ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଗମ ତ୍ରିଲୋଚନପୁରରେ ସିଆରପିଏଫ୍ ପକ୍ଷରୁ ଜନସଂପର୍କ ଶିବିର

ଲାଞ୍ଜିଗଡ଼,୦୯/୦୩(ମ.ନି.ସ)-ମାଓପ୍ରବଣ ଅଞ୍ଚଳରେ ଲୋକଙ୍କ ବିଶ୍ବାସଭାଜନ ହେବା ସହିତ ବାମପନ୍ଥୀଙ୍କ ହିଂସାରୁ ଅଞ୍ଚଳକୁ ମୁକ୍ତ କରିବା ଓ ବ୍ୟାପକ ଜନସଚେତନତା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଜନସଂପର୍କ ଶିବିର ମାନ ଆୟୋଜନ କରାଯାଉଛି ! ଏହିକ୍ରମରେ ଆଜି ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ତଥା ମାଓ ଅଧ୍ୟୁଷିତ ତ୍ରିଲୋଚନପୁର ଠାରେ ସିଆରପିଏଫ୍ ପକ୍ଷରୁ ଏକ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ତ୍ରିଲୋଚନପୁର ଗ୍ରାମପଞ୍ଚାୟତର ଅମଠାପଦର, ଲଡାଙ୍ଗ, ଗନ୍ଧଣୀ, ଫୁଲଡୁମେର, ଖେମୁଣ୍ଡିପଦର, ଆମଗୁଡା, ସାପଚଞ୍ଚରା ଆଦି ଗାଁରୁ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ମୁଖ୍ୟଅତିଥି ଭାବେ କମାଣ୍ଡାଣ୍ଟ ମନୋଜ କୁମାର ଯାଦବ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ ଓ ତ୍ରିଲୋଚନପୁର ସରପଞ୍ଚ ଲଷ୍ମୀ ମାଝୀ ଯୋଗ ଦେଇଥିଲେ । ତ୍ରିଲୋଚନପୁର ସ୍ଥିତ ସିଆରପିଏଫ୍ କ୍ୟାମ୍ପ୍ ପରିସରରେ ଆୟୋଜିତ ଶିବିରରେ ଅଞ୍ଚଳବାସୀ ଜନସାଧାରଣଙ୍କୁ ୧୪୫ଟି ରେଡ଼ିଓସେଟ୍ ଓ ୩୮ ଗୋଟି ସୋଲାର ଲ୍ୟାମ୍ପ୍ ଦିଆଯାଇଥିଲା । କ୍ୟାମ୍ପ୍ କମାଣ୍ଡର ପ୍ରବୀଣ ନେନବାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଯବାନମାନେ ପରିଚାଳନା କରିଥିଲେ । –ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍

Related posts

ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ ଙ୍କ କବିତା ତୁମ ପାଇଁ

Sunil Chandra Nayak

ଡ୍ରାଇଭର ମହାସଂଘ ତରଫରୁ ଡାବୁଗାଁ ତହସିଲଦାର ଙ୍କୁ ଦାବିପତ୍ର

Sunil Chandra Nayak

ପୌର ନର୍ବାଚନ ପାଇଁ ଅଧିକାରୀ ଙ୍କୁ ତାଲିମ୍ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!