ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ଓ ଛାତ୍ର ଜନତା ଦଳ ତରଫରୁ ମେଗା ରକ୍ତଦାନ ଶିବିର, ୧୧୦ ୟୁନିଟ ରକ୍ତ ସଂଗୃହୀତ

ଭବାନୀପାଟଣା -:  ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲା ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମେଗା ରକ୍ତଦାନ ଶିବିର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଠାରେ ଆୟୋଜିତ ହୋଇଯାଇଛି । ଓଡ଼ିଶା ମୋ ପରିବାର ଓ ଯୁବ ଛାତ୍ର ବିଜେଡ଼ି ଆନୁକୂଲ୍ୟରେ ହୋଇଥିବା ଏହି ରକ୍ତଦାନ ଶିବିରରେ ସର୍ବମୋଟ ୧୧୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ , ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ବିସିସିବି ବ୍ୟାଙ୍କ ସଭାପତି ଜିତେନ୍ଦ୍ର ନାରାୟଣ ସିଂହ ଦେଓ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଅନାମ ନାଏକ,ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ଉପ ସଭାପତି ଜିତେନ୍ଦ୍ର ମହାନ୍ତି, ମ୍ୟୁନିସିପାଲଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା, ପ୍ରଦୀପ ମୁଣ୍ଡ, ରାଜ୍ୟ ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାକୁଡ଼, ଜାକୀର ହୁସେନ, ସାରଦା ପ୍ରସନ୍ନ ସ୍ବାଇଁ, ଯୁବ ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ବରିଷ୍ଠ ଯୁବ ଉପ ସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ବଲାଙ୍ଗୀର ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ, ଛାତ୍ର ଉପସଭାପତି ଅଭିଷେକ ମହାପାତ୍ର, , ମୋ ପରିବାର ସଂଯୋଜକ ପ୍ରଦୀପ ଦାସ, ରବି ପଟ୍ଟନାୟକ, ସେନାପତି ନାଏକ, ଅମିତ ଯାଦବ, ବଦ୍ରି ପଟ୍ଟନାୟକ, ରବିଚନ୍ଦ୍ର ନାଏକ, ମୋହନ ଗହୀର, ମୁନା ବେହେରା, ମହମ୍ମଦ କାଦିର , ସୁଶୀଲ ସାହୁ, ନିହାର ମିଶ୍ର, ମହମ୍ମଦ ଇସମାଇଲ, ଅନିଲ ନିଆଲ, ସମୀତା ନାୟକ, ହିରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

କିଶନ ଶର୍ମା, ଭବାନୀ ପାଟଣା 

Related posts

ବାଲେଶ୍ବର – ପାଇଖାନା ସଫାକଲେ ସରପଞ୍ଚ, ସମିତି ସଭ୍ୟା ଓ ମନ୍ତ୍ରୀଙ୍କ ପ୍ରତିନିଧି

କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ

Sunil Chandra Nayak

ଐତିହାସିକ ମାକ୍ରୀପଡ଼ା ଶୈବପିଠ ର ଭୂମିପୂଜନ ଉତ୍ସବ

Sunil Chandra Nayak

Leave a Comment

error: Content is protected !!