ୍ୱାର ଖଣ୍ଡେ ନଥିବାରୁ ଦାଦନ ଖଟିବାକୁ ତାମିଲନାଡୁ ଗଲୁ ଆଉ ଘରର ଏକମାତ୍ର ରୋଜଗାରିଆ ସ୍ୱାମୀଙ୍କୁ ହରାଇଲି ବୋଲି ସେ କାନ୍ଦିକାନ୍ଦି ପ୍ରକାଶ କରିଛନ୍ତି । ଏହାସହିତ ଅକାଳରେ ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିବା ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି ।

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍

Related posts

ଦଳିତ ନେତା ଜିଗ୍ନେଶ ମେୱାନିଙ୍କୁ ଆସାମ ପୋଲିସ ଦ୍ବାରା ବେଆଇନ ଭାବରେ ଗିରଫ କରିବା ବିରୋଧରେ ଦଳିତ ଅଧିକାର ମଞ୍ଚର ପ୍ରତିବାଦ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଣାଣ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମମତାର ମଧୁମତୀ 

Leave a Comment

error: Content is protected !!